ବଲିଉଡ୍ ଷ୍ଟାଇଲରେ ବିବାହ କରିବେ ଫରହାନ-ଶିବାନୀ!

ମୁମ୍ବାଇ:ବଲିଉଡ୍ କପୁଲ ଫରହାନ ଅଖତର ଓ ଶିବାନି ଦାଣ୍ଡେକରଙ୍କର ବିବାହକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଦମ୍ପତ୍ତି ଆସନ୍ତା ମାସରେ କୋର୍ଟ ମ୍ୟାରେଜ କରିନେବେ । ଫେବୃୟାରୀ ୨୧ରେ ଏମାନେ କୋର୍ଟ ମ୍ୟାରେଜ କରିବେ ବୋଲି ଜଣାପଡିଛି । ହେଲେ ଏନେଇ ଫରହାନ ଓ ଶିବାନୀ ଅଫିସିୟାଲି ଆନାଉନ୍ସ କରି ନାହାନ୍ତି । ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏମାନେ ବିବାହରେ କମ୍ ଅତିଥଙ୍କୁ ଡାକି କାମ ସାରିଦେବା କଥା ଚିନ୍ତା କରିଥିଲେ । ହେଲେ ଏବେ କରୋନା ଗ୍ରାଫ ତଳମୁହାଁ ହୋଇଥିବାରୁ ଏମାନେ ବଲିଉଡ ଷ୍ଟାଇଲରେ ଏପ୍ରିଲ ମାସରେ ବିବାହ କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ବହୁଦିନ ଧରି ଏମାନେ ପରସ୍ପରକୁ ଡେଟ୍ କରୁଥିଲେ ବି କିଛିଦିନ ପାଇଁ ଏହାକୁ ଲୁଚାଇ ରଖିଥିଲେ । ଶେଷରେ ୨୦୧୮ରେ ସେମାନେ ଏହି ସମ୍ପର୍କକୁ ନେଇ ଖୋଲାଖୋଲି କଥା ହୋଇଥିଲେ ବା ଅଫିସିୟାଲି ଆନାଉନ୍ସ କରିଥିଲେ । ଫରହାନ ଶୀବାନୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସେ ଅଧୁନାଙକ ବିବାହ କରିଥଇଲେ । ଆଉ ଏମାନଙ୍କର ୨ଟି ସନ୍ତାନ ରହିଛନ୍ତି ।

Share