ଟାଟା ହାତ ଛାଡ଼ିବ ଏସ୍‌ପି ଗ୍ରୁପ୍‌;ସୁପ୍ରିମକୋର୍ଟଙ୍କୁ ଦେଲା ଚୂଡ଼ାନ୍ତ ପ୍ଲାନ୍‌

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ଛାଡ଼ିବାକୁ ସାପୋରଜୀ ପାଲୋନଜି(ଏସ୍‌ପି ) ଗ୍ରୁପ୍‌ ଯୋଜନା ରଖିଛି। ଏଥିଲାଗି ଚୂଡ଼ାନ୍ତ ପ୍ଲାନ୍‌କୁ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିବା ଗ୍ରୁପ କହିଛି। ଯୋଜନା କାର୍ଯ୍ୟକ୍ଷମ ହେଲେ ୨ ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ମଧ୍ୟରେ ରହିଥିବା ୭୦ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବ। ଟାଟା ଗ୍ରୁପ୍‌ରେ ଏସ୍‌ପି ଗ୍ରୁପ୍‌ର ହୋଲ୍ଡିଂ ଭାଲ୍ୟୁ ପ୍ରାୟ ୧.୭୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଏହା ଆକଳନ କରିଛି। ଏ ସଂକ୍ରାନ୍ତ ଚୂଡ଼ାନ୍ତ ଯୋଜନାକୁ ଗ୍ରୁପ୍‌ ସର୍ବୋଚ୍ଚ ଅଦାଲତଙ୍କୁ ଗୁରୁବାର ପ୍ରଦାନ କରିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ଏସ୍‌ପି ଗ୍ରୁପ୍‌ର ଦାୟିତ୍ୱରେ ଥିବା ସାଇରସ ମିସ୍ତ୍ରିଙ୍କୁ ୨୮ ଅକ୍ଟୋବର ୨୦୧୬ରେ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ଏହା ପରଠାରୁ ଦୁଇ ଗ୍ରୁପ ମଧ୍ୟରେ ବିବାଦ ବଢିଯାଇଥିଲା। ଏହି ମାମଲାର ଲମ୍ବା ଶୁଣାଣି ପରେ ଶେଷରେ ଟାଟା ଗ୍ରୁପ ହାତ ଛାଡ଼ିବାକୁ ସାଇରସ ମିସ୍ତ୍ରି ମନ ବଳାଇଥିବା ଜଣାପଡ଼ିଛି।
ଟାଟା ଗ୍ରୁପ୍‌ରେ ୨ ଗ୍ରୁପ୍‌ କମ୍ପାନୀ ରହିଛି। ଏହା ମଧ୍ୟରୁ ଗୋଟିଏ ଟାଟା ଟ୍ରଷ୍ଟ। ଏଥିରେ ଟାଟା ପରିବାର ସଦସ୍ୟ ଏବଂ ଟାଟା ଗ୍ରୁପ କମ୍ପାନୀଗୁଡିକର ହୋଲ୍ଡିଂ ପ୍ରାୟ ୮୧.୬% ରହିଛି। ଅନ୍ୟ ୧୮.୭% ହୋଲ୍ଡିଂ ମିସ୍ତ୍ରି ପରିବାର ନିକଟରେ ରହିଛି। ମିସ୍ତ୍ରି ଗ୍ରୁପଠାରୁ ସମ୍ପର୍କ ଛିନ୍ନ କରିବା ଲାଗି ପୂର୍ବରୁ ଟାଟା ଗ୍ରୁପ ମଧ୍ୟ ଏକ ପ୍ଲାନ୍‌ ଦେଇଥିଲା। ଟାଟା ସନ୍ସ ଗ୍ରୁପ୍‌ର ମୁଖ୍ୟ ନିବେଶ କମ୍ପାନୀ ଭାବେ କାର୍ଯ୍ୟ କରୁଛି। ଏହା ଟାଟାର ଏକ ହୋଲ୍ଡିଂ କମ୍ପାନୀ। ଏହାର ଭାଲ୍ୟୁ ସୂଚୀଭୁକ୍ତ କମ୍ପାନୀଗୁଡିକର ଆଧାରରେ ନିର୍ଦ୍ଧାରଣ କରାଯାଇଛି। ଅନ୍ୟ ପକ୍ଷରେ ଗ୍ରୁପ କମ୍ପାନୀରେ ଅଣ ସୂଚୀଭୁକ୍ତ ଇକ୍ୱିଟିଜ କମ୍ପାନୀ ମଧ୍ୟ ସାମିଲ ରହିଛି। ଏହା ମଧ୍ୟରେ ବ୍ରାଣ୍ଡ, କ୍ୟାଶ ବାଲାନ୍ସ ଏବଂ ସ୍ଥାବର ସମ୍ପତ୍ତି ମଧ୍ୟ ରହିଛି।
ଏସ୍‌ପି ଗ୍ରୁପ୍‌ ଏହାର ଅଲଗା ହେବା ସ୍କିମ୍‌ରେ କହିଛି ଯେ, ଭାଲ୍ୟୁଏଶନ ସଂକ୍ରାନ୍ତ ଯାହା କିଛି ବି ବିବାଦ ରହିଛି ତା’ର ତୁରନ୍ତ ସମାଧାନ ହେବା ଆବଶ୍ୟକ। ବ୍ରାଣ୍ଡର ଭାଲ୍ୟୁଏଶନ ଆଧାରରେ ଚୂଡାନ୍ତ ନିଷ୍ପତ୍ତି ହେବା ଉଚିତ। ଅଣ ସୂଚୀଭୁକ୍ତ କମ୍ପାନୀଗୁଡିକ ଲାଗି ତୃତୀୟ ପକ୍ଷଙ୍କ ଦ୍ୱାରା ଭାଲ୍ୟୁଏଶନ କରାଯାଇପାରିବ। ଏଥିରେ ନେଟ୍‌ ଡେଟ୍‌ ପ୍ରସଙ୍ଗକୁ ମଧ୍ୟ ଦେଖିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଉଣ୍ଟରେ ଏତିକି ଟଙ୍କା ଡିପୋଜିଟ ଅଛି କି? ଜୁଲାଇ ୩୧ ସୁଦ୍ଧା କରନ୍ତୁ ଏହି କାମ, ନଚେତ…

ବର୍ତ୍ତମାନ ପ୍ରାୟ ସବୁ ଲୋକଙ୍କର ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ଅଛି। ପ୍ରତି ମାସରେ ଆପଣ ଏକ ସଞ୍ଚୟ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ମଧ୍ୟ…

ସାବଧାନ! ୧ ଜୁଲାଇରୁ ବଦଳିଯିବ ଏହି ସବୁ ନିୟମ; ମହଙ୍ଗା ପଡ଼ିବ ନା ଆଶ୍ୱସ୍ତି ମିଳିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୬: ପ୍ରତି ମାସର ପହିଲା ତାରିଖ ନିଜ ସହିତ କିଛି ନୂଆ ନିୟମ ନେଇ ଆସିଥାଏ। ଜୁନ ମାସ ଏବେ ଶେଷ ହେବାକୁ ଯାଉଛି ଏବଂ ଜୁଲାଇ…

ବିନା ବ୍ୟାଙ୍କ ଆକାଉଣ୍ଟରେ UPI ପେମେଣ୍ଟ କରିପାରିବେ ପିଲା, ୧୫ହଜାର ଟଙ୍କା ଯାଏ…

ନୂଆଦିଲ୍ଲୀ,୨୬।୬: ଦେଶରେ ଡିଜିଟାଲ ପେମେଣ୍ଟର ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପିଲାମାନେ ବଡ଼ ହେବା ସହିତ ସେମାନଙ୍କର ଖର୍ଚ୍ଚ ମଧ୍ୟ ବଢ଼ିଥାଏ ଏବଂ ସେମାନଙ୍କୁ ପକେଟ…

LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା, କମର୍ସିଆଲ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୬: କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି। ସରକାର ଅଣ-ଘରୋଇ ପ୍ୟାକ ହୋଇଥିବା ଏଲପିଜି ଯୋଗାଣ ଉପରେ…

Oil-LPG Crisis: ତୈଳ ପରିବହନ ଖର୍ଚ୍ଚ ନଅ ଗୁଣ ବୃଦ୍ଧି ପାଇଛି; ଦେଶ ଏକ ନୂତନ ସଙ୍କଟର ସମ୍ମୁଖୀନ ହେଉଛି

ନୂଆଦିଲ୍ଲୀ,୨୫।୬: ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାର ରିପୋର୍ଟ ମଧ୍ୟରେ, ଏକ ନୂତନ ସମସ୍ୟା ଦେଖାଦେଇଛି। ଯୁଦ୍ଧବିରତି ପରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ଗତି ଦ୍ରୁତ…

Post Office Vs Bank FD: କେଉଁଟିରେ ମିଳୁଛି ଅଧିକ ସୁଧ? ଟଙ୍କା ଲଗାଇବା ପୂର୍ବରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୫।୬: ବିଗତ ଦୁଇ ବର୍ଷ ହେବ ମ୍ୟୁଚୁଆଲ ଫଣ୍ଡ SIP ନିବେଶକମାନଙ୍କୁ ଆଶାନୁରୂପ ରିଟର୍ଣ୍ଣ ଦେଇପାରି ନାହିଁ। ଶେୟାର ବଜାରର କ୍ରମାଗତ ଅସ୍ଥିରତା ଯୋଗୁ ନିବେଶକମାନେ ଏବେ…

ଗ୍ରାହକଙ୍କ ପାଇଁ ଖୁସି ଖବର!ହଜାର ହଜାର ଟଙ୍କା ଶସ୍ତା ହେଲା ସୁନା, କିଣିବା ପୂର୍ବରୁ ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ,୨୫।୬: ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଏବଂ ରୁପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି। ସୁନା ମୂଲ୍ୟ ପ୍ରାୟ ୧,୪୫୦–୧,୯୦୦…

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri