ପାଠପଢ଼ା ବୟସରେ ପରିବାର ଚିନ୍ତା

ସିମୁଳିଆ, ୩।୪(ଡି.ଏନ.ଏ.)-ଯେଉଁ ବୟସରେ ପାଠ ପଢାପଢି ସହ ସାଙ୍ଗସାଥୀମାନଙ୍କ ସହ ଦିନ କାଟିବା କଥା, ତାହା ବଦଳରେ ଘାରିଛି ପରିବାର ବୋଝ। ତଥାପି ଭାଙ୍ଗି ନ ପଡି ଭବିଷ୍ୟତରେ ନିଜେ କିଛି କରିବା ସହ ଭଉଣୀଭାଇଙ୍କ ମଣିଷ କରିବାକୁ ଦୃଢ ନିଷ୍ପତ୍ତି ନେଇଛନ୍ତି ସ୍ବର୍ଣ୍ଣଲତା ଯେନା। ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ପଞ୍ଚାୟତର ମାର୍କୋଣା ଅଞ୍ଚଳରେ ା ଯୁକ୍ତ ୩ରେ ପଢୁଥିବା ସ୍ବର୍ଣ୍ଣଲତା ଜଣେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ସ୍ବର୍ଣ୍ଣଲତାଙ୍କ ବାପା ଘନଶ୍ୟାମ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଗତ ଫେବୃୟାରୀରେ ମୃତ୍ୟୁବରଣ କରିବା ହେବା ପରେ ପରିବାରର ଗୁରୁ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ ରହିଛି ା ତାଙ୍କ ସାନ ଭଉଣୀ ଶକୁନ୍ତଳା ଏବେ ସ୍ଥାନୀୟ ହାଇସ୍କୁଲରେ ନବମ ଶ୍ରେଶୀରେ ଓ ତାଙ୍କ ସାନ ଭାଇ ସର୍ବେଶ୍ୱର ଷଷ୍ଠ ଶ୍ରେଣୀରେ ପଢୁଛନ୍ତି ା
ଘନଶ୍ୟାମ ଚେନ୍ନାଇରେ ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ। ଶରୀର ଅସୁସ୍ଥ ହେବା ପରେ ସେ ଅକ୍ଟୋବରରେ ଘରକୁ ଫେରିଆସିଥିଲେ। ପରେ ତାଙ୍କୁ ଯକ୍ଷ୍ମା ହୋଇଥିବା ଜଣାପଡିଥିଲା ା ରୋଜଗାରିଆ ସ୍ବାମୀଙ୍କୁ ହରାଇବା ପରେ ସ୍ବର୍ଣ୍ଣଲତାଙ୍କ ମା’ ଜୟନ୍ତୀ କେମିତି ଘର ଚଳାଇବେ ସେହି ଚିନ୍ତାରେ ବ୍ୟସ୍ତବିବ୍ରତ ହୋଇପଡିଥିଲେ। ସ୍ବର୍ଣ୍ଣଲତା ନିଜ ମା’ଙ୍କୁ ସାହସ ଦେବା ସହିତ ନିଜ ପାଠପଢ଼ା, ଭଉଣୀ ଓ ଭାଇଙ୍କ ପାଠପଢ଼ା ପାଇଁ ସେ ଟ୍ୟୁଶନ ଆରମ୍ଭ କରିଛନ୍ତି ା ଏଥିରୁ ତାଙ୍କର ମାସିକ ୮ଶହ ଟଙ୍କା ରୋଜଗାର ହେଉଛି। ତେବେ ସମସ୍ତ ଦାୟିତ୍ୱ ତୁଲାଇବା ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି ା ତାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଲେ ସେ ଉପକୃତ ହୋଇପାରନ୍ତେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri