କରୋନାରେ ମୃତ୍ୟୁ ଘଟିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରକୁ ମିଳିବ ୧୦ ଲକ୍ଷ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ଲକ୍ଷ୍ନୌ,୩୧।୭: କରୋନାରେ ମୃତ୍ୟୁ ଘଟିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରକୁ ଏଣିକି ମିଳିବ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ମିଳିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ଏସମ୍ପର୍କରେ ଘୋଷଣା କରାଯାଇଛି। କରୋନା ମହାମାରୀ ଯୋଗୁ ୨୦୨୦ରେ ରାଜ୍ୟରେ ୧୪ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୨୧ରେ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ଶନିବାର ହିନ୍ଦୀ ସାମ୍ବାଦିକତା ଦିବସ ଅବସରରେ ଏହି ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀ ମଧ୍ୟରେ ନିଜ କର୍ତ୍ତବ୍ୟ ପାଳନ କରୁଥିବାବେଳେ ସମୟରେ ଗଣମାଧ୍ୟମ ପ୍ରତିନିଧି ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲେ।
ଏଭଳି ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସୂଚନା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୀ ସାମ୍ବାଦିକତା ଦିବସ ଅବସରରେ ସିଏମ ଯୋଗୀ ଆଦିତ୍ୟନାଥ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସିଏମ ଟୁଇଟ କରି କହିଛନ୍ତି, ସ୍ବାଧୀନତା ଆନ୍ଦୋଳନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସାମାଜିକ ଜାଗରଣ ଏବଂ ରାଷ୍ଟ୍ର ନିର୍ମାଣରେ ହିନ୍ଦୀ ସାମ୍ବାଦିକତାର ଅବିସ୍ମରଣୀୟ ଅବଦାନ ରହିଛି ବୋଲି ସେ କହିଛନ୍ତି।

Share