Categories: ଜାତୀୟ

ଫଡ଼ନାଭିସ ଜଣେ ବେକାର ମନ୍ତ୍ରୀ: ଉଦ୍ଧବ…

ମୁମ୍ବାଇ,୪।୪ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉଦ୍ଧବ କହିଛନ୍ତି ଫଡ଼ନାଭିସ ରାଜ୍ୟର ଜଣେ ବେକାର ଗୃହମନ୍ତ୍ରୀ। ସେ ନିଜ ପଦରୁ ଇସ୍ତଫା ଦେଇଦେବା ଆବଶ୍ୟକ। ଜଣେ ଦଳୀୟ ମହିଳା କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ ପରେ ଉଦ୍ଧବ ଏଭଳି ମତାମତ ଦେଇଛନ୍ତି।

ଉଦ୍ଧବଙ୍କ ଏଭଳି ମନ୍ତବ୍ୟ ନେଇ ଫଡ଼ନାଭିସ କହିଛନ୍ତି ଯେ, ଆମ ଧୈର୍ଯ୍ୟର ପରୀକ୍ଷା ନିଅନ୍ତୁ ନାହିଁ। ଆମେ ଏହାର ଜବାବ ଦେବାକୁ ସକ୍ଷମ। ଆପଣଙ୍କର ହିତ ଉପଦେଶ ଆବଶ୍ୟକତା ନାହିଁ।

Share