Categories: ଜାତୀୟ

ଭୟଙ୍କର ଅଗ୍ନିକାଣ୍ଡ: ୬ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୧୭।୧୨: ତେଲେଙ୍ଗାନାର ମଞ୍ଚରିଆଲା ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପରିବାରର ୬ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ହେଲେ ଘରର ମାଲିକ, ଘରେ ରହୁଥିବା ଶିବୟା (୫୦), ତାଙ୍କ ସ୍ତ୍ରୀ ପଦ୍ମା (୪୫), ତାଙ୍କ ଦୁଇ ଝିଅଙ୍କ ସହ ପଦ୍ମାଙ୍କ ବଡ଼ ଭଉଣୀଙ୍କ ଝିଅ ମୌନିକା (୨୩)।
ପୋଲିସ କହିବାନୁଯାୟୀ, ରାତି ପ୍ରାୟ ୧୨ ଟାରୁ ୧୨.୩୦ ଏହି ଅଗ୍ନିକାଣ୍ଡ ଘଟିଛି। ପଡ଼ୋଶୀମାନେ ଘରେ ନିଆଁ ଲାଗିଥିବାର ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଏବଂ ପରେ ପୋଲିସକୁ ସୂଚନା ଦେଇଥିଲେ। ହେଲେ ପୋଲିସ ପହଞ୍ଚିବା ବେଳକୁ ପୁରା ଘରେ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ଅନୁସନ୍ଧାନ କରାଯାଉଛି ବୋଲି ପୋଲିସ ଅଧିକାରୀ କହିଛନ୍ତି।

Share