ପ୍ରିୟ ଅଭିନେତାଙ୍କୁ ଦେଖିବା ପାଇଁ ହୋଟେଲ୍‌ ଛାତକୁ ଚଢିଲେ ପ୍ରଶଂସକ

ସାଉଥ ସୁପରଷ୍ଟାର ରାମ ଚରଣ ତାଙ୍କ ଆଗାମୀ ଫିଲ୍ମର ଶୁଟିଂ ପାଇଁ ବିଶାଖାପାଟନମ୍‌ରେ ପହଞ୍ଚିଛନ୍ତି। ଏଠାରେ ପ୍ରଶଂସକମାନେ ନିଜ ପ୍ରିୟ ଅଭିନେତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମାଇଥିଲେ। ତାଙ୍କୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ଶହ ଶହ ପ୍ରଶଂସକ ଏକତ୍ରିତ ହୋଇଥିଲେ। ରାମ ଚରଣ ତାଙ୍କ ହୋଟେଲକୁ ଯିବା ମାତ୍ରେ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଅନୁସରଣ କରି ଫୁଲ ବର୍ଷା କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ରାମ ଚରଣ ହୋଟେଲ ଭିତରେ ପଶିବା କ୍ଷଣି ତାଙ୍କ ପ୍ରଶଂସକମାନେ ହୋଟେଲ୍‌ ଛାତ ଉପରକୁ ଚଢି ଯାଇଥିଲେ।
ରାମ ଚରଣ ପ୍ରସିଦ୍ଧ ନିର୍ଦ୍ଦେଶକ ଶଙ୍କରଙ୍କ ପରବର୍ତ୍ତୀ ଫିଲ୍ମର ଶୁଟିଂ ପାଇଁ ବିଶାଖାପାଟନମ୍‌ରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ କିଆରା ଆଡଭାନୀ ନଜର ଆସିବେ। ଏହି ଫିଲ୍ମରେ ରାମ ଚରଣ ଜଣେ ଆଇଏଏସ ଅଧିକାରୀ ଭୂମିକାରେ ଅଛନ୍ତି।
ନିକଟରେ ରାମ ଚରଣଙ୍କ ଫିଲ୍ମ ଆଚାର୍ଯ୍ୟ ମୁକ୍ତିଲାଭ କରିଛି। ଏଥିରେ ସେ ତାଙ୍କ ପିତା ଚିରଞ୍ଜୀବୀଙ୍କ ସହ କାମ କରିଛନ୍ତି। ତେବେ ବକ୍ସ ଅଫିସରେ ବାପା-ପୁଅ ଯୋଡି ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି।

 

Share