ପ୍ରଶଂସକ ବାଛିଲେ ଭାରତିଙ୍କ ନୂଆ ଅତିଥିଙ୍କ ନାମ, ପସନ୍ଦ କଲେନି ଦମ୍ପତି

ମୁମ୍ବାଇ: ଜଣାଶୁଣା କମେଡିଆନ ଭାରତି ସିଂ ମା’ ହେବାକୁ ଯାଉଛନ୍ତି । ଅନୁମାନ କରାଯାଉଛି ଏହି ସପ୍ତାହରେ ଭାରତି ଓ ତାଙ୍କ ସ୍ୱାମୀ ହର୍ଷ ନୂଆ ଅତିଥିଙ୍କୁ ସ୍ୱାଗତ କରିପାରନ୍ତି । ଏହାକୁ ନେଇ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ହର୍ଷ କହୁଛନ୍ତି, ତୁମେ ଆମ ପିଲାର ନାଁ ବାଛିନ । ଭାରତି କହୁଛନ୍ତି ଶୁଣ ଆମ ପ୍ରଶଂସକମାନେ କିକି ନା ସଜେଷ୍ଟ କରିଛନ୍ତି । ଏକ ଛୋଟ କାଗଜ ବାହାର କରି ଭାରତି ସେଥିରେ ଲେଖାଥିବା ନାଁ ପଢିଛନ୍ତି । ପ୍ରଶଂସକ ଜଣଙ୍କ କମେଡିଆନ ଦମ୍ପତିଙ୍କୁ ତାଙ୍କ ପିଲାର ନାଁ ପପୁ ରଖନ୍ତୁ ବୋଲି ସଜେଷ୍ଟ କରିଛନ୍ତି । ଏହାପରେ ହର୍ଷ ଆଉ ଖଣ୍ଡେ କାଗଜରେ ଲେଖାଯାଇଥିବା ନାଁ ପଢିଛନ୍ତି ସେଥିରେ ଲେଖାଯାଇଛି ‘ଟମି’ । ଏହାକୁ ଦେଖି ଭାରତି ବଡ ମଜାଳିଆ ଢଙ୍ଗରେ କହିଛନ୍ତି ଆମେ ପିଲା ଜନ୍ମ ଦେବାକୁ ଯାଉଛୁ କୁକୁର ନୁହେଁ । ଭାରତିଙ୍କ ଏହି କଥା ଶୁଣି ଯେ କେହି ହସି ପକାଇଛନ୍ତି ।
ସୂଚନାଯୋଗ୍ୟ, କିଛିଦିନ ତଳେ କାମରୁ ବିରତି ନେଇ ସେ ଏବେ ମାତୃତ୍ୱ ଉପରେ ଧ୍ୟାନ ଦେବେ ବୋଲି କହିବାରୁ ତାଙ୍କ ପ୍ରଶଂସକମାନେ କହିଥିଲେ ଆମେ ତୁମକୁ ମିସ୍ କରିବୁ । ଭାରତି ହସି ହସି କହିଥିଲେ ମୁଁ ପିଲା ଜନ୍ମ କରିବାକୁ ଯାଉଛି ନୁହେଁ କି ଆମେରିକାରେ ସେଟେଲ ହେବାକୁ ଯାଉଛି । ଏହାଶୁଣି ସମସ୍ତେ ହସି ପକାଇଥିଲେ । ପୁଣି ସେ ହସି ହସି କହିଥିଲେ ପିଲାଜନ୍ମ ପରେ ମୁଁ କିଛି ସମୟ ବିରତି ନେଇ ପୁଣି ଫେରିବି ।

Share