ପ୍ରସିଦ୍ଧ ଶକ୍ତିପୀଠ ଜଗରିଜୋର ହାଟ ଶ୍ୟାମାକାଳୀ ପୀଠ

ମହାକାଳପଡ଼ା,୧୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ୬୦ ବର୍ଷ ପୂର୍ବେ ବଙ୍ଗୋପସାଗର କୂଳରେ ଜଗରିଜୋର ହାଟ ଜଙ୍ଗଲ, ନଦୀନାଳ ଘେରା ଅଞ୍ଚଳରେ ପରିପୂର୍ଣ୍ଣ ଥିଲା। ଏହି ସମୟରେ ଅଞ୍ଚଳରେ ଓଡ଼ିଆ, ବଙ୍ଗୀୟମାନଙ୍କ ବାସସ୍ଥଳୀ ମଧ୍ୟରେ ଜଗରିଜୋର ସାପ୍ତାହିକ ହାଟଥିଲା। ବିଭିନ୍ନ ଅଞ୍ଚଳରୁ ଏହି ହାଟକୁ ବ୍ୟବସାୟୀମାନେ ପସରା ମେଲାଇବାକୁ ଆସିଥାନ୍ତି। ଅପରପକ୍ଷରେ ଏହି ଅଞ୍ଚଳରେ ଓଡ଼ିଆ, ବଙ୍ଗୀୟମାନେ ବସବାସ କରୁଥିଲେ। ପଶ୍ଚିମବଙ୍ଗ ଅଞ୍ଚଳର ବଙ୍ଗୀୟମାନଙ୍କ ଆରାଧ୍ୟା ଦେବୀ ମା’ ଦକ୍ଷିଣକାଳୀ। ସେଥିପାଇଁ ସେମାନେ ପ୍ରଥମେ ଦକ୍ଷିଣ ଶ୍ୟାମାକାଳୀ ପୂଜା କରିବାକୁ ମୁରବି ନକୁଳ ମଣ୍ଡଳଙ୍କୁ ପ୍ରସ୍ତାବ ଦେଇଥିଲେ। ପରେ ଓଡ଼ିଆ, ବଙ୍ଗୀୟ ଭାଇମାନେ ମିଳିତ ହୋଇ ଜଗରିଜୋରଠାରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ପରେ ମା’ଙ୍କର ଏକ ମନ୍ଦିର ନିର୍ମାଣ କରି ପଥର ମୂର୍ତ୍ତି ସ୍ଥାପନ କରାଇ ମା’ ଶ୍ୟାମାକାଳୀ ପୂଜା ପାଇ ଆସୁଛନ୍ତି। ପ୍ରତିବର୍ଷ ଦୀପାବଳି ଅମାବାସ୍ୟାରେ ୭ ଦିନ ଧରି ପୂଜା ସହ ମେଳା ଅନୁଷ୍ଠିତ ହୋଇଥାଏ।
ମଙ୍ଗଳବାର, ଶନିବାର ମା’ଙ୍କ ବିଶେଷ ପୂଜା ନୀତି ରହିଛି। ମାନସିକଧାରୀମାନେ ଏହିଦିନ ମା’ଙ୍କ ପୀଠରେ ଫୁଟି, କାକୁଡି, ଅନ୍ନ, ଡାଲମା, ଖିରି, ଖେଚୁଡ଼ି, ଫଳ ଭୋଗ ଲାଗି ହୋଇଥାଏ। ପ୍ରତିଦିନ ରାତି ୩ଟାରୁ ପହଡ଼ ଖୋଲିଲେ ମଙ୍ଗଳ ଆଳତି ଓ ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସମ୍ପନ୍ନ ହୁଏ। ମା’ଙ୍କ ଗଳାରେ ୭ଟି ରକ୍ତ ଓ ଚନ୍ଦନ ଜବା ଫୁଲ ହାର ପିନ୍ଧାଯାଏ। ଯଥାକ୍ରମେ ୩୫୦, ୩୧୦,୨୫୦, ୧୨୦, ୧୧୫, ୧୧୦, ୬୦ ଫୁଲ ହାର ଗୁନ୍ଥାରେ ଶୋଭା ବର୍ଦ୍ଧନକରେ। ଅପରପକ୍ଷରେ ଏଠାରେ ବଡ଼ କଥା ହେଲା କୌଣସି ଲୋକ ସତ୍ୟ କି ମିଥ୍ୟା ତଥ୍ୟ ଅଭିଯୋଗ ଆସିଲେ ମା’ଙ୍କ ପୀଠରେ ସତ୍ୟ କଥା ପ୍ରକାଶ କରନ୍ତି। ନଚେତ୍‌ ମିଥ୍ୟା କହିଲେ ତାର ଅମଙ୍ଗଳ ହୋଇ ବଡ଼ଧରଣର କ୍ଷତି ହୋଇଥାଇ ବୋଲି ଅନେକ ଉଦାହରଣ ରହିଛି। ସେହିପରି କିଛିବର୍ଷ ପୂର୍ବେ ମା’ଙ୍କ ମନ୍ଦିରରୁ କିଛି ଟଙ୍କା, ସୁନା ଗହଣା ବାକ୍ସ ଭାଙ୍ଗି ଲୁଟେରା ଲୁଟି ନେଇଥିଲେ। ପରବର୍ତ୍ତୀ ସମୟରେ କିଛିମାସ ମଧ୍ୟରେ ସେମାନଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି। ଏହି ଅଞ୍ଚଳର ସୁନିତି, ଗଗୁଆ, କେବିଦାଣ୍ଡୁଆ, ଜମ୍ବୁ, ନାଞ୍ଜୁରା ଅଞ୍ଚଳ ସମେତ ରାଜନଗର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ପାରାଦୀପ ସମେତ ପଶ୍ଚିମବଙ୍ଗ ଅଞ୍ଚଳର ମାନସିକ ଶ୍ରଦ୍ଧାଳୁମାନେ ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରିଥାନ୍ତି। ପ୍ରତି ସାରେ ଏକ ଘଣ୍ଟାରୁ ଅଧିକ ଆଳତି ହୁଏ। ଏହା ପାଇଁ ସ୍ବତନ୍ତ୍ର ପୂଜକ ନିୟୋଜିତ ହୋଇଛନ୍ତି। ଜଗରିଜୋର ଜନକଲ୍ୟାଣ ହାଟ କମିଟି ଏହାକୁ ପରିଚାଳନା କରୁଛନ୍ତି। ହାଟ କଙ୍କଡା, ଶୁଖୁଆ ପାଇଁ ପ୍ରସିଦ୍ଧ ରହିଛି। ଇଲିଶି, ଖଙ୍ଗା, ବେକ୍ଟା, ଚିଙ୍ଗୁଡ଼ି, ଖାସୁଲି ସମେତ ବିଭିନ୍ନ ପ୍ରକାରର ଶୁଖୁଆ ବେପାରୀଙ୍କ ଭିଡ଼ ଲାଗେ। କୋଲକାତା, କଟକ ବସ୍‌ରେ ବିଭିନ୍ନ ସ୍ଥାନକୁ ଲୋକମାନେ ନେଇଥାନ୍ତି। ଅପରପକ୍ଷରେ ମା’ଙ୍କ ପୀଠରେ କାଳୀପୂଜା ଅବସରରେ ଅପେରା ପାର୍ଟି ପଡିଥାଏ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri