ଯାଜପୁରରେ ପରିବାରବାଦ ରାଜନୀତି ବିଫଳ

ଯାଜପୁର,୮ା୬(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ପରିବାରବାଦ ରାଜନୀତିକୁ ଭୋଟର ଏଥର ନାପସନ୍ଦ କରିଛନ୍ତି। ଫଳରେ ଚଳିତ ସାଧାରଣ ନିର୍ବାଚନରେ କୋରେଇ ଆସନରୁ ବିଜେଡିର ସନ୍ଧ୍ୟାରାଣୀ ଦାସ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡେଇ ଓ ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ ପରାଜିତ ହୋଇଛନ୍ତି। ଉତ୍ତରାଧିକାରୀ ଭାବେ ରାଜନୀତିକୁ ଆସିଥିବା ପ୍ରୀତିରଞ୍ଜନ ଓ ପ୍ରଣବ ପୂର୍ବରୁ ସଫଳ ହୋଇଥିବାବେଳେ ସନ୍ଧ୍ୟାରାଣୀ ଆରମ୍ଭରୁ ଭୋଟରଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିନାହାନ୍ତି।
ଯାଜପୁର ଜିଲା ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ଖଣି ତଥା ଶିଳ୍ପ ସମୃଦ୍ଧ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ୩ ଦଶନ୍ଧିରୁ ଉର୍ଦ୍ଧ୍ୱ ହେଲା ପ୍ରଫୁଲ୍ଲ ଘଡ଼େଇ ଏବଂ ତାଙ୍କ ପୁଅ ପ୍ରୀତିରଞ୍ଜନ ନିର୍ବାଚିତ ହୋଇ ଆସୁଥିଲେ। ଏପରି କି ବାପପୁଅ ଏକାଧିକ ମନ୍ତ୍ରୀ ପଦବୀ ପାଇଛନ୍ତି। ୩ ଦଶନ୍ଧି ମଧ୍ୟରେ ରାସ୍ତାଘାଟ, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଆଦି ସମସ୍ୟା ଲାଗି ରହିଛି। ଏହାବାଦ୍‌ ବିସ୍ଥାପିତଙ୍କୁ ଥଇଥାନ ଓ ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇ ନାହିଁ। ଅଣଓଡ଼ିଆ ଯୁବତୀଯୁବକଙ୍କୁ ଏଠାକାର ବଡ଼ବଡ଼ ଖଣି ଓ ଶିଳ୍ପା ସଂସ୍ଥାରେ ପ୍ରାଧାନ୍ୟ ଦିଆଯାଇଛି। ଗତ ୧୦ ବର୍ଷ ମଧ୍ୟରେ କୌଣସି ନିର୍ବାଚିତ ଲୋକ ପ୍ରତିନିଧି ସ୍ଥାନୀୟ ନିଯୁକ୍ତି ସପକ୍ଷରେ ମୁହଁ ଖୋଲିନାହାନ୍ତି। ବରଂ ସେହି ଶିଳ୍ପ ଓ ଖଣି କର୍ତ୍ତୃପକ୍ଷଙ୍କ ସହଯୋଗୀ ହୋଇଛନ୍ତି। ଏହାର ବିରୋଧରେ ପ୍ରଭାବିତ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ, ଦାବି ହୋଇ ଆସୁଥିଲେ ହେଁ କେହି ସେମାନଙ୍କ ଦୁଃଖ ବୁଝିବାକୁ ଆଗଭର ହୋଇନାହାନ୍ତି। ଏହା ବେକାର ଯୁବତୀଯୁବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି କରିଆସିଥିଲା। ତାହା ଭୋଟରେ ରୂପାନ୍ତର ହେବାରୁ ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ୯୫୭୭ ଭୋଟ ବ୍ୟବଧାନରେ ଭାଜପା ପ୍ରାର୍ଥୀ ପ୍ରଦୀପ ବଳସାମନ୍ତଙ୍କଠାରୁ ପରାସ୍ତ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି।
କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାୟ ୨ ଦଶନ୍ଧି ପରେ ଭାଜପା କ୍ଷମତାକୁ ଫେରିଛି। ୧୯୭୪ରୁ ୨୦୦୦ ପର୍ଯ୍ୟନ୍ତ ଏଠାରେ ଅଶୋକ ଦାସ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୩ରେ ଯାଜପୁର ଏକ ସ୍ବତନ୍ତ୍ର ଜିଲା ମାନ୍ୟତା ପାଇଥିଲା। ଏହାପରେ ୨୦୦୯ରେ ଅଶୋକଙ୍କ ପୁଅ ପ୍ରଣବ ପ୍ରକାଶ ଦାସ(ବବି) ଯାଜପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇ ହ୍ୟାଟ୍ରିକ କରିଥିଲେ। ଚଳିତ ନିର୍ବାଚନରେ ସେ ବିଜେଡିରୁ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷେ କୋରେଇରେ ଯେହେତୁ ତାଙ୍କ ପିତା ଦୀର୍ଘବର୍ଷ ଧରି ପ୍ରତିନିଧିତ୍ୱ କରିଥିଲେ, ସେହି ଦୃଷ୍ଟିରୁ ତାଙ୍କ ମାଆ ସନ୍ଧ୍ୟାରାଣୀଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। କିନ୍ତୁ କୋରେଇ ଭୋଟର ଏହାକୁ ଗ୍ରହଣ କରିନାହାନ୍ତି। କୋରେଇ ନିର୍ବାଚନମଣ୍ଡଳୀରେ ଥିବା ବ୍ୟାସନଗର ପୌରାଞ୍ଚଳର ବିକାଶ ଅତି ନଗଣ୍ୟ ହୋଇଥିବାରୁ ସହରବାସୀ ଭାଜପା ସପକ୍ଷରେ ଯାଇଥିବା କୁହାଯାଉଛି। ବ୍ୟାସନଗର ସହରରେ ଯେଉଁ କେତେକ ସରକାରୀ କାର୍ଯ୍ୟାଳୟ ରହିଛି ସେହିସବୁକୁ ପୁଣି ଥରେ ଯାଜପୁର ଟାଉନକୁ ଉଠାଇ ନିଆଯିବ ବୋଲି ସହରବାସୀ ଆଶଙ୍କା କରିଥିଲେ। ଏହି କ୍ରମରେ ଭାଜପା ପ୍ରାର୍ଥୀ ଆକାଶ ଦାସନାୟକ ୫୬୪୬ ଭୋଟ ବ୍ୟବଧାନରେ ସନ୍ଧ୍ୟାରାଣୀଙ୍କୁ ପରାସ୍ତ କରିଛନ୍ତି।
ଲଘୁ ଖଣିଜ ସମ୍ପଦରେ ଭରପୂର ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ପରିବାରବାଦ ରାଜନୀତି ଚାଲି ଆସିଥିଲା। ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ କଳ୍ପତରୁ ଦାସ ଲଗାତର ବିଧାୟକ ନିର୍ବାଚିତ ହୋଇଆସିଥିଲେ। ୨୦୧୨ରେ ସେ ପଞ୍ଚାୟତିରାଜ ମନ୍ତ୍ରୀ ହୋଇଥିଲେ। ଏହାପରେ ତାଙ୍କ ପୁତ୍ର ପ୍ରଣବ ବଳବନ୍ତରାୟ ୨୦୧୪ରୁ ବିଧାୟକ ନିର୍ବାଚିତ ହୋଇ ଆସିଥିବାବେଳେ ଏଥର ତାଙ୍କର ହ୍ୟାଟ୍ରିକ ଲକ୍ଷ୍ୟ ରହିଥିଲା। କିନ୍ତୁ ତାହା ପୂରଣ ହେଲା ନାହିଁ। ପ୍ରାୟ ୩ ଦଶନ୍ଧି ହେଲା ଏହି ନିର୍ବାଚନମଣ୍ଡଳୀର ବହୁ ମୂଲ୍ୟବାନ କଳାପଥର ଲୁଟ ହୋଇଥିବା ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ଓ ହାଇକୋର୍ଟରେ ଅଭିଯୋଗ ହୋଇଛି। ଏପରି କି ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ମାପଚୁପ କରି ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ନିର୍ଦ୍ଦେଶ ହୋଇଛି। ହେଲେ ଏହି ପ୍ରକ୍ରିୟାରେ ୧୦ରୁ ଊର୍ଦ୍ଧ୍ୱ ରାଜନୈତିକ ପ୍ରଭାବଶାଳୀ ପଥର ବ୍ୟବସାୟୀଙ୍କୁ ଛାଡି ଦିଆଯାଇଥିବାରୁ ସରକାର ବିପୁଳ କୋଟି ଟଙ୍କାର ରାଜସ୍ବ ହରାଇଥିଲେ ବୋଲି ଆଲୋଚନା ହୋଇଥିଲା। ଏହାକୁ ବିରୋଧୀ ମୁଖ୍ୟ ଅସ୍ତ୍ର କରି ନିର୍ବାଚନ ଲଢ଼ିଥିଲେ। ଏଥିରେ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ସଫଳତା ପାଇବା ସହ ସେ ୪୧୫୦ ଭୋଟ ବ୍ୟବଧାନରେ ବିଧାୟକ ପ୍ରଣବଙ୍କୁ ପରାଜିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଦୋମୁହାଁ ନୀତି: କ୍ରିକେଟରେ ରାଜନୀତି, ‘ଡଲାର’ ପାଇଁ ଭାରତୀୟ ବଂଶୋଦ୍ଭବଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ,୬।୨: ପାକିସ୍ତାନର ଦୋମୁହାଁ ଚରିତ୍ର ଏବେ ସାରା ବିଶ୍ୱ ଆଗରେ ପୁଣିଥରେ ପ୍ରକଟ ହୋଇଛି। ଗୋଟିଏ ପଟେ ପାକିସ୍ତାନ ଭାରତ ବିରୋଧରେ କ୍ରିକେଟକୁ ଅସ୍ତ୍ର କରି ଟି-୨୦…

ଯାତ୍ରା ମଝିରେ ଷ୍ଟେଜ୍‌ରେ ଗଳିପଡିଲେ ସାଇ, ରାତି ଅଧରେ ଗଲେ ମେଡିକାଲ

ଭୁବନେଶ୍ୱର,୬।୨: ଅସୁସ୍ଥ ହେଲେ ତୁଳସୀ ଗଣନାଟ୍ୟର ମୁଖ୍ୟ ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡା। ଅଧାରୁ ବନ୍ଦ ହେଲା ଯାତ୍ରା। ଯାତ୍ରା ଅଧାରୁ ସାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ପ୍ରାକ ବଜେଟ ବୈଠକରେ ହେଲା ଜରୁରୀ ଆଲୋଚନା: ମଧ୍ୟବିତ୍ତଙ୍କ ପାଇଁ ଏଥର ଫୋକସ୍‌ରେ ରହିବ…

ଭୁବନେଶ୍ୱର,୬।୨: ଆସନ୍ତା ୨୦ ଫେବୃୟାରୀରେ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଏହା ପୂର୍ବରୁ ଓଡ଼ିଶାବାସୀଙ୍କ ଠାରୁ ମଧ୍ୟ ରାୟ ଲୋଡିଛନ୍ତି ରାଜ୍ୟ ସରକାର। ମୁଖ୍ରମନ୍ତ୍ରୀ କହିଛନ୍ତି,…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri