ପାକିସ୍ତାନରେ ଦୁର୍ଭିକ୍ଷ ସ୍ଥିତି

ଇସ୍‌ଲାମାବାଦ, ୨।୪: ପାକିସ୍ତାନରେ ମୁଦ୍ରାସ୍ଫୀତି ୫ ଦଶକ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚତ୍ଛି। ମାର୍ଚ୍ଚରେ ମୁଦ୍ରାସ୍ଫୀତି ୩୫.୩୭ ପ୍ରତିଶତ ରହିଥିଲା। ଏହା ସାଙ୍ଗକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରୁ ଋଣ ପାଇବା ପାଇଁ ଇସ୍‌ଲାମାବାଦ ଏହାର କେତେକ କଡ଼ା ସର୍ତ୍ତ ମାନିନେବାକୁ ବାଧ୍ୟ ହୋଇଛି। ଫଳରେ ଦରଦାମ୍‌ ଆକାଶଛୁଆଁ ହୋଇଥିବାରୁ ସାଧାରଣ ଲୋକଙ୍କ ପକ୍ଷେ ଖାଦ୍ୟସାମଗ୍ରୀ ଓ ଅତ୍ୟାବଶ୍ୟକ ଦ୍ରବ୍ୟ କିଣିବା କଷ୍ଟକର ହୋଇପଡ଼ିଛି। ପାକିସ୍ତାନରେ ଏବେ ଦୁର୍ଭିକ୍ଷ ସ୍ଥିତି ସୃଷ୍ଟି ହୋଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦେଶରେ ଆର୍ଥତ୍କ ସଙ୍କଟର ଗମ୍ଭୀର ପ୍ରଭାବ ଗରିବ ପାକିସ୍ତାନୀଙ୍କ ଉପରେ ସର୍ବାଧିକ ପଡ଼ିଛି। ରମଜାନ ମାସରେ ମାଗଣା ଖାଦ୍ୟସାମଗ୍ରୀ ବଣ୍ଟନ ହେଉଥିବା ସ୍ଥାନରେ ଏତେ ଗହଳି ହେଉଛି ଯେ ଦଳାଚକଟାରେ ଇତିମଧ୍ୟରେ ୨୦ ଜଣଙ୍କ ଜୀବନ ଗଲାଣି।
ପାକିସ୍ତାନରେ ବହୁବର୍ଷର ଆର୍ଥତ୍କ ପରିଚାଳନାଗତ ତ୍ରୁଟି ଏବଂ ରାଜନୈତିକ ଅସ୍ଥିରତା ଯୋଗୁ ସେଠାର ଅର୍ଥନୀତି ଏକପ୍ରକାର ଭୁଶୁଡ଼ି ପଡ଼ିଛି। ବୈଶ୍ୱିକ ଶକ୍ତି ସଙ୍କଟ ଏବଂ ୨୦୨୨ର ପ୍ରଳୟଙ୍କରୀ ବନ୍ୟା ପାକିସ୍ତାନର ଅର୍ଥନୀତିକୁ ବହୁ ପଛକୁ ନେଇଯାଇଛି। ବିଦେଶ ବିନିମୟ ଭଣ୍ଡାର ବହୁପରିମାଣରେ ହ୍ରାସ ପାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ କରିବାକୁ ପାକିସ୍ତାନ ଅସମର୍ଥ। ଦେଶର ମୁଦ୍ରାର ବିନିମୟ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି। ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁ ଦୁର୍ଭିକ୍ଷ ଭଳି ସ୍ଥିତି ସୃଷ୍ଟି ହୋଇଥିବା କରାଚୀ ବିଶେଷଜ୍ଞ ଶାହିଦା ଓ୍ବିଜାରତ୍‌ କହିଛନ୍ତି। ଶୁକ୍ରବାର କରାଚୀ ସହରରେ ରମଜାନ ଉପଲକ୍ଷେ ମାଗଣା ରାଶନ ବଣ୍ଟନ ହେଉଥିବାବେଳେ ପ୍ରବଳ ଗହଳି ଯୋଗୁ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୨ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ଋଣ ବୋଝରେ ଏଭଳି ବୁଡ଼ିଛି ଯେ ଆଇଏମ୍‌ଏଫ୍‌ରୁ ଆଉ ୬.୫ ବିଲିୟନ ଡଲାର ଆର୍ଥତ୍କ ସହାୟତା ପାଇବା ପାଇଁ ଇସ୍‌ଲାମାବାଦକୁ କଠୋର ଟିକସ ସଂସ୍କାର ଆପଣାଇବା ସହ ବିଭିନ୍ନ ଦ୍ରବ୍ୟ ଓ ସେବା ମୂଲ୍ୟ ବଢ଼ାଇବାକୁ ପଡ଼ିବ। ତେଣୁ ଆଗାମୀ ଦିନରେ ପାକିସ୍ତାନର ସ୍ଥିତି ଆହୁରି ଖରାପ ହେବାକୁ ଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri