ଭାରତ ହାରିବା ପରେ ହୃଦଘାତରେ ପ୍ରଶଂସକଙ୍କ ମୃତ୍ୟୁ, ପଶ୍ଚିମବଙ୍ଗରେ ଆତ୍ମହତ୍ୟା କଲେ ଯୁବକ

ନୂଆଦିଲ୍ଲୀ,୨୧।୧୧: ଚଳିତ ବର୍ଷ କ୍ରିକେଟ ବିଶ୍ୱକପ ଫାଇନାଲରେ ଭାରତର ପରାଜୟ ହେତୁ ଦେଶବାସୀଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଏହି ସମୟରେ ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଭାରତର ପରାଜୟରେ ଦୁଃଖିତ, ଜଣେ ୨୩ବର୍ଷୀୟ ଯୁବକ ପଶ୍ଚିମବଙ୍ଗର ବ୍ୟାଙ୍କୁରା ଜିଲାରେ ନିଜକୁ ଫାଶୀ ଦେଇଥିବା ଅଭିଯୋଗ ହୋଇଛି। ଏଥି ସହ ଉତ୍ତରପ୍ରଦେଶର ସାହାରନପୁର ଜିଲାରେ ଜଣେ ୬୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ବେଳେ ଆନ୍ଧ୍ରପ୍ରଦେଶର ତିରୁପତି ଜିଲାର ଜଣେ ସଫ୍ଟୱେୟାର ଇଞ୍ଜିନିୟର ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି।
ବେଙ୍ଗାଲୁରୁ ପୋଲିସର ସୂଚନାନୁସାରେ ମୃତ ରାହୁଲ ଲୋହରଙ୍କ ସମ୍ପର୍କୀୟ ଉତ୍କଳ ସୁର କହିଛନ୍ତି ଯେ ସେ ଏକ ପୋଷାକ ଦୋକାନରେ କାମ କରୁଥିଲେ ଏବଂ ଫାଇନାଲ ମ୍ୟାଚ ଦେଖିବା ପାଇଁ ରବିବାର ଛୁଟି ନେଇଥିଲେ। ଭାରତର ପରାଜୟରେ ଦୁଃଖିତ ହୋଇ ରବିବାର ରାତି ପ୍ରାୟ ୧୧ଟା ସମୟରେ ସେ ନିଜ କୋଠରୀରେ ଫାଶୀ ଲଗାଇ ଦେଇଥିଲେ। ପୋଲିସର ସୂଚନାନୁସାରେ, ଘଟଣା ସମୟରେ ଘରେ ଆଉ କେହି ନଥିଲେ।
ଦ୍ୱିତୀୟ ଘଟଣା ଉତ୍ତରପ୍ରଦେଶର ସାହାରନପୁରରେ ଘଟିଥିଲା। ଭାରତର ପରାଜୟରେ ଚକିତ ହୋଇ ୬୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ପୁଅ କୁଲଦୀପ କହିଛନ୍ତି ଯେ ପିତା ମହାବୀର କ୍ରିକେଟ ପ୍ରେମୀ ଥିଲେ। ରବିବାର ରାତିରେ ଭାରତ ହାରିଯିବା ମାତ୍ରେ ସେ ହୃଦଘାତରେ ପୀଡିତ ହୋଇଥିଲେ। କହିଥିଲେ ଯେ ୧୯୮୩ରେ ଯେତେବେଳେ କପିଲ ଦେବଙ୍କ ଦଳ କ୍ରିକେଟ ବିଶ୍ୱକପ ଜିତିଥିଲା, ସେତେବେଳେ ତାଙ୍କ ପିତା ପୁରା ଗାଁରେ ମିଠା ବାଣ୍ଟିଥିଲେ। ଏଥର ମଧ୍ୟ ସେ ଭାରତୀୟ ଦଳର ବିଜୟ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ କରିଥିଲେ।
ତୃତୀୟ ଘଟଣା ଆନ୍ଧ୍ରପ୍ରଦେଶର ତିରୁପତି ଜିଲାରେ ଘଟିଛି। ଏଠାରେ ରହୁଥିବା ସଫ୍ଟୱେୟାର ଇଞ୍ଜିନିୟର ୩୨ବର୍ଷିୟ ଜ୍ୟୋତି କୁମାର ଯାଦବ ଭାରତର ପରାଜୟ ସହ୍ୟ କରିପାରିନଥିଲେ। ପରାଜୟର ଝଟକା ଯୋଗୁଁ ଭାରତୀୟ ଦଳର ଜଣେ ଦୃଢ ସମର୍ଥକ ଜ୍ୟୋତି କୁମାରଙ୍କର ହୃଦଘାତରେ ମତ୍ୟୁ ହୋଇଥିଲା। ତିରୁମାଲା ତିରୁପତି ଦେବସ୍ତାନମ୍ସର ଅବସରପ୍ରାପ୍ତ କର୍ମଚାରୀଙ୍କ ପୁଅ ଜ୍ୟୋତି କୁମାରଙ୍କର ନିକଟରେ ବିବାହ ହୋଇଥାଆନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri