Categories: ଜାତୀୟ

ବୟଫ୍ରେଣ୍ଡ୍‌ଙ୍କ ନୂଆବର୍ଷ ପାଳନ କରିବାକୁ ଯାଇଥିଲେ ଯୁବତୀ, ହୋଟେଲ୍‌ରେ ଘଟିଲା ଏମିତି

ସୁରତ,୪।୧:ଗୁଜରାଟର ସୁରତରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବତୀ ବୟଫ୍ରେଣ୍ଡଙ୍କ ସହ ନୂଆବର୍ଷ ପାଳନ ପାଇଁ ଯାଇଥିବାବେଳେ ରହସ୍ୟଜନକ ଭାବେ ହୋଟେଲ୍‌ ରୁମ୍‌ରୁ ତାଙ୍କ ମୃତଦେହ ମିଳିଛି। ପୋଲିସ ଘଟଣାର ଯାଞ୍ଚ୍‌ କରୁତତ୍ବାବେଳେ ଯୁବତୀଙ୍କ ପରିବାର ଲୋକେ ମୃତ ଝିଅର ଆଖି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ସୁରତର କଟାରଗ୍ରାମ ଅଞ୍ଚଳରେ ଥିବା ଗୋପୀନାଥ ସୋସାଇଟିରେ ରହୁଥିବା ତନବୀ ଦିଲୀପଭାଇ ଭଦାନୀ ସ୍ବାସ୍ଥ୍ୟ ଉତ୍ପାଦ ମାକେଟିଂ କାମ କରୁଥିଲେ। ତନବୀ ପଙ୍କଚ ଗୋହିଲ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏସମ୍ପର୍କରେ ଉଭୟଙ୍କ ପରିବାର ଲୋକେ ଜାଣିଥିଲେ ଏବଂ ସମ୍ପର୍କକୁ ମଞ୍ଜୁରୀ ଦେଇଥିଲେ। ତନବୀ ଏବଂ ପଙ୍କଜ ନୂଆବର୍ଷ ପାଳନ ପାଇଁ ପିପଲୋଡ ଯାଇ ସେଠାରେ ଏକ ହୋଟେଲରେ ରହିଥିଲେ। ସକାଳୁ ତନବୀ ନ ଉଠିବାରୁ ଯୁବକ ପ୍ରେମିକାଙ୍କ ପରିବାର ଲୋକଙ୍କୁ ସୂଚିତ କରିଥିଲେ ଏବଂ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ପରିବାର ଏନେଇ କୌଣସି ଅଭିଯୋଗ କରି ନ ଥିବାବେଳେ କାହାକୁ ଦାୟୀ ମଧ୍ୟ କରିନାହାନ୍ତି। ବ୍ୟବଚ୍ଛେଦ ରିପୋର୍ଟ କୌଣସି ସଦିଗ୍ଧ ସୂଚନା ମିଳିନାହିଁ।

Share