ଲକ୍ଷ୍ୟଠୁ ଦୂରରେ, ମିଳୁନି ଚିକିତ୍ସାସେବା

ରାଉରକେଲା,୧।୧୦(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜଗଦା ସ୍ଥିତ ସାମୂଦାୟିକ କଲ୍ୟାଣ ସୋସାଇଟି (ସିଡବ୍ଲ୍ୟୁଏସ୍‌) ଜେନେରାଲ ହସ୍ପିଟାଲ ଅବ୍ୟବସ୍ଥାରେ ଚାଲିଛି। ଏଠାକୁ ଆସୁଥିବା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଏହି ହସ୍ପିଟାଲ ତାର ମୂଳଲକ୍ଷ୍ୟରୁ ଦୂରେଇ ଯିବାରେ ଲାଗିଛି।
ସୂଚନା ଅନୁସାରେ, ସିଡବ୍ଲ୍ୟୁଏସ୍‌ ହସ୍ପିଟାଲରେ ୫୫ ଡାକ୍ତରଙ୍କ ସ୍ଥାନରେ ୪୭ ଜଣ ଡାକ୍ତର ରୋଗୀସେବା କରୁଛନ୍ତି। ହସ୍ପିଟାଲରେ ରୋଗୀଙ୍କୁ ପର୍ଯ୍ୟାପ୍ତ ପରିମାଣର ଜେନେରିକ ମେଡିଶିନ ମିଳୁନାହିଁ। ଫଳରେ ରୋଗୀମାନେ ଦାମୀ କମ୍ପାନୀର ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଜଗଦାରେ ୨ଏକର ପରିମିତ ଜମିରେ ୨୦୦୨ ନଭେମ୍ବରରେ ହସ୍ପିଟାଲ ସ୍ଥାପନ ହେବା ସମୟରେ ସ୍ଥାନୀୟ ଲୋକମାନଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରାଯିବାର ଥିଲା। ମାତ୍ର ଏପର୍ଯ୍ୟନ୍ତ ତାହା ହେଲାନାହିଁ। ଅନେକ ଡାକ୍ତରଙ୍କୁ ମନଇଚ୍ଛା ହସ୍ପିଟାଲରେ ରଖାଯାଉଛି। ପର୍ଯ୍ୟାପ୍ତ ଡାକ୍ତର ଥିଲେ ସୁଦ୍ଧା ସେମାନଙ୍କ ଉପସ୍ଥାନ ସାମାନ୍ୟ ରହୁଛି। ଫଳରେ ରୋଗୀମାନେ ଚିକିତ୍ସା ସୁବିଧା ନ ପାଇ ଅସୁବିଧା ଭୋଗୁଛନ୍ତି। ହସ୍ପିଟାଲରେ ଜଣେ ସୁପର ସ୍ପେଶାଲିଷ୍ଟ ନ୍ୟୁରୋ ସର୍ଜନ ନିୟୋଜିତ ହୋଇଥିଲେ ମଧ୍ୟ ସେ କେବଳ ରାତ୍ରିରେ ଚିକିତ୍ସା କରୁଛନ୍ତି। ହସ୍ପିଟାଲ ଶଯ୍ୟା ସଂଖ୍ୟା ୩ ଗୁଣା ବୃଦ୍ଧି ସହ ୧୪ଟି ନିଦାନ ବିଭାଗ, ୧୭ମେଡିକାଲ ଜନିତ ସରକାରୀ ସେବା ଓ ୮ଟି ଲାବୋରେଟୋରୀ ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ପୂବଭଳି ରୋଗୀଙ୍କ ଭିଡ ଜମୁନାହିଁ। ଏ ନେଇ ଜଗଦା ସାସ୍କୃତିକ ପରିଷଦ ପରାମର୍ଶଦାତା ସଞ୍ଜୀବ ମହାନ୍ତି କୁହନ୍ତି, ସିଡବ୍ଲ୍ୟୁଏସ୍‌ ହସ୍ପିଟାଲରେ ପ୍ରାୟ ସବୁ ବିଭାଗର ଡକ୍ତର ଅଛନ୍ତି। କିନ୍ତୁ ଡାକ୍ତରଙ୍କ ଉପସ୍ଥାନ କମ୍‌ ରହୁଛି। ଡାକ୍ତର ରୋଗୀମାନଙ୍କୁ ସପ୍ତାହରେ ଥରେ ଦେଖୁଛନ୍ତି। ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ଅନ୍ୟ ହସ୍ପିଟାଲକୁ ଯିବାକୁ ବାଧ୍ୟ ହେଉଛନ୍ତି। ରବିବାର ପ୍ରାୟ ଡାକ୍ତର ଅନୁପସ୍ଥିତ ରହୁଛନ୍ତି। ସିଡବ୍ଲ୍ୟୁଏସ ହସ୍ପିଟାଲକୁ ବଣେଇ ବହମୁଷା ଗାଁରୁ ହାଡଭଙ୍ଗା ଚିକିତ୍ସା ପାଇଁ ଆସିଥିବା କହ୍ନେଇ କିଷାନ କୁହନ୍ତି, ସପ୍ତାହେ ହେଲା ମେଡିକାଲରେ ଭର୍ତ୍ତି ହେଲି। ମାତ୍ର ୩ଦିନ ପରେ ମୋର ଚିକିତ୍ସା ହେଲା ଏବଂ ୭ଦିନ ପରେ ମେଡିକାଲ ରିପୋର୍ଟ ପାଇଲି। ଏ ସମ୍ପର୍କରେ ହସ୍ପିଟାଲ ଅଧ୍ୟକ୍ଷ ବେନ୍ନିଚନ କେ. ପିଟର କହିଛନ୍ତି, ସିଡବ୍ଲ୍ୟୁଏସ୍‌ ହସ୍ପିଟାଲ ଜେନେରାଲ ହସ୍ପିଟାଲ। ଏଠାରେ ରୋଗୀଙ୍କୁ ଆବଶ୍ୟକ ମୁତାବକ ସମସ୍ତ ପ୍ରକାର ଚିକିତ୍ସା ସେବା ପ୍ରଦାନ ହେଉଛି। ସୁପର ସ୍ପେଶାଲିଷ୍ଟ ଡାକ୍ତର ନ୍ୟୁରୋଲୋଜିଷ୍ଟ ରାତିରେ ଆସନ୍ତି। ଆଗକୁ ଖାଲିଥିବା ପଦବୀରେ ଡାକ୍ତର ଆଣିବାକୁ ଉଦ୍ୟମ ଚାଲିଛି। ଆମର ଜନ ଔଷଧି କେନ୍ଦ୍ର ରହିଛି। ମାତ୍ର ଜେନେରିକ ଔଷଧ ମଗାଇଲେ ମଧ୍ୟ ମିଳୁନାହିଁ। ହସ୍ପିଟାଲ ବ୍ୟବସ୍ଥିତ ଭାବେ ଚାଲିଛି । ଆଗକୁ ଅନ୍ୟ ସବୁ ଦିଗ ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri