Categories: ଖେଳ

ଏହି ଚର୍ଚ୍ଚିତ କ୍ରିକେଟର୍‌ଙ୍କ ଗୋଟିଏ ଟୁଇଟ୍‌ ଦେଖି ଉତ୍ତର ଖୋଜୁଛନ୍ତି ଦର୍ଶକ

ଆଫଗାନିସ୍ତାନର ଷ୍ଟାର ବୋଲର ରଶିଦ ଖାନ ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଚିନ୍ତାରେ ପକାଇଦେଇଛନ୍ତି। ରଶିଦ ଏକ ଦର୍ପଣ ଆଗରେ ସେଲଫି ଉଠାଇଥିଲେ। ତାଙ୍କ ପଛରେ ଥିବା ଦର୍ପଣ ଯୋଗୁ ତାଙ୍କର ଅନେକ ପ୍ରତିଫଳନ ଦେଖାଯାଉଛି। ଫଟୋ ଶେୟାର କରି ଏହି ଷ୍ଟାର ବୋଲର କହିଛନ୍ତି ଯେ ରଶିଦଙ୍କଠାରୁ ଆଗରେ ଦୁଇ ଅଛନ୍ତି, ରଶିଦଙ୍କ ପଛରେ ଦୁଇଜଣ ରଶିଦ ଅଛନ୍ତି, ତେବେ ସର୍ବମୋଟ କେତେ ରଶିଦ କହିଛନ୍ତି। ଏହି ପଜଲ ଉପରେ ପ୍ରଶଂସକମାନେ ଉତ୍ତର ଦେଇ କହିଛନ୍ତି ଯେ ସମୁଦାୟ ୫ ଜଣ ରଶିଦ ଏବଂ ଜଣେ ରଶିଦଙ୍କୁ ଭାରତୀୟ କ୍ରିକେଟର କରାଯାଉ। ଏଥିସହିତ ଜଣେ ପ୍ରଶଂସକ କହିଛନ୍ତି ଯେ କଳ୍ପନା କରନ୍ତୁ ଯେ ଗୋଟିଏ ଦଳରେ ଏତେ ସଂଖ୍ୟକ ରଶିଦ ରହିବେ ତେବେ..। ଅନ୍ୟ ଜଣେ ପ୍ରଶଂସକ କହିଛନ୍ତି ଯେ ଯଦି ଏହା ଘଟେ ତେବେ ୨୦ ଓଭର ରଶିଦ ବୋଲିଂ କରିବେ ଏବଂ ବିପକ୍ଷ ଦଳର ସ୍କୋର ସର୍ବାଧିକ ୮୦ହେବ। ଏଥିସହିତ ଜଣେ ପ୍ରଶଂସକ କହିଛନ୍ତି ଯେ ୪ଟି ରଶିଦଙ୍କର ଆବଶ୍ୟକତା ନାହିଁ, ଜଣେ ଖାନ ସମସ୍ତଙ୍କ ଉପରେ ଭାରୀ ପଡିବ। ଆଇପିଏଲର ଏହି ସିଜନରେ ରଶିଦ ଖାନଙ୍କ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ସେ ଏହି ସିଜନରେ ୧୬ଟି ମ୍ୟାଚରେ ୩୪୪ ରନ ଦେଇ ୨୦ ଉଇକେଟ ନେଇଥିଲେ।

Share