Categories: ଖେଳ

୮ ମାସ ପରେ କୁମାର ବିଶ୍ୱାସଙ୍କ ଚୋରି ଫର୍ଚୁନର୍‌ କାର୍‌ ମିଳିଲା

ନୂଆଦିଲ୍ଲୀ,୨୦।୧୦: ଦୀର୍ଘ ୮ ମାସ ପରେ ଉତ୍ତର ପ୍ରଦେଶ ପୋଲିସ ପୂର୍ବତନ ଆପ୍‌ ନେତା ତଥା ଜଣାଶୁଣା କବି କୁମାର ବିଶ୍ୱାସଙ୍କ ଘରୁ ଚୋରି ଫର୍ଚୁନର କାର ଜବତ କରିଛି। ଏହି ବର୍ଷ ଆରମ୍ଭରେ ଅର୍ଥାତ୍‌ ଫେବୃଆରୀ ମାସରେ ଦିଲ୍ଲୀ ନିକଟସ୍ଥ ଗାଜିଆବାଦ ଜିଲାର ଭାସୁନ୍ଦରା ସେକ୍ଟର -୩ ରେ ଥିବା ବିଶ୍ୱାସଙ୍କ ମୂଲ୍ୟବାନ ତଥା ପ୍ରିୟ ଫର୍ଚୁନର କାର ତାଙ୍କ ଘରୁ ଚୋରି ହୋଇଯାଇଥିଲା। କଠିନ ପରିଶ୍ରମ ପରେ ୟୁପି ପୋଲିସ ୮ ମାସ ପରେ କାରକୁ ଜବତ କରିଛି। ଏହାପରେ କୁମାର ବିଶ୍ୱାସ କବି ଅନ୍ଦାଜ୍‌ରେ ଉତ୍ତରପ୍ରଦେଶ ପୋଲିସକୁ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ, ୮ ମାସ ପରେ କୁମାର ବିଶ୍ୱାସଙ୍କର ଫର୍ଚୁନର କାର ଉଦ୍ଧାର କରିବା ପରେ ଏକ ଗାଡି ଚୋର ଗ୍ୟାଙ୍ଗ ଧରାପଡିଛି। ଏହି ଗ୍ୟାଙ୍ଗରୁ ଅନେକ ଗାଡି ଉଦ୍ଧାର କରାଯାଇଥିବାବେଳେ ଏଥିରେ କୁମାର ବିଶ୍ୱାସଙ୍କ ଗାଡି ମଧ୍ୟ ଥିବା କୁହାଯାଉଛି। ଫରିଦାବାଦ ପୋଲିସ ମଣିପୁରର ଜଣେ ଗାଡି ଚୋର ରବିନଙ୍କୁ ଧରିଛି। ସେ ୨୦୦ରୁ ଅଧିକ ଗାଡି ଚୋରି କରିଥିବା ଜଣାପଡିଛି। ସେ ମନ୍ତ୍ରୀ ଏବଂ ବିଧାୟକଙ୍କ ଗାଡି ମଧ୍ୟ ଚୋରି କରିଛନ୍ତି। ତାଙ୍କ ୨୨ ଜଣ ଗର୍ଲଫ୍ରେଣ୍ଡ ଅଛନ୍ତି। ସେ ଗର୍ଲଫ୍ରେଣ୍ଡ୍‌ଙ୍କ ପାଇଁ ଗାଡି ଚୋରି କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି।

Share