Categories: ଜାତୀୟ

ତାମିଲନାଡୁରେ ଆରମ୍ଭ ହେଲା ‘ଫନୀ’ର ପ୍ରଭାବ

ଚେନ୍ନାଇ,୨।୫: ବତ୍ୟା ‘ଫନୀ’ ଏବେ ଉଗ୍ରରୂପ ନେଇ ଉପକୂଳ ମୁହାଁ। ଗୁରୁବାର ସକାଳେ ଏହାର ସାମନ୍ୟ ପ୍ରଭାବ ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି। ଫଳରେ ନ୍ୟାଶନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ(ଏନ୍‌ଡିଆର୍‌ ଏଫ୍‌) ର ଏକ ଦଳ ଶ୍ରୀକାକୁଲମର ଇଚ୍ଛାପୁରରେ ପହଞ୍ଚି ଯାଇଥିବା ସୂଚନା ମିଳିଛି। ଶ୍ରୀକାକୁଲମର ପେଡୁଗୁପଡ୍ଡାରେ ଗୁରୁବାର ସକାଳୁ କୋହଲା ପବନ ସାଙ୍ଗକୁ ଝିପଝିପି ବର୍ଷା ଆରମ୍ଭ ହୋଇଡ୍‌ଯାଇଛି। ଧିରେ ଧିରେ ଏହା ଅନ୍ୟ ୩ ଜିଲା ଗୋଦାବରୀ, ବିଶାଖାପାଟନମ ଓ ବିୟନଗରମରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି କହିଛି ପାଣିପାଗ ବିଭାଗ। ସେପଟେ ଏହା ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବା ଅନୁମାନ କରାଯାଇଛି। ତେଣୁ ସନ୍ଧ୍ୟା ସୁଦ୍ଧା ଉପକୂଳରେ ପ୍ରଭାବିତ ହେବାକୁ ଥିବା ସ୍ଥାନରୁ ପାଖାପାଖି ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ।

Share