ଖସିଲା ପାଇକାରୀ ମୁଦ୍ରାସ୍ଫୀତି ହାର

ନୂଆଦିଲ୍ଲୀ,୧୫।୧୦: ହୋଲ୍‌ସେଲ ପ୍ରାଇସ ଇଣ୍ଡେକ୍ସ (ଡବ୍ଲ୍ୟୁପିଇ) ଆଧାରିତ ମୁଦ୍ରାସ୍ଫୀତି ଚଳିତ ବର୍ଷ ସେପ୍ଟେମ୍ବରରେ ୧୦.୭୦% କୁ ହ୍ରାସ ପାଇଛି। ଏପରିକି ଚଳିତ ବର୍ଷ ଅଗଷ୍ଟ ମାସରେ ପାଇକାରୀ ଆଧାରିତ ମୁଦ୍ରାସ୍ଫୀତି ୧୨.୪୧%ରେ ପହଞ୍ଚତ୍ଛି ବୋଲି ଶୁକ୍ରବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ବିଶେଷକରି ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ମୁଖ୍ୟତଃ ଖଣିଜ ତୈଳ, ଖାଦ୍ୟ ପଦାର୍ଥ, ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌, ରାସାୟନିକ ପଦାର୍ଥ ଏବଂ ରାସାୟନିକ ଦ୍ରବ୍ୟ, ମୌଳିକ ଧାତୁ, ବିଦ୍ୟୁତ୍‌, ବସ୍ତ୍ର ଇତ୍ୟାଦି ମୂଲ୍ୟ ବୃଦ୍ଧିରେ ବେଶ୍‌ ସହାୟକ ହୋଇଛି ବୋଲି ସରକାର ମତବ୍ୟକ୍ତ କରିଛନ୍ତି। ସେହିଭଳି ହାଇ ସ୍ପିଡ୍‌ ଡିଜେଲ (ଏଚ୍‌ଏସ୍‌ଡି) ରେ ସର୍ବାଧିକ ମୁଦ୍ରାସ୍ଫୀତି ୬୫.୯୬% ରହିଥିବା ସରକାରୀ ତଥ୍ୟରେ ଉଲ୍ଲେଖ କରାଯାଇଛି। ସେହିପରି ଆଳୁ ମୂଲ୍ୟରେ ୪୯.୭୯% ବୃଦ୍ଧି ଏବଂ ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ରେ ୪୪.୭୨% ବୃଦ୍ଧି ଘଟିଛି। ସେହିଭଳି ଦୀର୍ଘ ସମୟ ପରେ ମୂଲ୍ୟ ବୃଦ୍ଧିରୁ ନିସ୍ତାର ମିଳିବ ବୋଲି ଆଶା କରାଯାଉଛି। କାରଣ ଖୁଚୁରା ମୁଦ୍ରାସ୍ଫୀତି ୫ ମାସର ଶୀର୍ଷରେ ପହଞ୍ଚିଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ଘଟିଛି। ଏପରିକି ୨୦୨୨ ଜୁନ୍‌ରେ ୧୫%କୁ ପାର କରିଥିବା ପାଇକାରୀ ମୁଦ୍ରାସ୍ଫୀତି ବର୍ତ୍ତମାନ ହ୍ରାସ ପାଇଚାଲିଛି। ସେହିପରି ଅଗଷ୍ଟରେ ୧୨.୪୧% ରୁ ହ୍ରାସ ହୋଇ ବର୍ତ୍ତମାନ ୧୦.୭୦%କୁ ପହଞ୍ଚତ୍ୟାଇଛି। ତେବେ ପାଇକାରୀ ମୁଦ୍ରାସ୍ଫୀତି ଲଗାତର ୧୮ ମାସ ହେଲା ୧୦%ରୁ ଊର୍ଦ୍ଧ୍ୱରେ ରହିଛି। ଏହା ପୂର୍ବରୁ ଅଗଷ୍ଟରେ ଡବ୍ଲ୍ୟୁପିଆଇ ୧୧ମାସର ନିମ୍ନସ୍ତରକୁ ଚାଲି ଆସିଥିଲା। ହେଲେ ବର୍ତ୍ତମାନ ଆହୁରି ହ୍ରାସ ହୋଇ ୧୮ ମାସର ସର୍ବନିମ୍ନସ୍ତରକୁ ପହଞ୍ଚତ୍ଛି। ଗତ ମେ ମାସରେ ଡବ୍ଲ୍ୟୁପିଆଇ ୧୫.୮୮% ରେ ରେକର୍ଡ ସ୍ତରରେ ପହଞ୍ଚିଥିଲା। ତେବେ ସେପ୍ଟେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୯.୯୩%ରୁ ହ୍ରାସ ହୋଇ ୮.୦୮% ଓ ଖାଦ୍ୟ ତୈଳ ପାଇକାରୀ ମୁଦ୍ରାସ୍ଫୀତି ବିଯୁକ୍ତ ୦.୭୪% ହ୍ରାସ ହୋଇ ବିଯୁକ୍ତ ୭.୩୨%କୁ ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri