ଖସିଲା ପାଇକାରୀ ମୁଦ୍ରାସ୍ଫୀତି ହାର

ନୂଆଦିଲ୍ଲୀ,୧୫।୧୦: ହୋଲ୍‌ସେଲ ପ୍ରାଇସ ଇଣ୍ଡେକ୍ସ (ଡବ୍ଲ୍ୟୁପିଇ) ଆଧାରିତ ମୁଦ୍ରାସ୍ଫୀତି ଚଳିତ ବର୍ଷ ସେପ୍ଟେମ୍ବରରେ ୧୦.୭୦% କୁ ହ୍ରାସ ପାଇଛି। ଏପରିକି ଚଳିତ ବର୍ଷ ଅଗଷ୍ଟ ମାସରେ ପାଇକାରୀ ଆଧାରିତ ମୁଦ୍ରାସ୍ଫୀତି ୧୨.୪୧%ରେ ପହଞ୍ଚତ୍ଛି ବୋଲି ଶୁକ୍ରବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ବିଶେଷକରି ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ମୁଖ୍ୟତଃ ଖଣିଜ ତୈଳ, ଖାଦ୍ୟ ପଦାର୍ଥ, ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌, ରାସାୟନିକ ପଦାର୍ଥ ଏବଂ ରାସାୟନିକ ଦ୍ରବ୍ୟ, ମୌଳିକ ଧାତୁ, ବିଦ୍ୟୁତ୍‌, ବସ୍ତ୍ର ଇତ୍ୟାଦି ମୂଲ୍ୟ ବୃଦ୍ଧିରେ ବେଶ୍‌ ସହାୟକ ହୋଇଛି ବୋଲି ସରକାର ମତବ୍ୟକ୍ତ କରିଛନ୍ତି। ସେହିଭଳି ହାଇ ସ୍ପିଡ୍‌ ଡିଜେଲ (ଏଚ୍‌ଏସ୍‌ଡି) ରେ ସର୍ବାଧିକ ମୁଦ୍ରାସ୍ଫୀତି ୬୫.୯୬% ରହିଥିବା ସରକାରୀ ତଥ୍ୟରେ ଉଲ୍ଲେଖ କରାଯାଇଛି। ସେହିପରି ଆଳୁ ମୂଲ୍ୟରେ ୪୯.୭୯% ବୃଦ୍ଧି ଏବଂ ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ରେ ୪୪.୭୨% ବୃଦ୍ଧି ଘଟିଛି। ସେହିଭଳି ଦୀର୍ଘ ସମୟ ପରେ ମୂଲ୍ୟ ବୃଦ୍ଧିରୁ ନିସ୍ତାର ମିଳିବ ବୋଲି ଆଶା କରାଯାଉଛି। କାରଣ ଖୁଚୁରା ମୁଦ୍ରାସ୍ଫୀତି ୫ ମାସର ଶୀର୍ଷରେ ପହଞ୍ଚିଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ଘଟିଛି। ଏପରିକି ୨୦୨୨ ଜୁନ୍‌ରେ ୧୫%କୁ ପାର କରିଥିବା ପାଇକାରୀ ମୁଦ୍ରାସ୍ଫୀତି ବର୍ତ୍ତମାନ ହ୍ରାସ ପାଇଚାଲିଛି। ସେହିପରି ଅଗଷ୍ଟରେ ୧୨.୪୧% ରୁ ହ୍ରାସ ହୋଇ ବର୍ତ୍ତମାନ ୧୦.୭୦%କୁ ପହଞ୍ଚତ୍ୟାଇଛି। ତେବେ ପାଇକାରୀ ମୁଦ୍ରାସ୍ଫୀତି ଲଗାତର ୧୮ ମାସ ହେଲା ୧୦%ରୁ ଊର୍ଦ୍ଧ୍ୱରେ ରହିଛି। ଏହା ପୂର୍ବରୁ ଅଗଷ୍ଟରେ ଡବ୍ଲ୍ୟୁପିଆଇ ୧୧ମାସର ନିମ୍ନସ୍ତରକୁ ଚାଲି ଆସିଥିଲା। ହେଲେ ବର୍ତ୍ତମାନ ଆହୁରି ହ୍ରାସ ହୋଇ ୧୮ ମାସର ସର୍ବନିମ୍ନସ୍ତରକୁ ପହଞ୍ଚତ୍ଛି। ଗତ ମେ ମାସରେ ଡବ୍ଲ୍ୟୁପିଆଇ ୧୫.୮୮% ରେ ରେକର୍ଡ ସ୍ତରରେ ପହଞ୍ଚିଥିଲା। ତେବେ ସେପ୍ଟେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୯.୯୩%ରୁ ହ୍ରାସ ହୋଇ ୮.୦୮% ଓ ଖାଦ୍ୟ ତୈଳ ପାଇକାରୀ ମୁଦ୍ରାସ୍ଫୀତି ବିଯୁକ୍ତ ୦.୭୪% ହ୍ରାସ ହୋଇ ବିଯୁକ୍ତ ୭.୩୨%କୁ ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri