ଯାଜପୁରରେ ପରିବାରବାଦ ରାଜନୀତି ବିଫଳ

ଯାଜପୁର,୮ା୬(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ପରିବାରବାଦ ରାଜନୀତିକୁ ଭୋଟର ଏଥର ନାପସନ୍ଦ କରିଛନ୍ତି। ଫଳରେ ଚଳିତ ସାଧାରଣ ନିର୍ବାଚନରେ କୋରେଇ ଆସନରୁ ବିଜେଡିର ସନ୍ଧ୍ୟାରାଣୀ ଦାସ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡେଇ ଓ ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ ପରାଜିତ ହୋଇଛନ୍ତି। ଉତ୍ତରାଧିକାରୀ ଭାବେ ରାଜନୀତିକୁ ଆସିଥିବା ପ୍ରୀତିରଞ୍ଜନ ଓ ପ୍ରଣବ ପୂର୍ବରୁ ସଫଳ ହୋଇଥିବାବେଳେ ସନ୍ଧ୍ୟାରାଣୀ ଆରମ୍ଭରୁ ଭୋଟରଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିନାହାନ୍ତି।
ଯାଜପୁର ଜିଲା ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ଖଣି ତଥା ଶିଳ୍ପ ସମୃଦ୍ଧ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ୩ ଦଶନ୍ଧିରୁ ଉର୍ଦ୍ଧ୍ୱ ହେଲା ପ୍ରଫୁଲ୍ଲ ଘଡ଼େଇ ଏବଂ ତାଙ୍କ ପୁଅ ପ୍ରୀତିରଞ୍ଜନ ନିର୍ବାଚିତ ହୋଇ ଆସୁଥିଲେ। ଏପରି କି ବାପପୁଅ ଏକାଧିକ ମନ୍ତ୍ରୀ ପଦବୀ ପାଇଛନ୍ତି। ୩ ଦଶନ୍ଧି ମଧ୍ୟରେ ରାସ୍ତାଘାଟ, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଆଦି ସମସ୍ୟା ଲାଗି ରହିଛି। ଏହାବାଦ୍‌ ବିସ୍ଥାପିତଙ୍କୁ ଥଇଥାନ ଓ ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇ ନାହିଁ। ଅଣଓଡ଼ିଆ ଯୁବତୀଯୁବକଙ୍କୁ ଏଠାକାର ବଡ଼ବଡ଼ ଖଣି ଓ ଶିଳ୍ପା ସଂସ୍ଥାରେ ପ୍ରାଧାନ୍ୟ ଦିଆଯାଇଛି। ଗତ ୧୦ ବର୍ଷ ମଧ୍ୟରେ କୌଣସି ନିର୍ବାଚିତ ଲୋକ ପ୍ରତିନିଧି ସ୍ଥାନୀୟ ନିଯୁକ୍ତି ସପକ୍ଷରେ ମୁହଁ ଖୋଲିନାହାନ୍ତି। ବରଂ ସେହି ଶିଳ୍ପ ଓ ଖଣି କର୍ତ୍ତୃପକ୍ଷଙ୍କ ସହଯୋଗୀ ହୋଇଛନ୍ତି। ଏହାର ବିରୋଧରେ ପ୍ରଭାବିତ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ, ଦାବି ହୋଇ ଆସୁଥିଲେ ହେଁ କେହି ସେମାନଙ୍କ ଦୁଃଖ ବୁଝିବାକୁ ଆଗଭର ହୋଇନାହାନ୍ତି। ଏହା ବେକାର ଯୁବତୀଯୁବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି କରିଆସିଥିଲା। ତାହା ଭୋଟରେ ରୂପାନ୍ତର ହେବାରୁ ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ୯୫୭୭ ଭୋଟ ବ୍ୟବଧାନରେ ଭାଜପା ପ୍ରାର୍ଥୀ ପ୍ରଦୀପ ବଳସାମନ୍ତଙ୍କଠାରୁ ପରାସ୍ତ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି।
କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାୟ ୨ ଦଶନ୍ଧି ପରେ ଭାଜପା କ୍ଷମତାକୁ ଫେରିଛି। ୧୯୭୪ରୁ ୨୦୦୦ ପର୍ଯ୍ୟନ୍ତ ଏଠାରେ ଅଶୋକ ଦାସ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୩ରେ ଯାଜପୁର ଏକ ସ୍ବତନ୍ତ୍ର ଜିଲା ମାନ୍ୟତା ପାଇଥିଲା। ଏହାପରେ ୨୦୦୯ରେ ଅଶୋକଙ୍କ ପୁଅ ପ୍ରଣବ ପ୍ରକାଶ ଦାସ(ବବି) ଯାଜପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇ ହ୍ୟାଟ୍ରିକ କରିଥିଲେ। ଚଳିତ ନିର୍ବାଚନରେ ସେ ବିଜେଡିରୁ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷେ କୋରେଇରେ ଯେହେତୁ ତାଙ୍କ ପିତା ଦୀର୍ଘବର୍ଷ ଧରି ପ୍ରତିନିଧିତ୍ୱ କରିଥିଲେ, ସେହି ଦୃଷ୍ଟିରୁ ତାଙ୍କ ମାଆ ସନ୍ଧ୍ୟାରାଣୀଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। କିନ୍ତୁ କୋରେଇ ଭୋଟର ଏହାକୁ ଗ୍ରହଣ କରିନାହାନ୍ତି। କୋରେଇ ନିର୍ବାଚନମଣ୍ଡଳୀରେ ଥିବା ବ୍ୟାସନଗର ପୌରାଞ୍ଚଳର ବିକାଶ ଅତି ନଗଣ୍ୟ ହୋଇଥିବାରୁ ସହରବାସୀ ଭାଜପା ସପକ୍ଷରେ ଯାଇଥିବା କୁହାଯାଉଛି। ବ୍ୟାସନଗର ସହରରେ ଯେଉଁ କେତେକ ସରକାରୀ କାର୍ଯ୍ୟାଳୟ ରହିଛି ସେହିସବୁକୁ ପୁଣି ଥରେ ଯାଜପୁର ଟାଉନକୁ ଉଠାଇ ନିଆଯିବ ବୋଲି ସହରବାସୀ ଆଶଙ୍କା କରିଥିଲେ। ଏହି କ୍ରମରେ ଭାଜପା ପ୍ରାର୍ଥୀ ଆକାଶ ଦାସନାୟକ ୫୬୪୬ ଭୋଟ ବ୍ୟବଧାନରେ ସନ୍ଧ୍ୟାରାଣୀଙ୍କୁ ପରାସ୍ତ କରିଛନ୍ତି।
ଲଘୁ ଖଣିଜ ସମ୍ପଦରେ ଭରପୂର ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ପରିବାରବାଦ ରାଜନୀତି ଚାଲି ଆସିଥିଲା। ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ କଳ୍ପତରୁ ଦାସ ଲଗାତର ବିଧାୟକ ନିର୍ବାଚିତ ହୋଇଆସିଥିଲେ। ୨୦୧୨ରେ ସେ ପଞ୍ଚାୟତିରାଜ ମନ୍ତ୍ରୀ ହୋଇଥିଲେ। ଏହାପରେ ତାଙ୍କ ପୁତ୍ର ପ୍ରଣବ ବଳବନ୍ତରାୟ ୨୦୧୪ରୁ ବିଧାୟକ ନିର୍ବାଚିତ ହୋଇ ଆସିଥିବାବେଳେ ଏଥର ତାଙ୍କର ହ୍ୟାଟ୍ରିକ ଲକ୍ଷ୍ୟ ରହିଥିଲା। କିନ୍ତୁ ତାହା ପୂରଣ ହେଲା ନାହିଁ। ପ୍ରାୟ ୩ ଦଶନ୍ଧି ହେଲା ଏହି ନିର୍ବାଚନମଣ୍ଡଳୀର ବହୁ ମୂଲ୍ୟବାନ କଳାପଥର ଲୁଟ ହୋଇଥିବା ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ଓ ହାଇକୋର୍ଟରେ ଅଭିଯୋଗ ହୋଇଛି। ଏପରି କି ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ମାପଚୁପ କରି ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ନିର୍ଦ୍ଦେଶ ହୋଇଛି। ହେଲେ ଏହି ପ୍ରକ୍ରିୟାରେ ୧୦ରୁ ଊର୍ଦ୍ଧ୍ୱ ରାଜନୈତିକ ପ୍ରଭାବଶାଳୀ ପଥର ବ୍ୟବସାୟୀଙ୍କୁ ଛାଡି ଦିଆଯାଇଥିବାରୁ ସରକାର ବିପୁଳ କୋଟି ଟଙ୍କାର ରାଜସ୍ବ ହରାଇଥିଲେ ବୋଲି ଆଲୋଚନା ହୋଇଥିଲା। ଏହାକୁ ବିରୋଧୀ ମୁଖ୍ୟ ଅସ୍ତ୍ର କରି ନିର୍ବାଚନ ଲଢ଼ିଥିଲେ। ଏଥିରେ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ସଫଳତା ପାଇବା ସହ ସେ ୪୧୫୦ ଭୋଟ ବ୍ୟବଧାନରେ ବିଧାୟକ ପ୍ରଣବଙ୍କୁ ପରାଜିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Justin Trudeau-Katy Perry Relationship: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ-କେଟି ପେରିଙ୍କ ସମ୍ପର୍କର ଖୁଲାସା, ନିଜେ ଶେୟାର କଲେ ଅପଡେଟ ପୋଷ୍ଟ

ଓଟାଓ୍ବା,୭।୧୨: ଆମେରିକୀୟ ପପ ଷ୍ଟାର କେଟି ପେରି ଶେଷରେ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଫଟୋ ଏବଂ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ଗୁଡ ନ୍ୟୁଜ ଦେଲା ଏୟାର ଇଣ୍ଡିଆ, ଖୁସି ହେବେ ଯାତ୍ରୀ

ନୂଆଦିଲ୍ଲୀ,୭।୧୨: ଦେଶବ୍ୟାପୀ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଯାତ୍ରା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri