ଆଜିଠୁ ପ୍ରସିଦ୍ଧ ଲକ୍ଷ୍ମୀପୂଜା

ଢେଙ୍କାନାଳ ଅଫିସ, ୩୦।୧୦

ଧରାବତରଣ କରିବେ ଧନଦାତ୍ରୀ। ହେଲେ ମଣ୍ଡପ ଝଲସୁଥିବ ନା ଥିବେ ଭକ୍ତ। କେବଳ ବିଧିରକ୍ଷା କରିବାକୁ ଶ୍ରଦ୍ଧାଳୁଶୂନ୍ୟ ମଣ୍ଡପରେ ପାରମ୍ପରିକ ନୀତି ଅନୁଯାୟୀ ମା’ଙ୍କ ଆବାହନ ହେବ। ୮୦ ବର୍ଷର ଐତିହ୍ୟସମ୍ପନ୍ନ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ମାହୋଲକୁ କରୋନା ଡର ବିଗାଡ଼ି ଦେଇଥିବାବେଳେ ମହାମାୟାଙ୍କ ମନଖୋଲା ଦର୍ଶନରୁ ବଞ୍ଚତ୍ତ ହେବେ ସହରବାସୀ, ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି ଭାବାବେଗ ପରିବେଶ।
ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହେଉଛି। ୩୮ ପୂଜା ମଣ୍ଡପରେ ମା’ଙ୍କ ଆବାହନ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ହେଲେ କରୋନା ସଂକ୍ରମଣ ରୋକିବାକୁ ଜାରି କରାଯାଇଥିବା କଟକଣା ପୂଜା ଉତ୍ସାହକୁ ପାଣିଚିଆ କରିଦେଇଛି। ୮୦ବର୍ଷର ଲକ୍ଷ୍ମୀପୂଜା ଇତିହାସରେ ପ୍ରଥମଥର ମା’ଙ୍କ ପୂଜା ବିନା ଭକ୍ତରେ ପରଦା ଆଢୁଆଳରେ ହେବ। ତେଣୁ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ମଧ୍ୟରେ ପୂର୍ବ ଉତ୍ସାହ ଦେଖିବାକୁ ମିଳୁନାହଁ। ପ୍ରତିବର୍ଷ ପୂଜାକୁ ନେଇ ସହରରେ ଭାବଭକ୍ତିମୟ ପରିବେଶ ସୃଷ୍ଟି ହେଉଥିବାବେଳେ ଚଳିତବର୍ଷ ସହର ଖଁା ଖଁା ଲାଗୁଛି। ସେହିପରି ଲକ୍ଷ୍ମୀପୂଜାରେ ଓର୍‌ମାସ ଏବଂ ପ୍ରଶାସନର ସହଯୋଗରେ ମହିଷାପାଟ ପଡ଼ିଆରେ ଆୟୋଜିତ ପଲ୍ଲିଶ୍ରୀ ମେଳାକୁ ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀ ଆସୁଥିଲେ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ସେମାନେ ବେଶ୍‌ ଦୁଇ ପଇସା ରୋଜଗାର କରୁଥିଲେ। ହେଲେ କରୋନା ମାଡ଼ରେ ସବୁ ବନ୍ଦ ହୋଇଯାଇଛି। ଉଠା ଦୋକାନୀଙ୍କଠାରୁ ଆରମ୍ଭ କରି ବାହାରୁ ଆସୁଥିବା ଖାଦ୍ୟଷ୍ଟଲ, ଦୋଳିକୁ ନିଷେଧ କରାଯାଇଛି।
ସୂଚନାଯୋଗ୍ୟ, ୧୯୪୨ରେ ଢେଙ୍କାନାଳର ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିଲା। ପ୍ରଥମେ ମିନାବଜାର ଏବଂ ପରବର୍ତ୍ତୀ ସମୟରେ ଜବାହରଚୌକ, ଲକ୍ଷ୍ମୀବଜାର, ଗଣେଶ ବଜାର, ମହାବୀର ବଜାର ସମେତ ଅନ୍ୟମାନେ ଏଥିରେ ସାମିଲ ହୋଇଥିଲେ। ଛାମୁଣ୍ଡିଆ ଏବଂ ପେଟ୍ରୋମାକ୍ସ ଲାଇଟ୍‌ରୁ ଆରମ୍ଭ ହୋଇଥିବା ପୂଜାରେ ଏବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଚଳିତବର୍ଷ କରୋନା ପ୍ରାଦୁର୍ଭାବ ସବୁକିଛି ଫିକା କରିଦେଇଛି। ଆସନ୍ତା ୮ ତାରିଖ ଯାଏ ମଣ୍ଡପରେ ପୂଜାର୍ଚ୍ଚନା କରାଯିବାପରେ ୯ରେ ମା’ଙ୍କୁ ନିରାଡମ୍ବର ଭାବେ ମେଲାଣି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ମରିଯାଇଛି ଉତ୍ସାହ, ଉଦ୍ଦୀପନା
ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା ଦୀର୍ଘବର୍ଷ ହେଲା ପାଳିତ ହୋଇଆସୁଛି। ପାରମ୍ପରିକ ନୀତିନିୟମ ଅନୁଯାୟୀ ହେଉଥିବା ଏହି ଗଣମହୋତ୍ସବକୁ ଶ୍ରଦ୍ଧାଳୁ ଅପେକ୍ଷା କରିଥାନ୍ତି। କିନ୍ତୁ ଚଳିତବର୍ଷ କରୋନା ସବୁ ଉତ୍ସାହ ଉଦ୍ଦୀପନାକୁ ଚୂର୍‌ମାର କରିଦେଇଛି। ବର୍ଷକର ବ୍ୟବସାୟ ଓ ଜୀବନଜୀବିକାକୁ କ୍ଷତି ପହଞ୍ଚାଇଛି। ବିନାଭକ୍ତରେ ମା’ ପୂଜା ପାଇବେ ଭାବିଲେ ଦୁଃଖ ଲାଗୁଛି। ଇଚ୍ଛା ଥିଲେ ବି ମଣ୍ଡପକୁ ଯାଇ ମନଖୋଲା ଦର୍ଶନ କରିହେବନାହିଁ। ସରକାରଙ୍କ କୋଭିଡ୍‌ ନିୟମକୁ ମାନିବା ସହିତ ଆମକୁ ସହଯୋଗ କରିବାକୁ ପଡିବ ା
-ଦୀପ୍ତିବାଳା ମିଶ୍ର, ସହରବାସୀ
ପ୍ରତି ପରିବାର ପାଇଁ ଦୁଃଖର ବିଷୟ
ଢେଙ୍କାନାଳର ଐତିହ୍ୟ ଓ ପରମ୍ପରାକୁ ବହନ କରୁଥିବା ଲକ୍ଷ୍ମୀପୂଜା ମହୋତ୍ସବକୁ ଧୁମଧାମରେ ପାଳନ କରିବାକୁ ସହରବାସୀ ଚାହିଁ ବସିଥିଲେ। ହେଲେ କରୋନା ମାଡ଼ରେ ସବୁକିଛି ସ୍ବପ୍ନ ଧୂଳିସାତ ହୋଇଯାଇଛି। ବର୍ଷକୁ ଥରେ ମା’ ଲକ୍ଷ୍ମୀଙ୍କ ଆବାହନ ହେଉଥିବା ବେଳେ ଏଥର ପୂଜା ମଣ୍ଡପରେ ସର୍ବସାଧାରଣଙ୍କ ଦର୍ଶନ ବାରଣ କରାଯାଇଛି। ଏହା ଢେଙ୍କାନାଳର ପ୍ରତି ପରିବାର ପାଇଁ ଦୁଃଖର ବିଷୟ। ପରିସ୍ଥିତିକୁ ଦେଖି କରୋନା ସଂକ୍ରମଣକୁ ଏଡାଇବା ଲାଗି ସମସ୍ତଙ୍କୁ କଟକଣାକୁ ସମ୍ମାନ ଦେବାକୁ ପଡ଼ିବ।
-ଡ. ପୁଷ୍ପଲତା ରଥ, ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri