ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ କୋମାକୁ ଚାଲିଗଲେ ପ୍ରଶଂସକ

ମୁମ୍ବାଇ: ବିଗ୍‌ବସ୍‌-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ଏବେ ବି ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଜଣେ ବ୍ୟକ୍ତି ଜଣେ ଯୁବତୀଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ‘ଶୀଘ୍ର ଭଲ ହୋଇଯାଅ’। ଡାକ୍ତର କହିଛନ୍ତି ସେ କୋମାକୁ ଚାଲିଯାଇଛନ୍ତି। ଅତ୍ୟଧିକ ମାନସିକ ଦୁଃଶ୍ଚିନ୍ତା ଯୋଗୁ ତାଙ୍କ ଆଖିପତା ଏବଂ ଶରୀରର ଅନ୍ୟ ଅଙ୍ଗ କାମ କରୁନାହିଁ। ସମସ୍ତ ପ୍ରଶଂସକ ଏବଂ ସହଯୋଗୀଙ୍କୁ ଶାନ୍ତ ରହିବା ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦେଇଛନ୍ତି।

ଟିଭିର ଲୋକପ୍ରିୟ ଅଭିନେତା ତଥା ବିଗ୍‌ବସ୍‌-୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଅନେକଙ୍କୁ କଷ୍ଟ ଦେଉଛି। ସିଦ୍ଧାର୍ଥଙ୍କ ମୃତ୍ୟୁରେ ତାଙ୍କର ଜଣେ ମହିଳା ପ୍ରଶଂସକଙ୍କ ଅବସ୍ଥା ବହୁତ ଖରାପ ହୋଇପଡ଼ିଛି। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ଗ୍ରହଣ କରି ନ ପାରି ଯୁବତୀ ଜଣକ କୋମାକୁ ଚାଲିଯାଇଛନ୍ତି।

Share