ସଡ଼କ ଦୁର୍ଘଟଣାରେ ଚାଲିଗଲା ପ୍ରସିଦ୍ଧ ଗାୟକଙ୍କ ଜୀବନ

ଚଣ୍ଡିଗଡ,୩୦।୩: ସଡ଼କ ଦୁର୍ଘଟଣାରେ ପଞ୍ଜାବର ଜଣାଶୁଣା ଗାୟକ ଦିଲଜାନଙ୍କ ମୃତ୍ୟୁ ଘଟିଛି। ଅମୃତସରର ଜାଣ୍ଡିଆଲା ଗୁରୁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ୩୧ ବର୍ଷୀୟ ଦିଲଜାନ ମଙ୍ଗଳବାର ସକାଳେ ନିଜ କାରରେ ଅମୃତସରରୁ କରତାରପୁର ଯାଉଥିଲେ। ତାଙ୍କ କାର ଜାଣ୍ଡିଆଲା ଗୁରୁ ନିକଟରେ ଦୁର୍ଘଟଣା ହୋଇଥିଲା। ଫଳରେ ଦିଲଜାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କର ଦେହାନ୍ତ ପଞ୍ଜାବ ସଙ୍ଗୀତ ଜଗତରେ ଶୋକର ଲହରୀ ଖେଳିଯାଇଛି। ଦିଲଜାନ ଏକ ରିଆଲିଟି ଶୋ’ରୁ ଷ୍ଟାର୍‌ ପାଲଟିଥିଲେ। ସେ କରତାରପୁରର ବାସିନ୍ଦା ଥିଲେ। ତାଙ୍କର ନୂଆ ଗୀତ ତେରେ ଭର୍ଗେ ଖୁବ ଶୀଘ୍ର ରିଲିଜ ହେବାର ଥିଲା।

Share