ଧରିତ୍ରୀ ପ୍ରଭାବ : ୫ ମିନିଟ୍ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ଟି ମିଲକୁ ଧାନଯିବା ଘଟଣା, ୨ କର୍ମଚାରୀ ନିଲମ୍ବିତ

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ କିଣାବିକାରେ ପଲ୍ସ ଏଣ୍ଟ୍ରି ନୂଆ ନୁହେଁ, ଏଭଳି ଫଲ୍ସ ଏଣ୍ଟ୍ରିର ପ୍ରମାଣ ଗତ ମଙ୍ଗଳବାର ଧରିତ୍ରୀକୁ ମିଳିଥିଲା । ବୁଧବାର ଧରିତ୍ରୀରେ ସଚିତ୍ର(ଯୋଗାଣ ବିଭାଗ ପକ୍ଷରୁ ଇସ୍ୟୁ ହୋଇଥିବା ଟ୍ରାନଜିଟ୍‌ ପାସ୍‌ କମ୍‌ ଏକସେପଟେନ୍ସ ନୋଟ୍‌ କପି) ଖବର ପ୍ରକାଶ ପାଇବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି । ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ମଧ୍ୟ ଘଟଣାକୁ ଗୁରୁତ୍ୱର ସହିତ ନେଇଥିଲେ ଏବଂ ଧରିତ୍ରୀରେ ଗୁରୁବାର ଖବର ପ୍ରକାଶ ପାଇବା ଦିନ ହିଁ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଆଚାର୍ଯ୍ୟ ଏଥିପାଇଁ ବରଗଡ଼ ସଦର ଏବଂ ପଦ୍ମପୁର ସହକାରୀ ଯୋଗାଣ ଅଧିକାରୀ(ଏସିଏସ୍‌ଓ)ଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରିଥିଲେ । ସମ୍ପୃକ୍ତ ଟିମ୍‌ ଇତିମଧ୍ୟରେ ତଦନ୍ତ ସାରିଥିବାବେଳେ ତଦନ୍ତ ରିପୋର୍ଟ ମଧ୍ୟ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କୁ ଦେଇଥିଲେ ଏବଂ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ସେହି ତଦନ୍ତ ରିପୋର୍ଟକୁ ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ସେହି ରିପୋର୍ଟର ତର୍ଜମା କରି ୨ବିଭାଗୀୟ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉଭୟ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ସମ୍ପୃକ୍ତ କର୍ମଚାରୀମାନେ ହେଲେ ପଦ୍ମପୁର ଆରଏମସି ଅଧିନ ବିଜେପୁର ବ୍ଳକ ବଡ ବାଉଁଶେନ ପ୍ରାଥମିକ କୃଷି ସମବାୟ ସମିତି ଅଧିନ ଖରମୁଣ୍ଡା ଧାନକ୍ରୟ କେନ୍ଦ୍ର (ମଣ୍ଡି)ର ଇନଚାର୍ଜ ମୀନକେତନ ସାହୁ ଏବଂ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ରଞ୍ଜନ କୁମାର ସାହୁ । ସେହିପରି ଏଭଳି ଅନିୟମିତତାରେ କେବଳ ୨ତଳିଆ କର୍ମଚାରୀଙ୍କୁ ନିଳମ୍ବିତ କରିଆବଡବଡିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହେଟମେୟର, ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ: ଜିମ୍ବାଓ୍ବେ ଆଗରେ ୨୫୫ ରନ୍‌ର ବିଶାଳ ଟାର୍ଗେଟ୍‌

ମୁମ୍ବାଇ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ…

ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ଶୁଭ୍ରାଙ୍କ ପଦ ରଦ୍ଦ ମାମଲାରେ କାଉନସିଲରଙ୍କ ବିଜୟ: ଶ୍ରମିତା

ରାୟଗଡ଼ା,୨୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ହୋଇ ବାଲଟ ବାକ୍ସରେ କଏଦ…

ଆମ୍ବୁଲାନ୍ସ ନେଲା ଆରଏମ୍‌ସି କର୍ମଚାରୀଙ୍କ ଜୀବନ

ବିଷମକଟକ/ଗୁଣପୁର ୨୩।୨(ପ୍ରସନ୍ନ କୁମାର ପଣ୍ଡା/ ସଂକେତ ପାତ୍ର): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁମାର ଢାମୁଣୀ ନିକଟରେ ସୋମବାର ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ଆରଏମ୍‌ସି କର୍ମଚାରୀଙ୍କ…

ନର୍ଦ୍ଦମା ପାଲଟିଛି ଓଡ୍ରି ସାପ୍ତାହିକ ବଜାର: ପିଣ୍ଡି ଥାଇ ବି କାଦୁଅରେ ବ୍ୟବସାୟ

ଥୁଆମୂଳରାମପୁର, ୨୩।୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡ୍ରି ଗ୍ରାମପଞ୍ଚାୟତ ସଦର ମହକୁମାରେ ପ୍ରତି ଶୁକ୍ରବାର ବସୁଥିବା ସାପ୍ତାହିକ ବଜାର ଏବେ…

ଜଙ୍ଗଲ ସୁରକ୍ଷା ହିଁ ଜୀବନ ରକ୍ଷା: ବନାଗ୍ନି ରୋକିବା ପାଇଁ ବନ ବିଭାଗ ଓ ଅଗ୍ନିଶମ ବାହିନୀର ମିଳିତ ଅଭିଯାନ

ଥୁଆମୂଳ ରାମପୁର,୨୩।୨ (ଦୁର୍ଗା କୀର୍ତ୍ତି): ଜଙ୍ଗଲ ହେଉଛି ପ୍ରକୃତିର ଅମୂଲ୍ୟ ବରଦାନ ଏବଂ ଏହାର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ବିଶେଷକରି ଶୁଷ୍କ ଋତୁରେ ବନାଗ୍ନି…

ଟ୍ରେନ୍‌ ଧକ୍କାରେ ସଂସ୍କୃତ ଶିକ୍ଷକଙ୍କ ମୃତ୍ୟୁ, ବଢ଼ିଲା ଆତ୍ମହତ୍ୟା ସନ୍ଦେହ

ରାୟଗଡ଼ା,୨୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସଦର ବ୍ଲକ୍‌ ଜେମାଦେଈପେଣ୍ଠସ୍ଥିତ କଳିଙ୍ଗା ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ପଞ୍ଚାନନ ଚୌଧୁରୀ(୫୫)ଙ୍କ ସୋମବାର ଏକ ମାଲବାହୀ ଟ୍ରେନ୍‌ ଧକ୍କାରେ…

ସ୍କୁଟି ଉପରକୁ ଚଢ଼ି ଗଲା କାର୍‌

ବଲାଙ୍ଗୀର,୨୩।୨(ସୁନିଲ କୁମାର ମହାନ୍ତି ):ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ଗେଟ ସମ୍ମୁଖରେ  ରାସ୍ତା କଡରେ ଥିବା ଏକ ମଟର ସାଇକେଲ ଗ୍ୟାରେଜ ଦୋକାନ ଭିତରକୁ ଜଣେ କାର…

ଛାତ୍ରୀ ଗଣବଳାତ୍କାର ମାମଲାର ନୂଆ ମୋଡ଼: ସ୍କୁଲରେ ଯାଞ୍ଚ କଲେ ୩ ଜଣିଆ ଟିମ୍‌

ରାଜକନିକା,୨୩ା୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳର ଏକ ସ୍କୁଲର ଜଣେ ୧୩ ବର୍ଷିଆ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା ଦିନକୁ ଦିନ ନୂଆ ମୋଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri