ବିକିଙ୍କୁ ମିଳିଗଲା ଆଉ କିଏ;ଫଟୋ ଦେଖି କ୍ୟାଟ୍ରିନା କହିଲେ…

ବି-ଟାଉନ ହ୍ୟାଣ୍ଡସମ ହଙ୍କ୍‌ ବିକି କୌଶଲ ନିକଟରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଦୁହେଁ ଫିଲ୍ମ ଶୁଟିଂ କରୁଛନ୍ତି। ବିକି ଏବେ କ୍ୟାଟ୍ରିନାଙ୍କୁ ଛାଡି ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡିଛନ୍ତି। ଏହା ଆମେ ନୁହେଁ, ବଲିଉଡ୍‌ର ନିର୍ଦ୍ଦେଶକ-କୋରିଓଗ୍ରାଫର ଫରାହା ଖାନ କହିଛନ୍ତି। ପ୍ରକୃତରେ ଏହା ସତ ନୁହେଁ। ଫାରାହା ଥଟ୍ଟାରେ ଏପରି କହିଛନ୍ତି।
ଫରାହ ବିକିଙ୍କ ସହ ଏକ ଫଟୋ ଶେୟାର କରିଛନ୍ତ। ଏଥିରେ ସେ ଲେଖିଛନ୍ତି ଯେ, ସରି କ୍ୟାଟ୍ରିନା। ବିକିଙ୍କୁ ଆଉ କିଏ ମିଳିଯାଇଛି। କ୍ୟାଟ୍ରିନା ମଧ୍ୟ ଏହା ଉପରେ ଏକ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଆପଣଙ୍କୁ ଅନୁମତି ଦିଆଯାଇଛି। ବିକି ମଧ୍ୟ ଏହି ଫଟୋରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ନିଜକୁ ଫରାହଙ୍କୁ ଜଣେ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି।
ଫରାହ ଏବଂ ବିକି ସେମାନଙ୍କର ଆଗାମୀ ପ୍ରୋଜେକ୍ଟ ହେତୁ କ୍ରୋଏସିଆରେ ଅଛନ୍ତି ଏବଂ ସେଠାରୁ ଫରାହ ଏହି ଫଟୋ ଶେୟାର କରିଛନ୍ତି। ନିକଟରେ ବିକି ‘ସର୍ଦ୍ଦାର ଉଧମ ସିଂ’ ପାଇଁ ଆଇଫାରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି।

Share