ପରିବା ଦର ଆକାଶ ଛୁଆଁ : ଚାହିଦା ମେଣ୍ଟାଉଛି ପାହାଡ଼ି କାକୁଡ଼ି

କେନ୍ଦୁଝର, ୨୧ା୯ (ସ୍ବ.ପ୍ର.) -କେନ୍ଦୁଝରରେ ପନିପରିବା ଦର ଆକାଶ ଛୁଆଁ । ଏଭଳି ପରିସ୍ଥିତିରେ ବେପାରୀ ମାନେ ପରିବା ଦରକୁ ଆହୁରୀ ଅଧିକ ବଢାଇ ଦେଉଥିବାରୁ ଗ୍ରାହକ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବାଇଗଣ, ଭେଣ୍ଡି, ଜହ୍ନି, କାକୁଡି, ଲାଉ, କଦଳୀ, ବିଲାତି, ବୋଇତାଳୁ, ଅମୃତଭଣ୍ଡା, କାଙ୍କଡ ଆଦି ସବୁ ପରିବାର ଦର ପାଖାପାଖି ଦୁଇ ଗୁଣା ବଢିଯାଇଥିବାରୁ ଗ୍ରାହକ ଅସନ୍ତୋଷ ବଢୁଛି । ଏସବୁ କିଲୋ ୫୦ରୁ ୧୨୦ ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ ଶାଗ ବିଡା ୧୦ ଟଙ୍କାରେ ବିକ୍ରି ହେଉଛି । ଏବେଠୁଁ ଏଭଳି ଦର ହୋଇଥିବା ବେଳେ ଆଗକୁ କାର୍ତ୍ତିକ ମାସ ଥିବାରୁ ସେତେବେଳେ ଦରଦାମ୍‌ କଣ ହେବ ସେ ନେଇ ଗ୍ରାହକଙ୍କ ବଡ଼ ଚିନ୍ତା।
ଏହା ମଧ୍ୟରେ ପାହାଡିଆ ବୁଢା କାକୁଡ଼ିର ଚାହିଦା ବଢୁଛି । ଏହି ବଡ ବଡ ସାଇଜର କାକୁଡିକୁ ରାଇ କରି ବା ତେନ୍ତୁଳି ବା ଆମ୍ବୁଲ ମିଶାଇ ଖଟା କରି ଲୋକେ ଖାଇଥାନ୍ତି। ଏହି ସମୟରେ ବୁଢା କାକୁଡି ଗୋଟା ୧୦ଟଙ୍କାରେ ବିକ୍ରି ହେଉଛି। ପାହାଡିଆ ପନିପରିବା ବୋଲି ଲୋକଙ୍କ ଚାହିଦା ଅଧିକ। ବିନା ରସାୟନିକ ସାରରେ ଏସବୁ ଚାଷ କରାଯାଉଥିବାରୁ ସମସ୍ତେ କିଣି ନେଉଛନ୍ତି । ତେବେ ବେପାରୀମାନେ ପାହାଡିଆ ଲୋକଙ୍କ ଠାରୁ କମ ଦାମରେ ଅନେକ ପନିପରିବା ମୂଲାଇ କିଣି ନେଇ ବିନା ପରିଶ୍ରମରେ ପାଖାପାଖି ୨ ଗୁଣା ଅଧିକରେ ବିକି ବେଶ ଲାଭ କରୁଛନ୍ତି ା କିନ୍ତୁ ପାହାଡିଆ ଲୋକଙ୍କ ଆର୍ଥିକ ସ୍ଥିତି ରେ ସୁଧାର ହେଉନାହିଁ ।
କେନ୍ଦୁଝର ସହରରେ କୃଷକ ବଜାର ଥାଉ ଥାଉ ଡେଲି ମାର୍କେଟ, ମୁଖ୍ୟବଜାର ରାସ୍ତା କଡରେ, ଜେଲ ରୋଡ, ପୋଲିସ ହାଇସ୍କୁଲ ରାସ୍ତା କଡରେ ପନିପରିବା ବିକ୍ରି ହୋଇଥାଏ ା ତେବେ ଚାଷୀ ମାନଙ୍କ ଅପେକ୍ଷା ବେପାରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗୁଥିବାରୁ ଚାଷୀ ତଥା ବନବାସୀ ମାନେ ଅନେକ ସମୟରେ ଶୋଷିତ ହେଉଛନ୍ତି ା ଅନେକ ସମୟରେ ଫୁଟପାଥ, ରାସ୍ତା ଉପରେ ବସି ବିକୁଥିବାରୁ ରାସ୍ତା ଜାମ ହେଉଛି ଏବଂ ଟ୍ରାଫିକ ସମସ୍ୟା ଗୁରୁତର ହୋଇ ପଡୁଛି ା ଏଣୁ ଏନେଇ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ସୁରକ୍ଷା କରିବା ସହ ବେପାରୀ ମାନଙ୍କ ପାଇଁ ସ୍ବତନ୍ତ୍ର ନୀତିନିୟମ ଲାଗୁ କରିବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri