Categories: ଜାତୀୟ

ସଡ଼କରେ ଭୋକ ଉପାସରେ ଅନ୍ନଦାତା, ଟିଭିରେ ସରକାର ଦେଉଛନ୍ତି ମିଥ୍ୟା ଭାଷଣ: ରାହୁଲ

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପୀ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏପରିସ୍ଥଳେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଙ୍ଗଳବାର ଟୁଇଟ୍‌ କରି କହିଛନ୍ତି ଯେ, ଭୋକ ଉପାସରେ ସଡ଼କରେ ଦେଶର ଅନ୍ନଦାତା ପଡ଼ି ରହିଛନ୍ତି। ସରକାର ସେମାନଙ୍କର ସମସ୍ୟା ବୁଝିବା ବଦଳରେ ଟିଭିରେ କେବଳ ଭାଷଣ ଦେଇ ଚାଲିଛନ୍ତି। ମୋଦି ସରକାରଙ୍କ ଅହଙ୍କାର ଯୋଗୁ ଚାଷୀଙ୍କ ଉପରେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ ସହିତ ଥଣ୍ଡାପାଣି ମାଡ଼ କରାଯାଇଛି। ସରକାରଙ୍କ ଯୋଗୁ ପୋଲିସ ବାହିନୀ ଏବଂ ଚାଷୀ ମୁହାଁମୁହିଁ ହୋଇଛନ୍ତି। ଚାଷୀଙ୍କ ଉପରେ ଲାଠିଚାର୍ଜ କରାଯାଇଛି। ଚାଷୀଙ୍କ ଅଧିକାର ଅକ୍ଷୂର୍ଣ୍ଣ ରଖିବା ଉପରେ ରାହୁଲ ଗୁରୁତ୍ୱାରୋପ କରିଛନ୍ତି।

Share