Posted inଖେଳ

ମିଛ ଖେଲୋ ଇଣ୍ଡିଆ ବିଜ୍ଞାପନ: ସାଇର ତଦନ୍ତ ଦାବି

ନୁଆଦିଲ୍ଲୀ,୫।୧୧(ପି.ଟି.): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ଏକ ମିଛ ବିଜ୍ଞାପନ ଜରିଆରେ ଆଥଲେଟମାନଙ୍କୁ ଧୋକା ଦିଆଯିବା ପରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏ ନେଇ ସାଇ ମାମଲା ରୁଜୁ କରିଛି ଓ ଯଥାଶୀଘ୍ର ତଦନ୍ତ କରିବାକୁ ଦାବି କରିଛି।
ଆସନ୍ତାବର୍ଷ ହରିୟାଣାର ପଞ୍ଚକୁଲାରେ ଖେଲୋ ଇଣ୍ଡିଆ ଗେମ୍ସ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ବିଭିନ୍ନ ସୋସିଆଲ ମିଡିଆରେ ଏ ନେଇ ଏକ ମିଛ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ଏହି ଇଭେଣ୍ଟରେ ଭାଗ ନେବାକୁ ଇଚ୍ଛୁକ ଥିବା ଆଥଲେଟମାନେ ଆବେଦନ କରିବାକୁ ଏହି ବିଜ୍ଞାପନରେ ଦର୍ଶାଯାଇଥିଲା। ତୃଣମୂଳସ୍ତରରେ ବହୁ ସଂଖ୍ୟାରେ ଆଥଲେଟ ଏଥିରେ ପ୍ରଭାବିତ ହୋଇଥିଲେ। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଓ ଗେମ୍ସ କ୍ୟାମ୍ପରେ ସାମିଲ ହେବା ପାଇଁ ଆଥଲେଟମାନଙ୍କୁ ୬,୦୦୦ ଟଙ୍କା ଡିପୋଜିଟ୍‌ କରିବାକୁ କୁହାଯାଇଥିଲା। ଏହି ବିଜ୍ଞାପନରେ କେନ୍ଦ୍ର କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରଣାଳୟର ଲୋଗୋ ବ୍ୟବହାର କରାଯାଇଥିଲା। ବହୁ ଆଥଲେଟ୍‌ ଏ ନେଇ ଦ୍ୱନ୍ଦ୍ୱରେ ରହିଥିଲେ। ଆଥଲେଟମାନେ ଏହାକୁ ସରକାରଙ୍କ ବିଜ୍ଞାପନ ବୋଲି ଧରି ନେଇଥିଲେ। ଫଳରେ ବହୁ ଆଥଲେଟ ଠକାମିର ଶିକାର ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି।
ଇତିମଧ୍ୟରେ ସାଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବ୍ୟାଙ୍କ ଡିଟେଲ୍ସ ସମ୍ପର୍କରେ ଜାଣିବାକୁ ପାଇଛି ଓ ଯଥାଶୀଘ୍ର ଏ ନେଇ ତଦନ୍ତ କରିବାକୁ ଦାବି କରିଛି। ବିଜ୍ଞପନରେ ଏକ ଫୋନ୍‌ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ବ୍ୟକ୍ତିଜଣକ ଆଗ୍ରାରେ ରହୁଛନ୍ତି ବୋଲି ସାଇ ତରଫରୁ କୁହାଯାଇଛି। ଉତ୍ତରପ୍ରଦେଶ ପୋଲିସ ନିକଟରେ ସାଇ ମାମଲା ରୁଜୁ କରିଛି। ଆସନ୍ତାବର୍ଷ ଖେଲୋ ଇଣ୍ଡିଆ ଗେମ୍ସର ଚତୁର୍ଥ ସଂସ୍କରଣ ଆୟୋଜନ ହେବ।
ଖେଲୋ ଇଣ୍ଡିଆ ସରକାରଙ୍କର ଏକ ସ୍କିମ୍‌ ଓ ଆଥଲେଟମାନଙ୍କୁ ଏଥିରେ ସାମିଲ ହେବା ପାଇଁ କୌଣସି ଅର୍ଥ ଦେବାକୁ ହୋଇ ନ ଥାଏ ବୋଲି ସାଇ ତରଫରୁ ସ୍ପଷ୍ଟ କରାଯାଇଛି। ତେବେ ଏହି ଇଭେଣ୍ଟରେ ସାମିଲ ହେବା ପାଇଁ ଆଥଲେଟମାନଙ୍କୁ ସ୍କୁଲ୍‌ ଗେମ୍ସ, ୟୁନିଭର୍ସିଟି ଗେମ୍ସରେ ଭଲ ପ୍ରଦର୍ଶନ କରି ଯୋଗ୍ୟତା ହାସଲ କରିବାକୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri