ଧର୍ମନିରପେକ୍ଷତାରୁ ଦୂରରେ

ପ୍ରଥମେ ବହୁ ବର୍ଷ ଧରି ମୁଁ ପାକିସ୍ତାନର ଖବରକାଗଜଗୁଡ଼ିକ ପାଇଁ ଆର୍ଟିକିଲ ଲେଖୁଥିଲି। ମୁଁ ବହୁଥର ପାକିସ୍ତାନ ଯାଇ ସେଠାରେ ବିଶ୍ୱବିଦ୍ୟାଳୟମାନଙ୍କରେ ବକ୍ତବ୍ୟ ଉପସ୍ଥାପନ କରିଛି। ବିଗତ ତିନି ଦଶନ୍ଧି ଧରି ଅଧ୍ୟୟନ ମାଧ୍ୟମରେ ମୁଁ ପାକିସ୍ତାନକୁ ଅତି ଭଲ ଭାବେ ଜାଣିଛି। ମୋ ମତରେ ସବୁଠୁ ବିଚିତ୍ର ବିଷୟ ହେଉଛି, ଭାରତ ଧର୍ମନିରପେକ୍ଷତାରୁ ଲଗାତର ଦୂରେଇ ଯାଇ ଏକ ହିନ୍ଦୁତ୍ୱ ରାଷ୍ଟ୍ର ଆଡକୁ ମୁହଁାଉଥିବାବେଳେ ପାକିସ୍ତାନ ଏହାର ବିପରୀତ ଦିଗରେ ଅର୍ଥାତ୍‌ ଧର୍ମଠାରୁ ଦୂରେଇ ଯିବାକୁ ଚେଷ୍ଟା କରିଆସୁଛି। ୧୯୪୭ରେ ପାକିସ୍ତାନ ସାମ୍ବିଧାନିକ ଭାବେ ଧର୍ମଭିତ୍ତିକ ଦେଶ ହେବାକୁ ଚାହଁିଥିଲା। ଆଇନ ଓ ସରକାରରେ ଧର୍ମର ଏକୀକରଣ ଦେଶପ୍ରତି ଏକ ସକାରାମତ୍କ ଆବେଗ ଆଣିବ ବୋଲି ଜିନ୍ନାଙ୍କ ଉତ୍ତରାଧିକାରୀ ଲିଆକତ ଅଲି ଖାନ୍‌ ଭାବୁଥିଲେ। ଜାପାନରେ ପରମାଣୁ ବିଭୀଷିକାର କିଛି ବର୍ଷ ପରେ ଲିଆକତ କହିଥିଲେ ଯେ, ମାନବଜାତିର ଭୌତିକି ଓ ବିଜ୍ଞାନର ବିକାଶ ଫଳରେ ମଣିଷ ଆବିଷ୍କାର କରିବାକୁ ସକ୍ଷମ ହେଲା, ଯାହା ବିଶ୍ୱ ଏବଂ ସମାଜକୁ ନଷ୍ଟ କରିଦେଲା। ମଣିଷ ତା’ ଆଧ୍ୟାମ୍‌ତ୍ିକ ପକ୍ଷକୁ ଅଣଦେଖା କରିବାରୁ ଏହା ଘଟିଲା । ବିଜ୍ଞାନର ବିପଦଗୁଡ଼ିକୁ ଧର୍ମ ହ୍ରାସ କରେ ବୋଲି ଜଣେ ମୁସଲମାନ ଭାବେ ଲିଆକତ ଅନୁଭବ କରିଥିଲେ । ମୁସଲମାନଙ୍କୁ ଇସ୍‌ଲାମ ସହ ତାଳଦେଇ ଜୀବନ ନିର୍ବାହ କରାଇବାରେ ଦେଶର ସକ୍ଷମତା ଅଣ ମୁସଲମାନମାନଙ୍କୁ ଚିନ୍ତାରେ ପକାଇ ନ ଥିବାରୁ ସେମାନଙ୍କର କୌଣସି ସମସ୍ୟା ରହିବା ଉଚିତ ନୁହେଁ ବୋଲି ସେ କହିଥିଲେ। ବାସ୍ତବରେ ମୁସଲିମ ଲିଗ୍‌ ଏହା କରିବାକୁ ଯୋଜନା କରିଥିଲା, କିନ୍ତୁ ଘଟିଲା ସମ୍ପୂର୍ଣ୍ଣ ଭିନ୍ନ। ମୁସଲମାନଙ୍କ ଉପରୁ ଧ୍ୟାନ ହଟି ଅଣ ମୁସଲମାନଙ୍କ ଆଡକୁ ଚାଲିଗଲା। ପାକିସ୍ତାନ ସଂଖ୍ୟାଲଘୁଙ୍କ ଉପରେ ସାମ୍ବିଧାନିକ କଟକଣା ଲଗାଇଲା । ସଂଖ୍ୟାଲଘୁ ରାଷ୍ଟ୍ରପତି (୧୯୬୦ ଦଶକରେ) ଏବଂ ପ୍ରଧାନମନ୍ତ୍ରୀ(୧୯୭୦ ଦଶକରେ) ହୋଇପାରିବେ ନାହିଁ ବୋଲି ଆଇନ ଅଣାଗଲା। ସେହି ସମୟରେ ପାକିସ୍ତାନର ମୁସଲମାନଙ୍କ ପାଇଁ କରାଯାଇଥିବା ଆଇନଗୁଡ଼ିକ ମଧ୍ୟ ମୁସଲମାନଙ୍କୁ ଦୁର୍ବଳ କରିବାକୁ ଲାଗିଲା। ରମ୍‌ଜାନରେ ଉପବାସକୁ ନେଇ ଲାଗୁ କରାଯାଇଥିବା ଆଇନ ଉପରେ ମୁସଲିମ୍‌ ରେସ୍ତୋରାଁ ଏବଂ ମଲଟିପ୍ଲେକ୍ସ ମାଲିକମାନେ ଅଭିଯୋଗ କରିବା ପରେ ଏହା ବିରୋଧରେ ସ୍ବର ଉଠିଥିଲା। ଜକାତ( ଦାନ)କୁ ନେଇ ଲାଗୁ କରାଯାଇଥିବା ଆଇନରେ ପାକିସ୍ତାନୀ ସୁନ୍ନିମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨.୫% ନେବାର ଯୋଜନା କରାଯାଇଥିଲା । ଏହା ଘଟିବାର ଠିକ୍‌ ପୂର୍ବରୁ ଲୋକମାନେ ଆକାଉଣ୍ଟରୁ ଟଙ୍କା ଉଠାଇ ଅଣିବାରୁ ଯୋଜନା ପଣ୍ଡ ହୋଇଗଲା। ଏହି ଆଇନକୁ ବିରୋଧ କରାଯିବାରୁ ଶେଷରେ ହଟାଇ ନିଆଗଲା। ଭାରତୀୟ ଦଣ୍ଡବିଧି ସଂହିତାର ୩୦୨, ୪୨୦ ଏବଂ ୧୪୪ ଧାରାକୁ ପାକିସ୍ତାନୀମାନେ ଭଲ ଭାବେ ଜାଣନ୍ତି, ଅନୁସରଣ କରନ୍ତି। ସେମାନେ ମଧ୍ୟ ଆଇନଗୁଡ଼ିକରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ପାକିସ୍ତାନ ୧୯୮୦ ଦଶକରେ ଚୋରି ପାଇଁ ଅଙ୍ଗ ଚ୍ଛେଦନ ଦଣ୍ଡ ପାଇଁ ଆଇନ ଆଣିଥିଲା , ହେଲେ ତାହା ଶୀତଳଭଣ୍ଡାରକୁ ଚାଲିଗଲା । ପରଭେଜ ମୁଶରଫ ପାକିସ୍ତାନ ରାଷ୍ଟ୍ରପତି ଥିବା ସମୟରେ ବଳାକତ୍ାର ପାଇଁ ଦଣ୍ଡ ବ୍ୟବସ୍ଥାକୁ ଶରିୟାରୁ ଦଣ୍ଡ ସଂହିତାକୁ ଫେରାଇ ଅଣାଯାଇଥିଲା।
ପାକିସ୍ତାନର ଇସ୍‌ଲାମୀକରଣ ଲାଗି ଶେଷ ଚେଷ୍ଟା ଦୁଇ ଦଶନ୍ଧି ପୂର୍ବେ ନଓ୍ବାଜ ସରିଫ୍‌ଙ୍କ ସମୟରେ ଶେଷ ହୋଇଥିଲା। ତଥାକଥିତ୍ତ ୧୫ ତମ ସଂଶୋଧନ ସିନେଟ୍‌ରେ କାଟ ଖାଇଥିଲା । ଫଳରେ ପାକିସ୍ତାନ ଏକ ସମ୍ପୂର୍ଣ୍ଣ ଇସ୍‌ଲାମିକ୍‌ ହୋଇପାରିନାହିଁ କି କେବେ ବି ଧର୍ମତନ୍ତ୍ର ହୋଇପାରିବ ନାହିଁ। କିନ୍ତୁ ପାକିସ୍ତାନ ଧର୍ମ ନିରପେକ୍ଷ ହେବାକୁ ଚେଷ୍ଟା କରୁଥିବାବେଳେ ଭାରତ ଏହାଠାରୁ ଦୂରକୁ ଚାଲିଯାଇଛି। ଭାରତ କେବଳ ଗୋଟିଏ ବିଷୟ ଦାବି କରିପାରେ ଯେ, ଦେଶର ଶୀର୍ଷ ପଦରେ ଆସୀନ ହେବାରୁ ମୁସଲମାନଙ୍କୁ ଅଟକାଇ ନାହିଁ। ଭାରତରେ ମୁସଲମାନମାନେ ରାଷ୍ଟ୍ରପତି ହୋଇଛନ୍ତି, କିନ୍ତୁ ପାକିସ୍ତାନରେ ହିନ୍ଦୁମାନଙ୍କ ପାଇର୍ଁ ଏହା ସମ୍ଭବ ନୁହେଁ। ଭାରତରେ ରାଷ୍ଟ୍ରପତିଙ୍କର ପାର୍ଲାମେଣ୍ଟ ଭଙ୍ଗ କରିବାର କ୍ଷମତା ଯଦି ଥାଆନ୍ତା, ତେବେ କେତେ ଜଣ ମୁସଲମାନ ସେହି ପଦରେ ବସିଥାଆନ୍ତେ ତାହା ସମୟ ହିଁ କହିଥାନ୍ତା। କିନ୍ତୁ ପାକିସ୍ତାନରେ ରାଷ୍ଟ୍ରପତିଙ୍କର ପାର୍ଲାମେଣ୍ଟ ଭଙ୍ଗ କରିବା କ୍ଷମତା ରହିଛି। ୧୯୪୭ ପରେ ପ୍ରଥମ ଥର ପାଇଁ ଏବେ ଭାରତର କୌଣସି ରାଜ୍ୟରେ ମୁସଲମାନ ମୁଖ୍ୟମନ୍ତ୍ରୀ ନାହାନ୍ତି। ୧୫ଟି ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁସଲମାନ ମନ୍ତ୍ରୀ ବି ନାହାନ୍ତି। ଶାସକ ଦଳର ୩୦୩ ଲୋକ ସଭା ସଦସ୍ୟଙ୍କ ମଧ୍ୟରେ କେବଳ ୯ ଜଣ ମୁସଲମାନ ରହିଛନ୍ତି। ପୂର୍ବ ଥର ୨୮୨ ଲୋକ ସଭା ସଦସ୍ୟଙ୍କ ମଧ୍ୟରେ ଜଣେ ବି ମୁସଲମାନ ନ ଥିଲେ। ମୁକ୍ତାର ଆବାସ ନକ୍‌ଭୀଙ୍କୁ ରାଜ୍ୟ ସଭା ସିଟ୍‌ ଦିଆଯାଇ ନାହିଁ। ଯଦି ସେ ମନ୍ତ୍ରୀ ପଦ ହରାନ୍ତି ତେବେ ଏବେ ପ୍ରଥମ ଥର ପାଇଁ କେନ୍ଦ୍ର କ୍ୟାବିନେଟ୍‌ରେ କୌଣସି ମୁସଲମାନ ରହିବେ ନାହିଁ। ପାକିସ୍ତାନରେ ଆଇନ ମାଧ୍ୟମରେ ହେଉ କିମ୍ବା ଭାରତରେ ବ୍ୟବସ୍ଥା ମାଧ୍ୟମରେ, ସଂଖ୍ୟାଲଘୁଙ୍କୁ କ୍ଷମତାରୁ ବାହାରେ ରଖିବା ବାସ୍ତବତାକୁ ଦର୍ଶାଇଛି।
ଆଇନ ଦିଗରୁ ବିଭିନ୍ନ ବିଶ୍ୱାସ ଓ ମତର ଲୋକଙ୍କୁ ନେଇ ଚାଲିବା ଧାରାରୁ ଭାରତ ଅବଶ୍ୟ ବହୁ ଦୂରକୁ ଚାଲିଯାଇଛି। ୨୦୧୯ରେ କେନ୍ଦ୍ର ସରକାର ତିନି ତଲାକ ଉଚ୍ଚାରଣ ଓ ୨୦୧୮ ପରେ ୭ ଭାଜପା ଶାସିତ ରାଜ୍ୟ ଆନ୍ତଃ ଧର୍ମୀୟ ବିବାହର ଅପରାଧୀକରଣ କରିଛନ୍ତି। ୨୦୧୯ରେ ଗୁଜରାଟରେ ମୁସଲମାନଙ୍କୁ ହିନ୍ଦୁମାନଙ୍କ ସମ୍ପତ୍ତି କିଣିିବା କିମ୍ବା ଲିଜ୍‌ରେ ନେବା ଲାଗି ମନା କରାଯାଇଛି। କଶ୍ମୀରୀମାନଙ୍କୁ ଯେଭଳି ବ୍ୟବହାର କରାଯାଉଛି ଆମେ ସେ ବିଷୟକୁ ଯିବା ଦରକାର ବୋଲି ଅନୁଭବ କରୁନାହଁୁ, କାରଣ ସେଠାରେ ଲାଗୁ କଟକଣା ଉପରେ ଜାଣିବା ଲାଗି ଆମ ମଧ୍ୟରେ କୌଣସି ଆଗ୍ରହ ଜନ୍ମୁନାହିଁ। କାର୍ଯ୍ୟକଳାପକୁ ଲକ୍ଷ୍ୟକଲେ ଭାରତ ଓ ପାକିସ୍ତାନ ଦୁଇ ଦିଗରୁ ପରସ୍ପର ଆଡକୁ ଗତି କରୁଥିବାରୁ ଏହି ଦୁଇ ଦେଶ ମଧ୍ୟରେ ଅସଲରେ ପାର୍ଥକ୍ୟ ନାହିଁ। ଜଣେ ସମ୍ପ୍ରଦାୟ ସୀମାରୁ ଅଭିଯାନ ଆରମ୍ଭ କଲା କିନ୍ତୁ ଆଗୋଉଛି ଧର୍ମନିରପେକ୍ଷତା ଆଡ଼କୁ। ଅନ୍ୟଟି ଧର୍ମନିରପେକ୍ଷତାରୁ ଆରମ୍ଭ କଲା, ହେଲେ ଖସିଚାଲିଛି ସାମ୍ପ୍ରଦାୟିକତା ଭିତରକୁ।

  • ଆକାର ପଟେଲ
  • Email:aakar.patel@gmail.com

Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri