ପ୍ରସିଦ୍ଧ ଶକ୍ତିପୀଠ ଜଗରିଜୋର ହାଟ ଶ୍ୟାମାକାଳୀ ପୀଠ

ମହାକାଳପଡ଼ା,୧୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ୬୦ ବର୍ଷ ପୂର୍ବେ ବଙ୍ଗୋପସାଗର କୂଳରେ ଜଗରିଜୋର ହାଟ ଜଙ୍ଗଲ, ନଦୀନାଳ ଘେରା ଅଞ୍ଚଳରେ ପରିପୂର୍ଣ୍ଣ ଥିଲା। ଏହି ସମୟରେ ଅଞ୍ଚଳରେ ଓଡ଼ିଆ, ବଙ୍ଗୀୟମାନଙ୍କ ବାସସ୍ଥଳୀ ମଧ୍ୟରେ ଜଗରିଜୋର ସାପ୍ତାହିକ ହାଟଥିଲା। ବିଭିନ୍ନ ଅଞ୍ଚଳରୁ ଏହି ହାଟକୁ ବ୍ୟବସାୟୀମାନେ ପସରା ମେଲାଇବାକୁ ଆସିଥାନ୍ତି। ଅପରପକ୍ଷରେ ଏହି ଅଞ୍ଚଳରେ ଓଡ଼ିଆ, ବଙ୍ଗୀୟମାନେ ବସବାସ କରୁଥିଲେ। ପଶ୍ଚିମବଙ୍ଗ ଅଞ୍ଚଳର ବଙ୍ଗୀୟମାନଙ୍କ ଆରାଧ୍ୟା ଦେବୀ ମା’ ଦକ୍ଷିଣକାଳୀ। ସେଥିପାଇଁ ସେମାନେ ପ୍ରଥମେ ଦକ୍ଷିଣ ଶ୍ୟାମାକାଳୀ ପୂଜା କରିବାକୁ ମୁରବି ନକୁଳ ମଣ୍ଡଳଙ୍କୁ ପ୍ରସ୍ତାବ ଦେଇଥିଲେ। ପରେ ଓଡ଼ିଆ, ବଙ୍ଗୀୟ ଭାଇମାନେ ମିଳିତ ହୋଇ ଜଗରିଜୋରଠାରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ପରେ ମା’ଙ୍କର ଏକ ମନ୍ଦିର ନିର୍ମାଣ କରି ପଥର ମୂର୍ତ୍ତି ସ୍ଥାପନ କରାଇ ମା’ ଶ୍ୟାମାକାଳୀ ପୂଜା ପାଇ ଆସୁଛନ୍ତି। ପ୍ରତିବର୍ଷ ଦୀପାବଳି ଅମାବାସ୍ୟାରେ ୭ ଦିନ ଧରି ପୂଜା ସହ ମେଳା ଅନୁଷ୍ଠିତ ହୋଇଥାଏ।
ମଙ୍ଗଳବାର, ଶନିବାର ମା’ଙ୍କ ବିଶେଷ ପୂଜା ନୀତି ରହିଛି। ମାନସିକଧାରୀମାନେ ଏହିଦିନ ମା’ଙ୍କ ପୀଠରେ ଫୁଟି, କାକୁଡି, ଅନ୍ନ, ଡାଲମା, ଖିରି, ଖେଚୁଡ଼ି, ଫଳ ଭୋଗ ଲାଗି ହୋଇଥାଏ। ପ୍ରତିଦିନ ରାତି ୩ଟାରୁ ପହଡ଼ ଖୋଲିଲେ ମଙ୍ଗଳ ଆଳତି ଓ ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସମ୍ପନ୍ନ ହୁଏ। ମା’ଙ୍କ ଗଳାରେ ୭ଟି ରକ୍ତ ଓ ଚନ୍ଦନ ଜବା ଫୁଲ ହାର ପିନ୍ଧାଯାଏ। ଯଥାକ୍ରମେ ୩୫୦, ୩୧୦,୨୫୦, ୧୨୦, ୧୧୫, ୧୧୦, ୬୦ ଫୁଲ ହାର ଗୁନ୍ଥାରେ ଶୋଭା ବର୍ଦ୍ଧନକରେ। ଅପରପକ୍ଷରେ ଏଠାରେ ବଡ଼ କଥା ହେଲା କୌଣସି ଲୋକ ସତ୍ୟ କି ମିଥ୍ୟା ତଥ୍ୟ ଅଭିଯୋଗ ଆସିଲେ ମା’ଙ୍କ ପୀଠରେ ସତ୍ୟ କଥା ପ୍ରକାଶ କରନ୍ତି। ନଚେତ୍‌ ମିଥ୍ୟା କହିଲେ ତାର ଅମଙ୍ଗଳ ହୋଇ ବଡ଼ଧରଣର କ୍ଷତି ହୋଇଥାଇ ବୋଲି ଅନେକ ଉଦାହରଣ ରହିଛି। ସେହିପରି କିଛିବର୍ଷ ପୂର୍ବେ ମା’ଙ୍କ ମନ୍ଦିରରୁ କିଛି ଟଙ୍କା, ସୁନା ଗହଣା ବାକ୍ସ ଭାଙ୍ଗି ଲୁଟେରା ଲୁଟି ନେଇଥିଲେ। ପରବର୍ତ୍ତୀ ସମୟରେ କିଛିମାସ ମଧ୍ୟରେ ସେମାନଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି। ଏହି ଅଞ୍ଚଳର ସୁନିତି, ଗଗୁଆ, କେବିଦାଣ୍ଡୁଆ, ଜମ୍ବୁ, ନାଞ୍ଜୁରା ଅଞ୍ଚଳ ସମେତ ରାଜନଗର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ପାରାଦୀପ ସମେତ ପଶ୍ଚିମବଙ୍ଗ ଅଞ୍ଚଳର ମାନସିକ ଶ୍ରଦ୍ଧାଳୁମାନେ ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରିଥାନ୍ତି। ପ୍ରତି ସାରେ ଏକ ଘଣ୍ଟାରୁ ଅଧିକ ଆଳତି ହୁଏ। ଏହା ପାଇଁ ସ୍ବତନ୍ତ୍ର ପୂଜକ ନିୟୋଜିତ ହୋଇଛନ୍ତି। ଜଗରିଜୋର ଜନକଲ୍ୟାଣ ହାଟ କମିଟି ଏହାକୁ ପରିଚାଳନା କରୁଛନ୍ତି। ହାଟ କଙ୍କଡା, ଶୁଖୁଆ ପାଇଁ ପ୍ରସିଦ୍ଧ ରହିଛି। ଇଲିଶି, ଖଙ୍ଗା, ବେକ୍ଟା, ଚିଙ୍ଗୁଡ଼ି, ଖାସୁଲି ସମେତ ବିଭିନ୍ନ ପ୍ରକାରର ଶୁଖୁଆ ବେପାରୀଙ୍କ ଭିଡ଼ ଲାଗେ। କୋଲକାତା, କଟକ ବସ୍‌ରେ ବିଭିନ୍ନ ସ୍ଥାନକୁ ଲୋକମାନେ ନେଇଥାନ୍ତି। ଅପରପକ୍ଷରେ ମା’ଙ୍କ ପୀଠରେ କାଳୀପୂଜା ଅବସରରେ ଅପେରା ପାର୍ଟି ପଡିଥାଏ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri