Categories: ଫୁରସତ

ପରିବାର ସହ ପିକ୍‌ନିକ୍‌ କରିବାକୁ ଯାଇଥିଲେ, ହଠାତ୍‌ ଶହ ଶହ ସଂଖ୍ୟାରେ ଘେରିଗଲେ କଙ୍କଡ଼ା; ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏକ ପରିବାର ସମୁଦ୍ର କୂଳକୁ ପିକ୍‌ନିକ୍‌ କରିବା ପାଇଁ ଯାଇଥିଲେ। ଠିକ୍‌ ଏହି ସମୟରେ ଶହ ଶହ ସଂଖ୍ୟାରେ କଙ୍କଡ଼ା ଆସି ଘେରିଗଲେ। ଭିଡିଓ ଦେଖିଲେ ଆପଣ ମଧ୍ୟ ଭୟରେ ଥରି ଉଠିବେ। ମାତ୍ର ଏଠାରେ ରହୁଥିବା କଙ୍କଡ଼ାମାନେ କାହାର କ୍ଷତି କରନ୍ତିନାହିଁ। କେବଳ ସେମାନେ ଖାଦ୍ୟ ଆଉ ଜିନିଷପତ୍ର ଚୋରି କରିବାକୁ କୂଳକୁ ଆସିଥାନ୍ତି।

ଏମି ଲୁଏଟିଚ୍‌ ଏବଂ ତାଙ୍କ ପରିବାର କିଛି ସାଙ୍ଗଙ୍କ ସହ ଅଷ୍ଟ୍ରେଲିଆର ସମୁଦ୍ରକୂଳ କ୍ରୀସମାସ୍‌ ଦ୍ୱୀପକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ। କଙ୍କଡ଼ାଗୁଡ଼ିକ ତାଙ୍କୁ ଘେରିଗଲେ। ସେମାନେ ପ୍ରଥମେ ଡରି ଯାଇଥିଲେ ମଧ୍ୟ ପରେ ଜାଣିବାକୁ ପାଇଥିଲେ ଏମାନେ ବହୁତ ଶାନ୍ତ।

ଏହି ଭିଡିଓଟି ଫେସ୍‌ବୁକ୍‌ରେ ଖ୍ରୀଷ୍ଟମାସ ଆଇଲ୍ୟାଣ୍ଡ୍‌ ଟୁରିଜିମ୍‌ ଦ୍ୱାରା ଶେୟାର କରାଯାଇଛି। ଏଥିରେ କ୍ୟାପଶନ୍‌ ଲେଖାଯାଇଛି, ଲୁଟେରା କଙ୍କଡ଼ା। ଯାହା ନଡ଼ିଆ କଙ୍କଡ଼ା ଭାବେ ଜଣାଶୁଣା। ଏହା ଏକ ସଂରକ୍ଷିତ ପ୍ରଜାତିର। ବର୍ଷସାରା ଏଠାରେ ଏହି କଙ୍କଡ଼ା ଦେଖିବାକୁ ମିଳିଥାନ୍ତି। ଏହି କଙ୍କଡ଼ାଗୁଡ଼ିକ ବହୁତ ଶାନ୍ତ। କେବେ କାହାକୁ କାମୁଡ଼ିବାର ନଜର ନାହିଁ ବୋଲି ଏଠାକାର ପର୍ଯ୍ୟଟନ ବିଭାଗ ଅଧିକାରୀ କୁହନ୍ତି।

Share