Posted inଜାତୀୟ

ସିଜେଆଇଙ୍କ ଉପରେ ସୋସିଆଲ ମିଡିଆରେ ମିଥ୍ୟା ପୋଷ୍ଟ

ନୂଆଦିଲ୍ଲୀ,୧୫ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଫାଇଲ ଫଟୋ ଏବଂ ତାଙ୍କର ନାଁରେ ଏକ ମିଛ ବିବୃତିକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରେ ଲେଖାଅଛି, ‘ଭାରତର ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁରକ୍ଷା ଦେବା ପାଇଁ ଆମେ ସବୁପ୍ରକାର ଉଦ୍ୟମ ଚଳାଇଛୁ। ତଥାପି ଆପଣମାନଙ୍କ ସହଯୋଗ ମଧ୍ୟ ଏଥିପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଜନସାଧାରଣ ଏକାଠି ହୋଇ ରାସ୍ତାକୁ ଓହ୍ଲାନ୍ତୁ ଏବଂ ସେମାନଙ୍କ ଅଧିକାର ପାଇଁ ସରକାରଙ୍କୁ ପ୍ରଶ୍ନ କରନ୍ତୁ। ଏକଚ୍ଛତ୍ରବାଦୀ ସରକାର ଲୋକଙ୍କୁ ଭୟଭୀତ କରାଇବେ, ଧମକ ଦେବେ; କିନ୍ତୁ ଏଥିରେ ଆପଣମାନେ ଭୟଭୀତ ହୁଅନ୍ତୁ ନାହିଁ। ସାହସ ରଖି ସରକାରଙ୍କୁ ଉତ୍ତର ମାଗନ୍ତୁ, ମୁଁ ଆପଣମାନଙ୍କ ସହ ରହିଛି।’ ସର୍ବୋଚ୍ଚ ଅଦାଲତ ସୋମବାର ଏକ ପ୍ରେସ୍‌ ନୋଟ୍‌ ଜାରି କରି କହିଛନ୍ତି, ସିଜେଆଇଙ୍କ ଦ୍ୱାରା ଏଭଳି ପୋଷ୍ଟ ଜାରି ହୋଇନାହିଁ କିମ୍ବା ଏଭଳି କୌଣସି ପୋଷ୍ଟ କରିବା ପାଇଁ ସେ କାହାକୁ ଅଧିକାର ଦେଇନାହାନ୍ତି। ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ଏକ ସୋସିଆଲ ମିଡିଆ ପୋଷ୍ଟରେ ଜନସାଧାଣଙ୍କୁ ଆହ୍ବାନ ଦିଆଯାଇଥିବା ସୁପ୍ରିମକୋର୍ଟଙ୍କ ନଜରକୁ ଆସିଛି, ଯେଉଁଥିରେ ସିଜେଆଇଙ୍କ ଫଟୋ ଓ ମିଛ ମନ୍ତବ୍ୟକୁ ବ୍ୟବହାର କରାଯାଇଛି। ଏହି ପୋଷ୍ଟ ମିଥ୍ୟା, ମନ୍ଦ ଉଦ୍ଦେଶ୍ୟଯୁକ୍ତ ଏବଂ କୌତୂହଳପ୍ରଦ ବୋଲି ସୁପ୍ରିମକୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଚର୍ଲା ଉଦ୍ୟାନ ବିଭାଗରେ ନାହିଁ ପାଣି ସୁବିଧା: ଶ୍ରୀହୀନ ପଡ଼ିଛି ନର୍ସରି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁ ନିକଟରେ ଥିବା ଜାତୀୟ ରାଜପଥ ୨୬ ନିକଟରେ ଥିବା ଉଦ୍ୟାନ ବିଭାଗର…

ଆସାମ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର-ହତ୍ୟା ମାମଲାରେ ତିନି ନାବାଳକ ଗିରଫ

ଦିସପୁର,୪।୮: ଆସାମର ହାଇଲାକାଣ୍ଡି ଜିଲାରେ ଜଣେ ୧୫ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଅପରାଧରେ ତିନି ଜଣ ଅଭିଯୁକ୍ତଙ୍କୁ ଅଭିଯୁକ୍ତ କରାଯାଇଛି, ସେମାନଙ୍କ…

କଦଳୀ ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ: ଶୀତଳ ଭଣ୍ଡାର ନିର୍ମାଣ ଦାବି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗାଁରେ ପ୍ରାୟତଃ ଅଧିକାଂଶ ଲୋକ ଚାଷ ଉପରେ ସବୁବେଳେ ନିର୍ଭର କରନ୍ତି l ଏହି ଅଞ୍ଚଳ ରେତ ନଦୀ…

ତାମିଲନାଡୁରେ ବଡ଼ ରାଜନୈତିକ ହଲଚଲ: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ, ତ୍ରିଶାଙ୍କୁ ନେଇ କହିଥିଲେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁ ରାଜନୀତିରେ ମଙ୍ଗଳବାର ସକାଳେ ହଠାତ୍‌ ବଡ଼ ରାଜନୈତିକ ହଙ୍ଗାମା ଦେଖିବାକୁ ମିଳିଛି। ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ…

ବରଗଡରେ ଚାଞ୍ଚଲ୍ୟ: ନିରାମୟରେ ଦିଆଯାଉଛି ଏକ୍ସପାୟାରୀ ମେଡିସିନ୍‌, ଜଣେ ଆହତ ବାଳକଙ୍କୁ…

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରହିଥିବା ନିରାମୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ରୋଗୀଙ୍କୁ ଏକ୍ସପାୟାରୀ ମେଡିସିନ୍‌ ଦିଆଯାଇଥିବା ଅଭିଯୋଗ…

ଉପାନ୍ତ ଅଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା: ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ

ନୂଆପଡ଼ା,୪ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକର ଉପାନ୍ତ ଅଞ୍ଚଳ ଦେଓଦରା ପଞ୍ଚାୟତ ଓ ବୋଡେନ ବ୍ଲକ ନାଗପଡ଼ା ପଞ୍ଚାୟତର ଅଧିକାଂଶ ଗାଁର ଲୋକେ ମୌଳିକ ସୁବିଧାରୁ…

୬ଷ୍ଠ ନ୍ୟାସନାଲ ଆମେଚର କ୍ରୀଡା , ଓଡ଼ିଶାରୁ ମନୋନୀତ ହେଲେ ଦିଲ୍ଲୀପ

କଲ୍ୟାଣସିଂହପୁର,୪।୮(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସଲୀ ପଞ୍ଚାୟତର ନିୟମଗିରିର ଚାଟିକଣା ଗ୍ରାମରେ ଜନ୍ମ ହୋଇଥିବା ପ୍ରତିଭାବାନ୍ କବାଡି ଖେଳାଳି ଦିଲ୍ଲୀପ କୁମାର…

ମୁଖ୍ୟମନ୍ତ୍ରୀ ଥଲାପତି ବିଜୟଙ୍କୁ ସୁପ୍ରିମକୋର୍ଟଙ୍କ ଜୋରଦାର ଝଟ୍‌କା! ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ଏମ. କେ. ଷ୍ଟାଲିନ ସରକାରଙ୍କ ପରେ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ ଜୋସେଫ ସରକାର ମଧ୍ୟ ରାଜ୍ୟର ଥିରୁପରନକୁନ୍ଦ୍ରମ ପାହାଡ଼ରେ ପବିତ୍ର ଦୀପ ପ୍ରଜ୍ୱଳନ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri