Posted inଜାତୀୟ

ବିଦାହେବେ ଅପାରଗ, ଦୁର୍ନୀତିଗ୍ରସ୍ତ ବାବୁ

ନୂଆଦିଲ୍ଲୀ,୩୦ା୮- ଅପାରଗ ଓ ଦୁର୍ନୀତିଗ୍ରସ୍ତ ବାବୁମାନେ ଆଉ ଅଧିକ ସମୟ ଚାକିରିରେ ରହିପାରିବେ ନାହିଁ। ୫୦ରୁ ୫୫ ବର୍ଷ ବୟସ ହୋଇଥିବା ଓ ୩୦ ବର୍ଷ ଚାକିରି କରିସାରିଥିବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଏବଂ ଅନ୍ୟ ଅଫିସରଙ୍କୁ ଆଗୁଆ ଅବସର ଦେବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ସାଧୁତାକୁ ନେଇ ସନ୍ଦେହରେ ଥିବା ଏଭଳି ଅଧିକାରୀମାନଙ୍କ ସର୍ଭିସ୍‌ ବୁକ୍‌ ରେକର୍ଡ ଆଧାରରେ ତାଲିକା ପ୍ରସ୍ତୁତ କରିବା ଲାଗି ସବୁ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି।
ସରକାରୀ ଚାକିରି ପାଇଁ ଅବସର ବୟସ ହେଉଛି ୫୮ ବର୍ଷ। ତେବେ ଚାକିରିରେ ଥାଇ କାମ କରିପାରୁ ନ ଥିବା ଓ ଦୁର୍ନୀତି କରୁଥିବା ଅଫିସରମାନଙ୍କୁ ହଟାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କାର୍ମିକ ଓ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଅଗଷ୍ଟ ୨୮ରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଜନସ୍ବାର୍ଥ ଦୃଷ୍ଟିରୁ କେଉଁମାନଙ୍କୁ ଆଗୁଆ ଅବସର ଦିଆଯିବ ସେମାନଙ୍କୁ ଚିହ୍ନଟ କରିବା ଲାଗି ସମସ୍ତ ମନ୍ତ୍ରଣାଳୟ ଓ ସରକାରୀ ବିଭାଗ ପ୍ରତି ୩ ମାସରେ (ଜାନୁୟାରୀ-ମାର୍ଚ୍ଚ, ଏପ୍ରିଲ-ଜୁନ, ଜୁଲାଇ-ସେପ୍ଟେମ୍ବର ଓ ଅକ୍ଟୋବର-ଡିସେମ୍ବର) ଅଧିକାରୀମାନଙ୍କ ପ୍ରଦର୍ଶନକୁ ନେଇ ସମୀକ୍ଷା କରିବେ।
ସେଣ୍ଟ୍ରାଲ ସିଭିଲ ସର୍ଭିସେସ୍‌ (ପେନ୍‌ସନ) ରୁଲ୍ସ,୧୯୭୨ ଅଧୀନ ଫଣ୍ଡାମେଣ୍ଟାଲ ରୁଲ(ଏଫ୍‌ଆର୍‌) ୫୬(ଜେ) ଏବଂ ୫୬ (ଆଇ) ଅନୁସାରେ ଜନସ୍ବାର୍ଥ ଦୃଷ୍ଟିରୁ ଆବଶ୍ୟକ ହେଲେ ଜଣେ ସରକାରୀ କର୍ମଚାରୀଙ୍କୁ ଅବସର ପ୍ରଦାନ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ‘ସମ୍ପୂର୍ଣ୍ଣ ଅଧିକାର’ ଦେଇଥାଏ। ଏହି ନିୟମ ଅନୁସାରେ କର୍ମଚାରୀଙ୍କ ପ୍ରଦର୍ଶନ ସମୀକ୍ଷା କରାଯାଇଥାଏ। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଏହି ନିୟମାନୁସାରେ ସରକାରୀ କର୍ମଚାରୀଙ୍କ ଆଗୁଆ ଅବସର ଏକ ଦଣ୍ଡ ନୁହେଁ। ସେଣ୍ଟ୍ରାଲ ସିଭିଲ ସର୍ଭିସେସ୍‌ (କ୍ଲାସିଫିକେଶନ, କଣ୍ଟ୍ରୋଲ ଆଣ୍ଡ ଅପିଲ) ରୁଲ୍ସ, ୧୯୬୫ରେ ଥିବା ‘ବାଧ୍ୟତାମୂଳକ ଅବସର’ଠାରୁ ଏହା ଭିନ୍ନ ବୋଲି ଶୁକ୍ରବାର ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।
୫୦/୫୫ ବର୍ଷରେ ଉପନୀତ କିମ୍ବା ୩୦ ବର୍ଷ ଚାକିରି କରିସାରିଥିବା ଜଣେ ସରକାରୀ ଚାକିରିଆଙ୍କୁ ସରକାର କୌଣସି ସମୟରେ ଆଗୁଆ ଅବସର ଦେଇପାରିବେ। ସମ୍ପୃକ୍ତ ଅଧିକାରୀ ଚାକିରିରେ ରହିବେ ନା ତାଙ୍କୁ ଅବସର ଦିଆଯିବ ତାହା ତାଙ୍କର ପ୍ରଦର୍ଶନ ଆଧାରରେ ସ୍ଥିର କରାଯିବ। ପୂର୍ବରୁ ରହିଥିବା ନିୟମାବଳୀରେ ଅଧିକ ସ୍ପଷ୍ଟତା ଆଣିବା ଓ ସମାନ ଭାବେ କାର୍ଯ୍ୟକାରୀ କରିବା ଲାଗି ସଦ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗର ସଚିବମାନଙ୍କୁ ଏ ସମ୍ପର୍କିତ ପତ୍ର ପଠାଯାଇଛି।
ଏଫ୍‌ଆର୍‌ ୫୬(ଜେ) ଅନୁସାରେ ଗ୍ରୁପ୍‌ ଏ ଏବଂ ବି ବର୍ଗର ଅଫିସରଙ୍କ ସମୀକ୍ଷା କରାଯାଇ ପାରିବ ଯଦି ସେ ୫୦ ବର୍ଷରେ ଉପନୀତ ହୋଇସାରିଥିବେ (୩୫ ବର୍ଷ ବୟସ ପୂର୍ବରୁ ଚାକିରିରେ ଯୋଗଦେଇଥିଲେ) କିମ୍ବା ତାଙ୍କୁ ୫୫ ବର୍ଷ ହୋଇଥିବ (ଯଦି ସେ ୩୫ ବର୍ଷ ବୟସ ପରେ ଚାକିରି କରିଥିବେ)। ଏଫ୍‌ଆର୍‌ ୫୬(ଆଇ) ଅନୁସାରେ ପେନ୍‌ସନ ରୁଲ୍ସରେ ଆସୁ ନ ଥିବା ଗ୍ରୁପ୍‌ ସି ସେବା ବା ପଦବୀର ଜଣେ ସରକାରୀ କର୍ମଚାରୀ ୩୦ ବର୍ଷ ଚାକିରିରେ ରହିସାରିଥିଲେ ତାଙ୍କୁ ଅବସର ଦେବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିରଙ୍କୁଶ ଅଧିକାର ରହିଛି। ତେବେ ଏଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ୩ ମାସିଆ ଲିଖିତ ନୋଟିସ କିମ୍ବା ନୋଟିସ ବଦଳରେ ୩ ମାସର ଦରମା ଓ ଭତ୍ତା ଦିଆଯିବ ଜରୁରୀ। ସୂତ୍ରରୁ ମିଳିଥିବା ସୂଚନାନୁସାରେ ମନ୍ତ୍ରଣାଳୟ ପକ୍ଷରୁ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ଆଗକୁ ଗଠନ ହେବାକୁ ଥିବା ରିଭ୍ୟୁ ଆଣ୍ଡ ରିପ୍ରେଜେଣ୍ଟେଶନ କମିଟି ନିକଟକୁ ପଠାଯିବ। କେଉଁ ଅଫିସରମାନଙ୍କୁ ଚାକିରି ଅବଧି ଥାଉ ଥାଉ ଅବସର ଦିଆଯିବ ତାହା ଉକ୍ତ କମିଟି ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri