Categories: ବାଣିଜ୍ୟ

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର,୨୬।୮: କ୍ରମାଗତ ୨ୟ ଦିନ ଲାଗି ଭାରତୀୟ ଶେୟାର ବଜାରର କାରବାରରେ ହ୍ରାସ ଘଟିଛି। ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଶୁକ୍ରବାର ଷ୍ଟକ୍‌ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ସେନ୍‌ସେକ୍ସ ୩୬୬ (୩୬୫.୮୩) ପଏଣ୍ଟ କମି ୬୪,୮୮୬ (୬୪,୮୮୬.୫୧) ଅଙ୍କରେ କାରବାର ବନ୍ଦ କରିଥିଲା। ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୧୨୧(୧୨୦.୯୦) ପଏଣ୍ଟ ହ୍ରାସ ଘଟି ୧୯,୨୬୬(୧୯,୨୬୫.୮୦) ଅଙ୍କରେ କାରବାର ବନ୍ଦ ହୋଇଥିଲା। ଗତ କିଛିଦିନ ହେବ ଭାରତୀୟ ଶେୟାର ବଜାର କାରବାରରେ ଅସ୍ଥିରତା ଦେଖାଦେବା ସହିତ ଆଶା ଓ ଆଶଙ୍କାରେ କାରବାର ବନ୍ଦ ହେଉଛୁ।

Share