ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ: ପ୍ରବଳ ଜନସମାଗମ

ଦେଓଗାଁ, ୭।୧(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ କୁଳୁତାପଡା ପଞ୍ଚାୟତ ଅନ୍ତର୍ଗତ ଖଇରଗୁଡ଼ା ଓ କୁମୁରିଆ ବଡ ଖଳା ଓ ସାନଖଳାରେ ଜିଲାର ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ ହୋଇଛି। ରୀତିନୀତି ଅନୁସାରେ ଶୁଳିଆ ଦେବତାଙ୍କୁ ପୂଜାର୍ଚନା କରିବା ସହ ଦେହୁରୀ ମାନେ ଶିଆଲପତ୍ରର ବସ୍ତ୍ର ପରିଧାନ କରି ପାରମ୍ପରିକ ବାଦ୍ୟର ତାଳେ ତାଳେ ଅସ୍ତ୍ରଶସ୍ତ୍ର ଧରି ନୃତ୍ୟ କରିବା ଏକ ଅନନ୍ୟ ପରମ୍ପରା, ଯାତ୍ରାରେ ମାନସିକଧାରୀମାନେ ବଳି ପ୍ରଦାନ କରିଥିବାବେଳେ ଶତାଧିକ ପୋଢ଼, ଛେଳି, ମେଣ୍ଢା, କୁକୁଡ଼ା, ବତକଙ୍କ ବଳିରେ ରକ୍ତ ରଂଜିତ ହୋଇ ଉଠିଥିଲା ଶୁଲିଆ ପୀଠ,ବଡ଼ଖଳାରେ ମୁଖ୍ୟପୂଜକ ସୋମନାଥ ଦେହୁରୀଆ ଓ ସାନଖଳାରେ ହରିହର ଝାଙ୍କର ଦାୟିତ୍ୱ ତୁଲାଇଥିଲେ।
ଯାତ୍ରାରେ କନ୍ଧ ସମାଜର ରାଜ୍ୟ ସଭାପତି ଚିନ୍ତାମଣି ଭୋଇ ସମେତ ବଲାଙ୍ଗିର ଜିଲାର ସମସ୍ତ ଚଉଦଟି କନ୍ଧ ପ୍ରଗଣାର ନେତୃମଣ୍ଡଳୀ ଯୋଗ ଦେଇଥିଲେ। ଏହା ସହ ଜିଲା ବାହାରର କନ୍ଧ ନେତୃମଣ୍ଡଳୀ ଯୋଗଦେଇଥିବାବେଳେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ସୁରେନ୍ଦ୍ର ସିଂ ଭୋଇ, ଅନଙ୍ଗ ଉଦୟ ସିଂ ଦେଓ ଉପସ୍ଥିତ ରହି ଆଶୀର୍ବାଦ ଭିକ୍ଷା କରିଥିଲେ। ଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ପାଇଁ ଡିଏସପି ଅଜୟ କୁମାର ତୀର୍କୀ, ସଞ୍ଜୟ ମଣ୍ଡଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଲୋକ ଜେନା, ଗୁଣନିଧି ମଲ୍ଲିକ ଏସଡ଼ିପିଓ ପ୍ରଦୀପ କୁମାର ସାହୁ, ଦେଓଗାଁ ଥାନାଧିକାରୀ ବୁଲୁ ମୁଣ୍ଡା, ତୁଷୁରା ଥାନାଧିକାରୀ ମନୋଜ ପ୍ରଧାନ, ମାଜିଷ୍ଟ୍ରେଟ ଭାବେ ଦେଓଗାଁ ତହସିଲଦାର ବିକ୍ରମ କେଶରୀ ନାୟକତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାଟିଙ୍କ ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

Budget 2026: ବଜେଟରେ ବଡ଼ ଘୋଷଣା କଲେ ନିର୍ମଳା ସୀତାରାମନ୍‌, କ୍ୟାନସର-ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୨: ସଂସଦ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଲଗାତାର ନବମ ବଜେଟ। ବଜେଟର ଏକ କପି…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

ଯେବେ ପାକିସ୍ତାନ ପିଏମ ଆଗତ କରିଥିଲେ ଭାରତର ବଜେଟ, ଦେଶରେ ପଡିଥିଲା ଚହଳ!

ନୂଆଦିଲ୍ଲୀ,୧।୨: ଭାରତୀୟ ଇତିହାସର ଏକ ଆକର୍ଷଣୀୟ ଘଟଣା ଯାହା ପ୍ରଥମ ଥର ପାଇଁ ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତର ବଜେଟ ଉପସ୍ଥାପନ…

ଗାଁ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଉପକୃତ ହେବେ ଗ୍ରାମୀଣ ଯୁବକ

ନୂଆଦିଲ୍ଲୀ,୧ା୨: ରବିବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ବଜେଟ୍‌ ୨୦୨୬-୨୭ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଲଗାତର ୯ମ ଥର ପାଇଁ ବଜେଟ ଆଗତ…

Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବୀମା ଶିଳ୍ପ ଏଥିପାଇଁ ବହୁତ…

Union Budget 2026-27: ଲୋକ ସଭାରେ ବଜେଟ ଭାଷଣ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରୁଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ ନୂତନ…

ବାପା ହେଲେ ସୁପରଷ୍ଟାର ରାମ ଚରଣ: ଉପାସନା ଜନ୍ମ ଦେଲେ ଯମଜ ସନ୍ତାନ

ମୁମ୍ବାଇ: ଟଲିଉଡର ପାୱାର କପଲ ରାମ ଚରଣ ଏବଂ ଉପାସନା କୋନିଡେଲାଙ୍କ ଘରକୁ ଆସିଛନ୍ତି ଦୁଇ ନୂଆ ଅତିଥି। ଉପାସନା ଏକ ପୁତ୍ର ଏବଂ ଏକ କନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri