ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଅବସ୍ଥା ଗୁରୁତର

ବମ୍ବେ: ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଅବସ୍ଥା ଗୁରୁତର। କିଛି ଦିନ ଧରି ଅସୁସ୍ଥ ଥିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁସ୍ଥ ହେବା ପରିବର୍ତ୍ତେ ତାଙ୍କ ଅବସ୍ଥା ବେଳକୁ ବେଳ ବିଗୁଡୁଥିବା ଜଣାପଡ଼ିଛି। ଏନେଇ ଖବର ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକମାନେ ଶୀଘ୍ର ଆରୋଗ୍ୟର କାମନା କରୁଛନ୍ତି।

ବିକ୍ରମଙ୍କୁ ଏବେ ୮୨ ବର୍ଷ। ୧୯୭୧ରେ ସେ ୨୬ ବର୍ଷ ବୟସରେ ଅଭିନୟରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ପରଓ୍ବାନା’। ଏହାଛଡ଼ା ତାଙ୍କୁ ଫିଲ୍ମ ‘ହମ୍‌ ଦିଲ ଦେ ଚୁକେ ସନମ’ ଖ୍ୟାତି ଦେଇଥିଲା। ଏଥିରେ ସେ ଐଶ୍ୱର୍ଯ୍ୟା ରାୟଙ୍କ ବାପା ଭୂମିକାରେ ନଜର ଆସିଥିଲେ।

ବିକ୍ରମ ମରାଠୀ ଥିଏଟର ଏବଂ ଫିଲ୍ମ ଅଭିନେତା ଚନ୍ଦ୍ରକାନ୍ତ ଗୋଖଲେଙ୍କ ପୁଅ। ବଲିଉଡ ବ୍ୟତିତ ମରାଠୀ ସିନେମାରେ ସେ କାମ କରିଛନ୍ତି। ୨୦୧୦ରେ ଆସିଥିବା ମରାଠୀ ଫିଲ୍ମ ‘ଅନୁମତି’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ତାଙ୍କୁ ଜାତୀୟ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା।

Share