ପ୍ରସିଦ୍ଧ ଟିଭି ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ…

ଓ୍ବାଶିଂଟନ,୩୧।୧୨ : ଭେଟେରାନ ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ ଘଟିଛି। ସେ ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାରବରା ଆମେରିକୀୟ ଟେଲିଭିଜନରେ ପ୍ରମୁଖ ସାକ୍ଷାତକାରକାରୀ ଥିଲେ। ସୂଚନା ଅନୁଯାୟୀ, ପ୍ରସିଦ୍ଧ ମହିଳା ଟକ ଶୋ ’ଦି ଭ୍ୟୁ’ ନିର୍ମାଣ କରିଥିଲେ। ନିଜ ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ବାରବରା ପାଞ୍ଚ ଦଶନ୍ଧି ଧରି ଏକ ଟେଲିଭିଜନ କ୍ୟାରିୟରରେ ସକ୍ରିୟ ରହିଲେ। ଏହି ସମୟ ମଧ୍ୟରେ ସେ କ୍ୟୁବାର ଫିଡେଲ କାଷ୍ଟ୍ରୋ, ବ୍ରିଟେନର ମାର୍ଗେଟ ଥାଚର, ଲିବିଆର ଶାସକ ମୁଆମାର ଗଦାଫି, ଇରାକର ଶାସକ ସଦ୍ଦାମ ହୁସେନ, ରୁଷିଆର ରାଷ୍ଟ୍ରପତି ବୋରିସ ୟେଲସ୍ତିନ ଏବଂ ଭ୍ଲାଡିମିର ପୁଟିନ ଏବଂ ପ୍ରାୟ ପ୍ରତ୍ୟେକ ଆମେରିକୀୟ ରାଷ୍ଟ୍ରପତିଙ୍କ ସାକ୍ଷାତକାର ନେଇଥିଲେ। ୨୦୦୪ରେ ଏକ ସାକ୍ଷାତକାରରେ ସେ କହିଥିଲେ, ମୁଁ କେବେ ଭାବି ନଥିଲି ଯେ ମୋର ଏହି ପ୍ରକାର ଜୀବନ ହେବ। ମୁଁ ଦୁନିଆର ସମସ୍ତଙ୍କୁ ଭେଟିଛି। ମୁଁ ଅନେକ ରାଜ୍ୟ ମୁଖ୍ୟ, ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି, ଏପରିକି ପ୍ରାୟ ସମସ୍ତ ରାଷ୍ଟ୍ରପତିଙ୍କୁ ଭେଟିଛି ।

ଏକ ସମୟରେ ସେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଟେଲିଭିଜନ ଉପସ୍ଥାପିକା ଥିଲେ। ସେ ଏକ ନ୍ୟୁଜ ଚ୍ୟାନେଲରେ ବାର୍ଷିକ ୧୨ ମିଲିୟନ ଡଲାରର ଦରମା ପାଉଥିଲେ। ୨୫ ସେପ୍ଟେମ୍ବର ୧୯୨୯ ରେ ବୋଷ୍ଟନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଲୁ ୱାଲଟରର୍ସ ଏକ ନାଇଟ କ୍ଲବର ମାଲିକ ଥିଲେ। ସେ ମିଆମି ବିଚ ହାଇସ୍କୁଲ ଏବଂ ଫିଲ୍ଡଷ୍ଟନ ସ୍କୁଲ ତଥା ନ୍ୟୁୟର୍କର ବିରଞ୍ଚ ୱାଟେନ ସ୍କୁଲରେ ପାଠ ପଢ଼ିଥିଲେ। ସେ ସାରା ଲରେନ୍ସ କଲେଜରୁ ତାଙ୍କର ସ୍ନାତକ ଡିଗ୍ରୀ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri