Posted inଜାତୀୟ

ଭାରତୀୟ ସେନାରେ ମୁସ୍ଲିମ୍‌ ରେଜିମେଣ୍ଟ୍‌ ନେଇ ମିଥ୍ୟା ଖବର: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୧୨୦ ଅବସରପ୍ରାପ୍ତ ଯବାନ

ନୂଆଦିଲ୍ଲୀ, ୧୫।୧୦: ଭାରତୀୟ ସେନାରେ ମୁସ୍ଲିମ୍‌ ରେଜିମେଣ୍ଟ୍‌ ଥିବା ନେଇ ମିଥ୍ୟା ଖବର ସୋସିଆଲ୍‌ ମିଡ଼ିଆରେ ୨୦୧୩ ମେ’ଠାରୁ ପ୍ରଚାରିତ ହେବାରେ ଲାଗିଛି। ଏହାର ବିରୋଧ କରି ୧୨୦ ଅବସରପ୍ରାପ୍ତ ଯବାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଚିଠି ଲେଖିଛନ୍ତି। ଏନେଇ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଯବାନଙ୍କ ମଧ୍ୟରେ ୨୪ ଜଣ ୨ ତାରକା ଏବଂ ୩ ତାରକା ଜେନେରାଲ ମଧ୍ୟ ରହିଛନ୍ତି। ୧୯୬୫ରେ ଚାଇନା ସହିତ ହୋଇଥିବା ଯୁଦ୍ଧରେ ଭାରତୀୟ ସେନାର ମୁସ୍ଲିମ୍‌ ରେଜିମେଣ୍ଟ୍‌ ଲଢ଼ିବାକୁ ଅମଙ୍ଗ ହୋଇଥିବା ମିଥ୍ୟା ଖବର ସୋସିଆଲ୍‌ ମିଡ଼ିଆରେ ଲଗାତାର ପ୍ରଚାର ହେଉଛି। କିନ୍ତୁ ଭାରତୀୟ ସେନାରେ ଏଭଳି କୌଣସି ରେଜିମେଣ୍ଟ୍‌ ନାହିଁ। ଉତ୍ତେଜନା ସୃଷ୍ଟି ପାଇଁ ଜାଣିଶୁଣି ଏଭଳି କରାଯାଉଥିବା ଚିଠିରେ ଅଭିଯୋଗ କରାଯାଇଛି। ଭାରତୀୟ ସେନା ସବୁବେଳେ ରାଜନୀତିଠାରୁ ଦୂରରେ ରହିବା ସହିତ ଧର୍ମନିରପେକ୍ଷତାକୁ ବଜାୟ ରଖିଥିବା ଚିଠିରେ ଦର୍ଶାଯାଇଛି। ଫେସ୍‌ବୁକ୍‌ ଏବଂ ଟୁଇଟରକୁ ଚେତାବନୀ ଦେବାକୁ ଅବସରପ୍ରାପ୍ତ ଯବାନମାନେ ଦାବି କରିଛନ୍ତି। ସୋସିଆଲ୍‌ ମିଡ଼ିଆରେ କରାଯାଉଥିବା ଏଭଳି ଭ୍ରମାତ୍ମକ ପ୍ରଚାର ପଛରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା ନେଇ ଅବସରପ୍ରାପ୍ତ ଜେନେରାଲ ଏସ୍‌.ଏ.ହସନୈନ୍‌ ନିଜ ବ୍ଲଗ୍‌ରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri