ଟାଟା କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା: କରୋନା ରୋଗୀଙ୍କ ମୃତ୍ୟୁର ୪ ଦିନ ପରେ ପରିବାରକୁ ଖବର

ବ୍ରହ୍ମପୁର ଅଫିସ,୨୯।୭ – ଗଞ୍ଜାମ ଜିଲାରେ ଏବେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଜିଲାର ଶିତଲାପଲ୍ଲୀଠାରେ ଥିବା ଟାଟା କୋଭିଡ ହସ୍ପିଟାଲରେ ସାଙ୍ଘାତିକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମୃତ୍ୟୁ ହୋଇଥିବା ଜଣେ ରୋଗୀଙ୍କ ପରିବାରକୁ ଘଟଣାର ୪ ଦିନ ପରେ ଖବର ଦିଆଯାଇଛି। ଏହାକୁ ନେଇ ଏବେ ଉତ୍ତେଜନା ପ୍ରକାଶ ପାଇବା ସହ ଏହି ମାମଲାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପରିବାରଲୋକେ ଏତଲା ଦେଇଥିବା ଜଣାପଡ଼ିଛି ।

ସୂଚନାନୁଯାୟୀ, ବଡବଜାର ଥାନା ଅନ୍ତର୍ଗତ ଗଣାପତି ନଗର ୨ୟ ସାହିର ବସନ୍ତ କୁମାର ସାହୁ(୪୯) ଗତ ୧୯ ତାରିଖରେ ଟାଟା କୋଭିଡ୍‌ ହସ୍ପିଟାଲରେ ଆଡ୍‌ମିଟ ହୋଇଥିଲେ। ବସନ୍ତ ଚିକିତ୍ସିତ ହେଉଥବା ବେଳେ ୨୪ ତାରିଖ ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ଫୋନରେ କଥାବାର୍ତ୍ତା କରୁଥିଲେ। କିନ୍ତୁ ଏହା ପରଠାରୁ ଫୋନ ଆଉ ଲାଗିଲାନାହିଁ। ଫଳରେ ପରିବାରଲୋକେ ହସ୍ପିଟାଲର ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରିଥିଲେ। ହେଲେ ତୁମ ରୋଗୀ ଆଇସିୟୁରେ ଅଛି, ଅକ୍ସିଜେନ୍‌ ଲାଗିଛି ବୋଲି ହସ୍ପିଟାଲର କର୍ମଚାରୀ ପରିବାର ଲୋକଙ୍କୁ କହିଆସୁଥିଲେ। ଯୋଗାଯୋଗ କରି ପୁଣି ୨୭ ତାରିଖ ପର୍ଯ୍ୟନ୍ତ କଥାବାର୍ତ୍ତା ଜାରି ରାଖିଥିଲେ। କିନ୍ତୁ ମଙ୍ଗଳବାର ରାତିରୁ ହସ୍ପିଟାଲରୁ ଫୋନ୍‌ ଆସିଥିଲା ଯେ ବସନ୍ତଙ୍କ ଗତ ୨୪ ତାରିଖଠାରୁ ମୃତ୍ୟ ହୋଇସାରିଛି। ଏହା ଶୁଣିବା ପରେ ପରିବାରଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ମଙ୍ଗଳବାର ରାତିରେ ବଡ଼ବଜାର ଥାନା ଓ ପରେ ଗୋପାଳପୁର ଥାନାକୁ ଯାଇ ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷ ବିରୋଧରେ ଏତଲା ଦେଇଥିଲେ । ଆଉ ଏତଲା ପରେ ଟାଟା କୋଭିଡ୍‌ ହସ୍ପିଟାଲର ସିଇଓ ତଥା ହାଇଟେକ୍‌ ମେଡିକାଲ କଲେଜର ଡା. ସଂଗ୍ରାମ ପାତ୍ର ଏକ ପ୍ରେସ୍‌ ନୋଟ ଜାରି କରି ବସନ୍ତଙ୍କ ୨୪ ତାରିଖରେ ମୃତ୍ୟୁ ହୋଇଥିଲା ହେଲେ ତାଙ୍କ ପରିବାର ଲୋକଙ୍କ ମୋବାଇଲ ନମ୍ବର କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଯୋଗାଯୋଗ ହୋଇପାରି ନ ଥିଲା। ମୃତଦେହକୁ ୪ ଦିନ ହେବ ସଂରକ୍ଷିତ କରି ରଖାଯିବା ସହ ପରିବାରଲୋକଙ୍କୁ ଖୋଜିବାକୁ ବିଏମ୍‌ସି ଓ ଆସିକା ବିଡିଓଙ୍କୁ କୁହାଯାଇଥିଲା ବୋଲି ମେଡିକାଲ ଅଫିସର ଡା. ଉମାଶଙ୍କର ମିଶ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri