ଲକ୍ଷ୍ୟଠୁ ଦୂରରେ

କର୍ତ୍ତବ୍ୟକାଳରେ ଯେହେତୁ ଆମେ ପ୍ରବେଶ କରିଛୁ ସେଥିପାଇଁ ଅମୃତକାଳରେ କ’ଣ ଘଟିଛି ତାହା ଜାଣିବା ଆମ ପାଇଁ ଶିକ୍ଷଣୀୟ ହୋଇପାରେ। ୨୦୧୭ରେ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନ ଆଧାରରେ ନୀତି ଆୟୋଗ ସବୁକ୍ଷେତ୍ରକୁ ଏକାଠି ନେଇ ଏକ ୫ ବର୍ଷିଆ ଯୋଜନା ଆରମ୍ଭ କରିଥିଲେ। ସେହି ବର୍ଷ ଅଗଷ୍ଟରେ ୨୦୨୨ ସୁଦ୍ଧା ‘ନ୍ୟୁ ଇଣ୍ଡିଆ’ ବା ‘ନୂତନ ଭାରତ’ ଗଠନ କରିବାକୁ ନରେନ୍ଦ୍ର ମୋଦି ସଙ୍କଳ୍ପ ନେବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରତିଶ୍ରୁତିବଦ୍ଧ ହେବା ପାଇଁ କହିଥିଲେ। କ’ଣ ହାସଲ କରାଯିବ ତାହା ଉପରେ ୨୦୦ ପୃଷ୍ଠାର ରିପୋର୍ଟ ଜାରି କରିବା ପୂର୍ବରୁ ନୀତି ଆୟୋଗ ମନ୍ତ୍ରଣାଳୟ ଓ ରାଜ୍ୟଗୁଡ଼ିକର ପରାମର୍ଶ ନେବା ସହ ଅନ୍ୟ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକୁ ନେଇ ବୈଠକ କରିଥିଲେ। ଆଲୋଚନା ପରେ ଏହି ଯୋଜନା ଉପରେ ମୋଦି ମୋହର ଲଗାଇ କହିଥିଲେ ଯେ, ଏଥିରେ ଉଲ୍ଲିଖିତ ଲକ୍ଷ୍ୟ ହାସଲ କରିବାକୁ ଆସନ୍ତୁ ସବୁ ଶକ୍ତି ଲଗାଇଦେବା, ଯାହାଦ୍ୱାରା ଆମ ନାଗରିକ ଆକାଂକ୍ଷା ପୂରଣ ହେବ। ତେବେ ଅର୍ଥ ବ୍ୟବସ୍ଥାର ଲକ୍ଷ୍ୟ ହାସଲ କରିବା ଥିଲା ମୁଖ୍ୟ। ମୋଟ ଘରୋଇ ଉପତ୍ାଦ(ଜିଡିପି) ଅଭିବୃଦ୍ଧିକୁ ୮%ରେ ପହଞ୍ଚାଇବା, ନିବେଶ ହାରକୁ ୩୬%କୁ ବୃଦ୍ଧି କରିବା, ଟ୍ୟାକ୍ସ ଟୁ ଜିଡିପି ଅନୁପାତ (ଦେଶର ଜିଡିପି ଦ୍ୱାରା ମୂଲ୍ୟାଙ୍କିତ ଅର୍ଥ ବ୍ୟବସ୍ଥାର ଆକାର ତୁଳନାରେ ରାଜସ୍ବ ସଂଗ୍ରହ)କୁ ୨୦%କୁ ବଢ଼ାଇବା, ମହିଳା ଶ୍ରମ ଭାଗୀଦାରି ହାରକୁ ୩୦% ଯାଏ ନେବା ସହ ନିଯୁକ୍ତି ସମ୍ପର୍କରେ ତଥ୍ୟ ସଂଗ୍ରହରେ ଉନ୍ନତି ଆଣିବା, ମେକ୍‌ ଇନ୍‌ ଇଣ୍ଡିଆ ମାଧ୍ୟମରେ ମାନୁଫାକ୍‌ଚରିଂ ସେକ୍ଟରର ଅଭିବୃଦ୍ଧି ଏବଂ କୃଷକଙ୍କ ଆୟକୁ ଦୁଇଗୁଣ କରିବା ଥିଲା ଯୋଜନାର ମୁଖ୍ୟ ଲକ୍ଷ୍ୟ। ଏସବୁ କ୍ଷେତ୍ରରେ କ’ଣ ଘଟିଛି ତାହା ଭଲ ଭାବେ ଜଣା। ଜାନୁୟାରୀ ୨୦୧୮ରୁ ଜିଡିପି ଅଭିବୃଦ୍ଧି ଧିମା ପଡ଼ିବା ସହ ପରବର୍ତ୍ତୀ ତ୍ରୈମାସିକଗୁଡ଼ିକରେ ତାହା ନିମ୍ନଗାମୀ ହେବା ଆରମ୍ଭ ହୋଇଥିଲା। ମହାମାରୀ ପୂର୍ବରୁ ୨୦୧୯-୨୦ର ଶେଷ ତ୍ରୈମାସିକରେ ଏହା ୩.୧%ରେ ପହଞ୍ଚିବା ପୂର୍ବରୁ ୧୩ଟି ତ୍ରୈମାସିକ ନିମ୍ନରେ ରହିଥିଲା। କିନ୍ତୁ ଏ କ୍ଷେତ୍ରରେ ଚତୁରତାର ସହ କିଛି କୁହାଯାଇଥିଲା ।
ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା କହିଥିଲେ ଯେ, ଏହା ୨% କିମ୍ବା ଏହାଠାରୁ ଅଧିକ ହୋଇଥିଲା। ପରେ ମହାମାରୀ ଆସି ଅର୍ଥ ବ୍ୟବସ୍ଥାକୁ କ୍ଷତି କଲା। ନିବେଶ ହାର ସେତେବେଳେ ୩୦% ଥିଲା ଓ ଏବେ ବି ସେମିତି ରହିଛି। ଟ୍ୟାକ୍ସ ଟୁ ଜିଡିପି ଅନୁପାତ ୨୦୧୯ରେ ୧୧%ରୁ ଖସି ୨୦୨୦ରେ ପାଖାପାଖି ୧୦% ରହିଥିଲା ଏବଂ ତୈଳ ଟିକସ ଅତ୍ୟଧିକ ବୃଦ୍ଧି ଯୋଗୁ ଏହା ପୁଣି ପାଖାପାଖି ୧୧%କୁ ଫେରିଯାଇଛି। ଇକୋନୋମିକ ସର୍ଭେ କହେ ଭାରତର ଏବକାର ଶ୍ରମଶକ୍ତି ଭାଗୀଦାରି ହାର ୪୦%। ଏହା ଦକ୍ଷିଣ ଏସିଆରେ ସବୁଠୁ କମ୍‌ ଏବଂ ଚାଇନା ଓ ଭିଏଟ୍‌ନାମ୍‌ (୭୦%ରୁ ଅଧିକ) ତୁଳନାରେ ପାଖାପାଖି ଅଧା। ସରକାରଙ୍କ ନିଜସ୍ବ ତଥ୍ୟ ମଧ୍ୟ ସମାନ ଦର୍ଶାଏ ଏବଂ ଚିନ୍ତାର ବିଷୟ ହେଉଛି, ଏହି ହାର ଦୀର୍ଘମିଆଦୀ ସୂତ୍ରରେ ହ୍ରାସ ପାଇଆସିଛି, ଯାହାକୁ ସରକାର ଜାଣିପାରିନାହାନ୍ତି କି ତାହାକୁ ସଂଶୋଧନ କରିବାକୁ ଚାହଁିନାହାନ୍ତି। ଅବଶ୍ୟ ମହିଳା ଭାଗୀଦାରି ହାର ଅତି କମ୍‌ ହିଁ ଏହି ସମସ୍ୟାର ଏକ କାରଣ ହୋଇପାରେ, କିନ୍ତୁ ଏଠାରେ ଚାକିରି ନ ଥିବାରୁ ପୁରୁଷ ଭାଗୀଦାରି ଦୁର୍ବଳ ରହୁଛି ବୋଲି ସ୍ବୀକାର କରିବାକୁ ପଡ଼ିବ।
ତଥ୍ୟ ସଂଗ୍ରହ ଉପରେ ଏହି ରିପୋର୍ଟ ବିଭିନ୍ନ ବିଷୟ ରେକର୍ଡ କରିଛି, ଯାହା ପୂର୍ବ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ନିବେଦନ ସତ୍ତ୍ୱେ ବି ପ୍ରକାଶ କରାଯାଇ ନାହିଁ। ବିଶେଷକରି ବେରୋଜଗାର ତଥ୍ୟ ସମ୍ପର୍କରେ ନୀତି ଆୟୋଗ ନିଜେ ନ୍ୟାଶନାଲ ସାମ୍ପଲ ସର୍ଭେ ରିପୋର୍ଟକୁ ଅଗ୍ରାହ୍ୟ କରିଥିଲେ। ଏହି ସର୍ଭେ ଦର୍ଶାଇଥିଲା ଯେ, ବେରୋଜଗାର ରେକର୍ଡ ସ୍ତର ୬%କୁ ଛୁଇଁଥିଲା। କିନ୍ତୁ ଏହାକୁ ନିର୍ବାଚନ ପରେ ପ୍ରକାଶ କରାଯାଇଥିଲା ଓ ତଥ୍ୟର ସତ୍ୟତାକୁ ସରକାର ସ୍ବୀକାର କରିଥିଲେ। ବେରୋଜଗାର ଏବେ ବି ୬%ରୁ ଅଧିକ ରହିଛି। ୨୯ ଡିସେମ୍ବର ୨୦୧୯ରେ ପିଟିଆଇ ପ୍ରକାଶ କରିଥିଲା ଯେ, ତଥ୍ୟର ମାନରେ ଉନ୍ନତି ଆଣିବା ପାଇଁ ପରିସଂଖ୍ୟାନ ମନ୍ତ୍ରଣାଳୟ ପୂର୍ବତନ ମୁଖ୍ୟ ପରିସଂଖ୍ୟାନବିତ୍‌ ପ୍ରଣବ ସେନ୍‌ଙ୍କ ଅଧ୍ୟକ୍ଷତାରେ ଏକ ୨୮ ଜଣିଆ ଷ୍ଟାଣ୍ଡିଂ କମିଟି ଅନ୍‌ ଷ୍ଟାଟିଷ୍ଟିକ୍ସ (ଏସ୍‌ସିଇଏସ୍‌)ଗଠନ କରିଛି। ତେବେ ଏହି କମିଟିର ଆଉ କୌଣସି ଖବର ନାହିଁ କି ଏ ସମ୍ପର୍କରେ କିଛି ସୂଚନା ମିଳୁନାହିଁ। ମାନୁଫାକ୍‌ଚରିଂ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ହେଲାନାହିଁ। ଏହା ପରିବର୍ତ୍ତେ ଜିଡିପିରେ ମାନୁଫାକ୍‌ଚରିଂ ଶେୟାର ମେକ୍‌ ଇନ୍‌ ଇଣ୍ଡିଆ ପୂର୍ବର ୧୬%ରୁ ଖସି ଏବେ ୧୩%ରେ ଅଛି। ମାନୁଫାକ୍‌ଚରିଂରେ ଚାକିରି କମିଛି। ମାନୁଫାକ୍‌ଚରିଂର ଅଧା କୁହାଯାଉଥିବା ଅଟୋମୋବାଇଲ ସେକ୍ଟର ଏକ ଦଶନ୍ଧି ହେଲା ମାନ୍ଦା ପଡ଼ିଛି। ୨୦୧୪-୧୫ରେ ଭାରତ ମୋଟ ୩.୪ ମିଲିୟନ ଯାତ୍ରୀବାହୀ ଯାନ ଉପତ୍ାଦନ କରିଥିଲା ଓ ମହାମାରୀ ପୂର୍ବରୁ ୨୦୧୯-୨୦ରେ ଏହି ସଂଖ୍ୟା ସମାନ ଥିଲା। ଗତ ୩ ବର୍ଷରେ ହାରାହାରି ସମାନ ସଂଖ୍ୟକ ଯାନ ଉପତ୍ାଦନ କରାଯାଇଛି। ଦି ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକ୍‌ଚର୍ସ ୨୦୨୧ରେ ପ୍ରକାଶ କରିଥିଲା ଯେ,ଭାରତର ଅଟୋମୋବାଇଲ ଇଣ୍ଡଷ୍ଟ୍ରୀ ମାନ୍ଦା ଅଛି; ଯାହା ଦୀର୍ଘମିଆଦୀ, ଢାଞ୍ଚାଗତ ଓ ଅତି ଗଭୀର। ଏହି ମାନ୍ଦାବସ୍ଥା ଉପରେ ଅଧିକ ଗବେଷଣା କରାଯିବା ଦରକାର ବୋଲି କୁହାଯାଇଥିଲା, କିନ୍ତୁ ସରକାରଙ୍କ ଅନୁଯାୟୀ ଭାରତରେ କୌଣସି ମାନ୍ଦା ସ୍ଥିତି ନାହିଁ।
ଚାଷୀଙ୍କ ଆୟ ଦୁଇଗୁଣ ହେଲାନାହିଁ। ଅନ୍ୟପକ୍ଷରେ କୋଭିଡ୍‌ ପରେ ୨୦୨୧-୨୨ରେ ଅର୍ଥ ବ୍ୟବସ୍ଥା ଭଲ ଥିବାବେଳେ ବୈଶ୍ୱିକ ବାଣିଜ୍ୟରେ ରପ୍ତାନି ୨୩% ବଢ଼ିଥିଲା। ଏହି ବୃଦ୍ଧି ଶେଷ ହୋଇଯାଇଛି ଓ ବିକ୍ରିଯୋଗ୍ୟ ସାମଗ୍ରୀଗୁଡ଼ିକର ରପ୍ତାନି ପୁନର୍ବାର ନକାରାମତ୍କ ହୋଇଯାଇଛି। ଏହା ହିଁ ହେଉଛି ନ୍ୟୁଇଣ୍ଡିଆ@୭୫ର କୀର୍ତ୍ତିମାନ। ଆମେ ୨୦୨୩ର ମଝିରେ ପହଞ୍ଚି ଗଲେଣି। ହେଲେ ଏହି ୫ ବର୍ଷିଆ ଯୋଜନା ସମ୍ପର୍କରେ ଆଉ କୌଣସି ସୂଚନା ନାହିଁ। କେଉଁ ଲକ୍ଷ୍ୟ ହାସଲ ହୋଇଛି କିମ୍ବା ହାସଲ କରିବାକୁ ଚେଷ୍ଟା କରାଯାଇଥିଲା ତାହା ହୋଇ ନାହିଁ କିମ୍ବା ଭବିଷ୍ୟତ ପାଇଁ କେଉଁ ଶିକ୍ଷା ଗ୍ରହଣ କରାଯାଇପାରିବ ତାହା ନୀତି ଆୟୋଗ କହିନାହାନ୍ତି। ଏହା ବଦଳରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଆମ ସମୟର ନାମ ପରିବର୍ତ୍ତନ କରିଛନ୍ତି। ଅମୃତକାଳ, ଅନନ୍ତ ଯୁଗ କହୁଛନ୍ତି। ଏହା ଅନନ୍ତ ନୁହେଁ ବରଂ ଆମ ପାଇଁ କେବଳ କର୍ତ୍ତବ୍ୟର ଯୁଗ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri