Posted inଜାତୀୟ

ଶିଶୁଙ୍କ ଯତ୍ନ ଲାଗି ପରିବାରରେ ମହିଳା ରହିବା ଜରୁରୀ: ହାଇକୋର୍ଟ

କୋଚି, ୩୦ା୧୦: ଭାରତୀୟ ପରିବାର ପରିପ୍ରେକ୍ଷୀରେ ଶିଶୁଙ୍କ ଯତ୍ନ ଲାଗି ଜଣେ ମହିଳା ରହିବା ଜରୁରୀ ବୋଲି କେରଳ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। କାରଣ ଆମେ ସ୍କାଣ୍ଡିନାଭିଆନ୍‌ ଦେଶ ଭଳି ସ୍ତରରେ ପହଞ୍ଚିନାହୁଁ, ଯେଉଁଠି ସମଲିଙ୍ଗୀ ବିବାହ କରି ଯେ କେହି ବି ପିଲାର ଲାଳନପାଳନ ପାଇଁ ପ୍ରସ୍ତୁତ। ଗୁଜରାଟରେ ରହୁଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତି ତାଙ୍କ ୪ ବର୍ଷୀୟା ଝିଅଙ୍କୁ ଶ୍ୱଶୁର ଘରୁ ଆଣିବାକୁ ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଶ୍ୱଶୁର ଘର ଲୋକେ ଝିଅକୁ ବେଆଇନ ଭାବେ ଘରେ ରଖିଥିବା ସେ ଏଥିରେ ଦର୍ଶାଇଥିଲେ। ହେଲେ ଶିଶୁଙ୍କ ଯତ୍ନ ନେବା ଭଳି କୌଣସି ମହିଳା ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ କିମ୍ବା ସେ ରହୁଥିବା ସ୍ଥାନରେ ନ ଥିବା କୋର୍ଟ ଜାଣିବାକୁ ପାଇଥିଲେ। ପରେ ଜଷ୍ଟିସ୍‌ ଆଲେକ୍‌ଜାଣ୍ଡର ଏବଂ ସୋଫି ଥୋମାସ୍‌ଙ୍କ ଖଣ୍ଡପୀଠ ଶିଶୁକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର ପାଇଁ ମନା କରିଥିଲେ।

ଶିଶୁଙ୍କ ଦେଖାରଖା କରିବା ପାଇଁ ପରିବାରରେ ଜଣେ ମହିଳା ରହିବା ନିହାତି ଜରୁରୀ। ସେ ମା’ ହୁଅନ୍ତୁ ଅବା ଭଉଣୀ, ଶାଶୁ, ଜେଜେ ମା’, ଆଈ କିମ୍ବା ଅନ୍ୟ କେହି ମହିଳା। ସ୍କାଣ୍ଡିନାଭିଆନ୍‌ ଦେଶଗୁଡ଼ିକରେ ମହିଳା, ପୁରୁଷ ଶିଶୁଙ୍କ ପାଇଁ ସମାନ ଭାବେ ସେମାନଙ୍କ ସମୟ ଦେଇଥାନ୍ତି। ଏଥିରେ ଉଭୟେ ପିଲାଙ୍କ ଯତ୍ନ ନେବା ପାଇଁ ପ୍ରସ୍ତୁତଥା’ନ୍ତି। କିନ୍ତୁ ଭାରତ ପରିପ୍ରେକ୍ଷୀରେ ତାହା ହୋଇ ନ ଥାଏ। ଏଠାରେ ମୁଖ୍ୟତଃ ମହିଳାମାନେ ହିଁ ଶିଶୁଙ୍କ ଯତ୍ନ ଠିକ୍‌ ଭାବେ ନେଇପାରନ୍ତି। ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କ ଦେଖାଶୁଣା କରିବା ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ କଷ୍ଟକର ହେବ ବୋଲି ହାଇକୋର୍ଟ ଆବେଦନକାରୀଙ୍କୁ କହିଥିଲେ। ସେ କାମକୁ ଯାଇଥିବାବେଳେ ତାଙ୍କ ପିଲା ବିପଦରେ ପଡ଼ିବା ଆଶଙ୍କା ରହିଛି। ସମ୍ପ୍ରତି ବହୁଶିଶୁ ଯୌନହିଂସାର ଶିକାର ହେଉଛନ୍ତି। ଏପରିସ୍ଥିତିରେ ପିଲାର ସୁରକ୍ଷା ସୁନିଶ୍ଚିତ କରିବା ଜରୁରୀ। ଏହା ଅତି ସମ୍ବେଦନଶୀଳ। ଶିଶୁକନ୍ୟାଟି ତାଙ୍କ ଆଈଅଜାଙ୍କ ପାଖରେ ରହିଛନ୍ତି, ଯାହା କି କୌଣସି ଦୃଷ୍ଟିରୁ ବେଆଇନ ନୁହେଁ। ପିଲାଙ୍କ ଯତ୍ନ ନେବାର ଯୋଗ୍ୟତାକୁ ଦେଖି ୪ ବର୍ଷୀୟା ଝିଅର ଦାୟିତ୍ୱ ଆବେଦନକାରୀଙ୍କୁ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ। ତେବେ ଏହାକୁ ସମ୍ପୃକ୍ତ ବ୍ୟକ୍ତି ଚ୍ୟାଲେଞ୍ଜ କରିପାରିବେ ବୋଲି ଖଣ୍ଡପୀଠ କହିଥିଲେ। ମାମଲାର ପରବର୍ତ୍ତୀ ଆସନ୍ତା ସପ୍ତାହରେ ହେବ ବୋଲି ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତରଳୁଛି ହିମବାହ, ବିଶ୍ୱକୁ ବିପଦ

ଲଣ୍ଡନ୍‌/ ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ସାରା ବିଶ୍ୱରେ ପ୍ରାୟ ୩,୧୦୦ ହିମବାହ ଦ୍ରୁତଗତିରେ ତରଳୁଛି, ଯାହାକି ଅତ୍ୟନ୍ତ ବିରଳ ଘଟଣା। ବିଶ୍ୱରେ ଥିବା ମୋଟ ହିମବାହର ଏହା ମାତ୍ର ୧%…

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri