ରଜନୀକାନ୍ତଙ୍କୁ ପୂଜା କଲେଣି ଲୋକେ

ଚେନ୍ନାଇ: ଦେଶ ବିଦେଶରେ ସୁପରଷ୍ଟାର ରଜନୀକାନ୍ତଙ୍କ ଅଗଣିତ ପ୍ରଶଂସକ ଅଛନ୍ତି। ଗତ ଅଗଷ୍ଟରେ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ମୁକ୍ତିଲାଭ କରିବା ପୂର୍ବରୁ ଫିଲ୍ମର ସଫଳତା ପାଇଁ ବହୁ ସଂଖ୍ୟକ ପ୍ରଶଂସକ ମନ୍ଦିରରେ ଏକତ୍ର ପ୍ରାର୍ଥନା କରିଥିଲେ। ଏଥିରୁ ରଜନୀକାନ୍ତଙ୍କ ପାଇଁ ପ୍ରଶଂସକଙ୍କ ଭଲପାଇବା ସ୍ପଷ୍ଟ ବାରିହୁଏ। ଏବେ ପ୍ରଶଂସକଙ୍କ ଭଲପାଇବା ଆଉ ପାଦେ ଆଗେଇଛି। କିଛି ପ୍ରଶଂସକ ମିଳିତ ଭାବେ ତାମିଲନାଡୁର ମଦୁରାଇଠାରେ ରଜନୀକାନ୍ତଙ୍କ ଏକ ମନ୍ଦିର ତିଆରି କରିଛନ୍ତି। ଏଥିପାଇଁ ଜଣେ ପ୍ରଶଂସକ ତାଙ୍କ ଘର ଅଗଣାକୁ ରଜନୀକାନ୍ତଙ୍କ ମନ୍ଦିର ନିର୍ମାଣ ଲାଗି ଉତ୍ସର୍ଗ କରିଛନ୍ତି। ମନ୍ଦିରରେ ରଜନୀକାନ୍ତଙ୍କ ୨୫୦ କିଲୋ ଓଜନର ମୂର୍ତ୍ତି ସ୍ଥାନ ପାଇଛି। ଏନେଇ କିଛି ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ପ୍ରଶଂସକ ଅଭିନେତାଙ୍କୁ ମାଳ ପିନ୍ଧାଇବା ପରେ ତାଙ୍କର ଅଭିଷେକ କରୁଥିବା ନଜର ଆସିଛନ୍ତି। ତାଙ୍କ ପାଖରେ କିଛି ପ୍ରଶଂସକ ହାତଯୋଡି ଠିଆ ହୋଇଛନ୍ତି। ଜଣେ ପୂଜାରୀ ସେଠାରେ ଉପସ୍ଥିତ ରହି ରଜନୀକାନ୍ତଙ୍କ ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି। ତେବେ ରଜନୀକାନ୍ତ ‘ଜେଲର’, ଶିବାଜୀ ଦି ବସ୍‌’ ଓ ‘ରା ୱାନ’ ଭଳି ଅନେକ ଫିଲ୍ମରେ ତାଙ୍କ ଉଲ୍ଲେଖନୀୟ ଅଭିନୟ ପାଇଁ ପରଦାରେ ଓ ପରଦା ପଛରେ ପ୍ରଶଂସିତ ହୋଇଛନ୍ତିି। ଆଗକୁ ରଜନୀକାନ୍ତ ଆଗାମୀ ଫିଲ୍ମ ‘ଥଲାଇଭାର୍‌ ୧୭୦’ରେ ନଜର ଆସିବେ। ଫିଲ୍ମରେ ଅମିତାଭ ବଚ୍ଚନ, ଫହାଦ ଫାସିଲ, ରାଣା ଦଗୁବତି, ମଞ୍ଜୁ ୱାରିଅର ପ୍ରମୁଖ ଅଭିନୟ କରିଛନ୍ତି। ଆସନ୍ତା ବର୍ଷ ପୋଙ୍ଗଲ ପର୍ବ ଅବସରରେ ସିନେମାଟି ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri