ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇଲେ ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ, ଫିଲ୍ମ ଦୁନିଆରୁ ନେଲେ ସନ୍ୟାସ, କିଏ ଏହି ନୁର ବୁଖାରୀ

ଇସଲାମବାଦ,୩୦।୧୨: ନିର୍ବାଚନ ନେଇ ପାକିସ୍ତାନରେ ଦେଖାଯାଇଛି ରାଜନୈତିକ ହଲଚଲ। ଦେଶର ବଡ ବଡ ନେତାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିବାବେଳେ ଦେଶର ସେଲିବ୍ରେଟି ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି କ୍ରମରେ ପାକିସ୍ତାନୀ ଫିଲ୍ମ ଜଗତ ‘ଲଲିଉଡ’ର ଲୋକପ୍ରିୟ ଅଭିନେତ୍ରୀ ନୁର ବୁଖାରୀ ନିର୍ବାଚନ ଲଢିବା ପାଇଁ ନିଜ ଫିଲ୍ମ କ୍ୟାରିୟର ଛାଡିଛନ୍ତି। ନିଜ ଅଭିନୟ ଜାଦୁରେ ଚର୍ଚ୍ଚାରେ ଥିବା ନୁର ଏବେ ନିର୍ବାଚନରେ ଏଣ୍ଟ୍ରି ମାରିଛନ୍ତି। ୨୩ବର୍ଷର ଫିଲ୍ମ କ୍ୟାରିୟରରୁ ସନ୍ୟାସ ନେଇ ପାକିସ୍ତାନ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ ଫେବୃୟାରୀ ୮ରେ ହେବାକୁ ଥିବା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦିତା କରିବେ। ୨୦୦୦ରେ ସେ ଫିଲ୍ମ ଦୁନିଆରେ ଡେବ୍ୟୁ କରିଥିଲେ। ତାଙ୍କର ଚର୍ଚ୍ଚିତ ଫିଲ୍ମ ‘ମୁଝେ ଚାନ୍ଦ ଚାହିଏ’ରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃତୟ ଜିତିଛି। ୨୨ବର୍ଷରେ ସେ ୪୪ଟି ଉର୍ଦ୍ଦୁ ଓ ୨୦ଟି ପଞ୍ଜାବୀ ଫିଲ୍ମରେ ଅଭିନୟ କରିଛନ୍ତି।

ନୁର ପଞ୍ଜାବ ନିର୍ବାଚନ ମଣ୍ଡଳୀର ସିଟ୍‌ ସଂଖ୍ୟା ପିପି-୧୬୩ ପାଇଁ ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସିଟ୍‌ ମହିଳାଙ୍କ ପାଇଁ ସଂରକ୍ଷିତ ଥାଏ। ଗୁରୁବାର ତାଙ୍କୁ ଦସ୍ତାବିଜ ସହ ପଞ୍ଜାବ ପ୍ରାନ୍ତର ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ଦେଖାଯାଇଥିଲା।

ସୂଚନାଯୋଗ୍ୟ, ନୁର ବଡ ପରଦାରେ ଅଭିନୟ କରିବା ସହ କିଛି ପାକିସ୍ତାନୀ ନାଟକରେ ମଧ୍ୟ ନଜିର ଆସିଛନ୍ତି। ଏଥିସହ ଟିଭି ବିଜ୍ଞାପନ, ଫ୍ୟାଶନ ଅଭିଯାନ ପାଇଁ ମଧ୍ୟ ମଡେଲିଂ ମଧ୍ୟ କରିଛନ୍ତି। ୨୦୧୭ରେ ନୁର ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ, ସେତେବେଳେ ସେ ଫିଲ୍ମ କ୍ୟାରିୟର ଛାଡିବା ନେଇ ଘୋଷଣା କରିଥିଲେ। ପରେ ସେ ୟୁଟ୍ୟୁବରେ ନିଜର ଚ୍ୟାନେଲ ଲଞ୍ଚ କରିଥିଲେ।

ନୁରଙ୍କ ପ୍ରକୃତ ନାଁ ସାରା ଓ ତାଙ୍କ ସ୍ବାମୀ ଅବନ ଚୌଧରୀଙ୍କ ପ୍ରକୃତ ନାଁ ଅବନ ସକଲିନ ଅଟେ। ନୁର ୫ଟି ବିବାହ କରିଛନ୍ତି। ତାଙ୍କର ୫ଜଣ ସ୍ବାମୀ ଅଛନ୍ତି। ତାଙ୍କର ପ୍ରଥମ ବିବାହ ୨୦୦୮ରେ ହୋଇଥିଲା। ୨୦୨୦ରେ ତାଙ୍କର ସବୁଠୁ ଚର୍ଚ୍ଚିତ ବିବାହ ହୋଇଥିଲା, ଯେଉଁଥିରେ ସେ ଅବନ ଚୌଧୁରୀଙ୍କୁ ବିବାହ କରିଥିଲେ। ଅବନ ପାକିସ୍ତାନୀ ଦଳ ଆଇପିପିର ନେତା ଅଟନ୍ତି। ୨୦୧୨ରେ ସେ ଅବନଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କର ଛାଡପତ୍ର ହୋଇଯାଇଥିଲା। ପରେ ୨୦୨୦ରେ ସେ ତାଙ୍କୁ ପୁନଃ ବିବାହ କରିଥିଲେ। ନୁରଙ୍କକ ପରିଚୟ କେବଳ ଏତିକିରେ ସୀମିତ ନୁହେଁ। ସେ କେବଳ ଜଣେ ଅଭିନେତ୍ରୀ ନୁହନ୍ତି, ସେ ନିର୍ଦ୍ଦେଶକ, ମଡେଲ ଓ ଟେଲିଭିଜନ ହୋଷ୍ଟ ମଧ୍ୟ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri