କାମ କରୁଥିବା ବେଳେ ପଡ଼ିଲେ ତଳେ: ଅଂଶୁଘାତରେ  ମୃତ୍ୟୁ ସନ୍ଦେହ

ସମ୍ବଲପୁର,୧୮।୪(ପ୍ରମୋଦ ବହିଦାର): ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ସନ୍ଦେହ କରାଯାଉଛି। ମୃତକ ଜଣକ ହେଉଛନ୍ତି ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଝାଁକରପାଲି (ରସିଆପାଲି) ଅଞ୍ଚଳର ଜଣେ ଶ୍ରମିକ ବିଶ୍ୱଜିତ ସାହୁ(୪୪)।
ସୂଚନା ଅନୁସାରେ, ଶନିବାର ସକାଳ ପ୍ରାୟ ୯ଟା ରୁ ୧୦ଟା ମଧ୍ୟରେ ବିଶ୍ୱଜିତ କଙ୍କ୍ରିଟ କାମ କରୁଥିବା ସମୟରେ ହଠାତ ଅସୁସ୍ଥ ହୋଇ ତଳେ ପଡ଼ି ଯାଇଥିଲେ। ସେ ସେଠାରେ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଘରକୁ ନିଆଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତଦନ୍ତ ତାଙ୍କୁ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରବଳ ଖରା ଯୋଗୁ ଅଂଶୁଘାତରୁ ତାଙ୍କର ମୃତତ୍ୟୁ ଘଟିଛି ବୋଲି ସନ୍ଦେହ କରାଯାଉଛି। ତେବେ ଏହା ଏକ ଅଂଶୁଘାତ ଜନିତ ମୃତ୍ୟୁ  କି ନୁହେଁ, ସେ ନେଇ ଡାକ୍ତରୀ ରିପୋର୍ଟ ଓ ମୃତଦେହ ବ୍ୟବଚ୍ଛେଦ ପରେ ହିଁ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ଡାକ୍ତରଖାନା ପକ୍ଷରୁ ଏ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଛି।
Dharitri – Odisha’s No.1 Odia Daily