ରଜନୀକାନ୍ତଙ୍କ ସହ ରୋମାନ୍ସକୁ ନେଇ ଐଶ୍ୱର୍ଯ୍ୟାଙ୍କ ଉଡ଼ିଥିଲା ମଜା

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ଆଜି ଅର୍ଥାତ୍‌ ଡିସେମ୍ବର ୧୨ରେ ତାଙ୍କର ୭୨ତମ ଜନ୍ମଦିବସ ପାଳନ କରୁଛନ୍ତି। ତାଙ୍କର ଆକ୍ସନ, ରୋମାନ୍ସ ସବୁକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଏହି ଖାସ୍‌ ଦିନରେ ବିଭିନ୍ନ ମହଲରୁ ରଜନୀକାନ୍ତଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଆଜିର ଏହି ଦିନରେ ତାଙ୍କ ସହ ଜଡ଼ିତ ଅନେକ କଥା ସୋସିଆଲ ମିଡିଆରେ ଶେୟାର ହେଉଥିବା ଦେଖିବାକୁ ମିଳିଛି। ଠିକ୍‌ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ସହ କାମ କରିବାକୁ ନେଇ ସେ ଥଟ୍ଟାର ପାତ୍ର ହୋଇଥିଲେ। ୨୦୧୦ରେ ରଜନୀକାନ୍ତଙ୍କର ଏକ ଫିଲ୍ମ ‘ରୋବଟ’ ଆସିଥିଲା। ଯେଉଁଥିରେ ତାଙ୍କ ବିପକ୍ଷରେ ଐଶ୍ୱର୍ଯ୍ୟା ଥିଲେ। ରଜନୀକାନ୍ତ ଫିଲ୍ମ ପ୍ରମୋଶନ ସମୟରେ ଐଶ୍ୱର୍ଯ୍ୟାଙ୍କୁ ଧନ୍ୟବାଦ ଜଣାଇବା ସହ ଏହାର କାରଣ ମଧ୍ୟ କହିଥିଲେ। ସେ ଏକ ଇଭେଣ୍ଟରେ କହିଥିଲେ, ଯେତେବେଳେ ସେ ଏହି ଫିଲ୍ମ ଆରମ୍ଭ କରୁଥିଲେ ସେତେବେଳେ ସେ ତାଙ୍କ ଭାଇଙ୍କ ଘରକୁ ଯାଇଥିଲେ। ଯେଉଁଠାରେ ଗୁଜୁରାଟୀ ପରିବାରର ଜଣେ ପଡ଼ୋଶୀ ରହୁଥିଲେ। ତେଣୁ ତାଙ୍କ ଆସିବା ଶୁଣି ପଡ଼ୋଶୀ ପ୍ରଶଂସକମାନେ ତାଙ୍କୁ ଭେଟିବାକୁ ଆସିଥିଲେ।

ପଡ଼ୋଶୀ ପଚାରିଥିଲେ, ବର୍ତ୍ତମାନ ତୁମର ବୟସ ୬୦ ଏବଂ ତୁମର କେଶ ବି ଝଡ଼ିଗଲାଣି। ତେବେ ତୁମେ ଏବେ ବି ଫିଲ୍ମରେ କାମ କରୁଛ? ରଜନୀକାନ୍ତ କହିଥିଲେ, ହଁ ମୁଁ ଏକ ଫିଲ୍ମ ‘ରୋବଟ’ କରୁଛି। ପଡ଼ୋଶୀ କୌତୂହଳ ସହକାରେ ପଚାରିଥିଲେ କିଏ ସେହି ଅଭିନେତ୍ରୀ। ପରେ ରଜନୀକାନ୍ତ ଐଶ୍ୱର୍ଯ୍ୟାଙ୍କ ନାଁ କହିଥିଲେ। ଏହା ପରେ ସେହି ପଡ଼ୋଶୀ ଦୁଇ ଘଣ୍ଟା ଯାଏ କିଛି ନ କହି ଚୁପ୍‌ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ଘରେ ପଶି ମହିଳାଙ୍କ ମୁଣ୍ଡକୁ ଧରି ଘୋଷାଡ଼ି ଆଣିଲା ବାଘ, ଚିତ୍କାର ଶୁଣି….

ଭୋପାଳ,୨।୮: କାନ୍ହା ଜାତୀୟ ଉଦ୍ୟାନର ବଫର ଜୋନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଜିଲାର ବୈହାର ଅଞ୍ଚଳରେ ଶନିବାର ରାତିରେ ବାଘ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ସମୁଦ୍ରରେ ବଡ଼ ଦୁର୍ଘଟଣା! ଜଳିଗଲା ଯାତ୍ରୀବାହୀ ଜାହାଜ, ୪୧ ଯାତ୍ରୀ….

ଜାକାର୍ତ୍ତା,୨।୮:ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଜାହାଜରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri