ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌ରେ ଲାରା ଦତ୍ତଙ୍କୁ ଚିହ୍ନିବା ମୁସ୍କିଲ; ପ୍ରଶଂସକ କହିଲେ ‘ଜାତୀୟ ପୁରସ୍କାର ଦିଆଯାଉ’

ବମ୍ବେ: ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ୍‌’ର ଟ୍ରେଲର। ଏଥିରେ ପ୍ରମୁଖ ଆକର୍ଷଣ ପାଲଟିଛନ୍ତି ଅଭିନେତ୍ରୀ ଲାରା ଦତ୍ତ। ଲାରା ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ହେଲେ ଟ୍ରେଲରରେ ଇନ୍ଦିରାଙ୍କ ଲୁକ୍‌ରେ ଲାରାଙ୍କୁ ଚିହ୍ନିବା କଷ୍ଟକର ହୋଇଛି। ପ୍ରଶଂସକମାନେ ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ଲାରା ଇନ୍ଦିରାଙ୍କ ଭଳି ଦେଖାଯିବାକୁ ପ୍ରୋସ୍ଥେଟିକ୍‌ ମେକ୍‌ଅପ୍‌ କରିଛନ୍ତି। କେହି କେହି ଲାରାଙ୍କୁ ବିଲ୍‌କୁଲ ଚିହ୍ନି ହେଉନାହିଁ। ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ମାନିବାକୁ ହେବ। ସେ ଜାତୀୟ ପୁରସ୍କାର ପାଇବା ଉଚିତ ବୋଲି କହୁଥିବା ବେଳେ ଅନ୍ୟମାନେ ଚଳଚ୍ଚିତ୍ରକୁ ରିଲିଜକୁ ଅପେକ୍ଷା ଥିବା କହୁଛନ୍ତି।

ଅକ୍ଷୟ ଫିଲ୍ମରେ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରୁଛନ୍ତି। ଏହାଛଡ଼ା ବାଣୀ କପୁର ଏବଂ ହୁମା କୁରୈଶି ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମର କାହାଣୀ ଯଦି ଦେଖାଯାଏ ତେବେ ଫିଲ୍ମରେ ଅକ୍ଷୟଙ୍କ କୋଡ୍‌ ‘ବେଲ ବଟମ୍‌’ ରହିଛି। ତାଙ୍କ କାନ୍ଧରେ ଚାରିଜଣ ଅପହରଣକାରୀଙ୍କଠାରୁ ୨୪୦ ଯାତ୍ରୀମାନଙ୍କୁ ରକ୍ଷା କରିବାର ମିଶନ ରହିଛି।

ଫିଲ୍ମଟି ଥ୍ରିଡି ଫର୍ମାଟରେ ଅଗଷ୍ଟ ୧୯ରେ ସିନେମାହଲ୍‌ରେ ରିଲିଜ ହେବ। କରେନା ଏବଂ ଲକ୍‌ଡାଉନ୍‌ ପରେ ଏହା ସିନେମାହଲ୍‌ରେ ରିଲିଜ ହେଉଥିବା ଅକ୍ଷୟ କୁମାରଙ୍କ ପ୍ରଥମ ଚଳଚ୍ଚିତ୍ର। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଲାଗି ରହିଛି।

Share