Posted inଖେଳ

ସନ୍ନ୍ୟାସ ନେବେ ପାକିସ୍ତାନର ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍‌, ଚାମ୍ପିଅନ୍ସ ଟ୍ରଫି ପରାଜୟକୁ ନେଇ PCBରେ ହଙ୍ଗାମା

ଇସଲାମାବାଦ,୨୬।୨: ଘରୋଇ ମଇଦାନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଲଜ୍ଜାଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ ଦଳରେ ଅଶାନ୍ତି ଆରମ୍ଭ ହୋଇଛି। ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତଠାରୁ ପରାଜୟ ପରେ ଏବେ ପାକିସ୍ତାନ କ୍ରିକେଟ ଦଳର ଜଣେ ବଡ଼ ଖେଳାଳି ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମରୁ ଆସୁଥିବା ରିପୋର୍ଟ ଅନୁସାରେ, ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଏବଂ ଚାମ୍ପିଅନ୍ସ ଟ୍ରଫି ୨୦୧୭ ଫାଇନାଲ ହିରୋ ଫଖର ଜମାନ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବାମହାତୀ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଖୁବ୍‌ଶୀଘ୍ର ଏହାକୁ ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିବେ।

୨୯ ବର୍ଷ ପରେ ପ୍ରଥମ ଥର ପାଇଁ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରୁଥିବା ପାକିସ୍ତାନକୁ ଦୃଢ଼ ପ୍ରଦର୍ଶନ ଆଶା କରାଯାଉଥିଲା, କିନ୍ତୁ ମହମ୍ମଦ ରିଜୱାନଙ୍କ ନେତୃତ୍ୱାଧୀନ ଦଳ ପ୍ରଶଂସକମାନଙ୍କୁ ବହୁତ ନିରାଶ କରିଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ବିପକ୍ଷରେ ପରାଜୟ ସହିତ ଦଳ ପ୍ରଥମ ରାଉଣ୍ଡରୁ ବାଦ ପଡ଼ିଛି। ସେବେଠାରୁ ସମସ୍ତେ ଦଳର ଖେଳାଳିଙ୍କୁ ଟ୍ରୋଲ୍‌ କରୁଛନ୍ତି। ପୂର୍ବତନ କ୍ରିକେଟର ଏବଂ ଗଣମାଧ୍ୟମ ବ୍ୟତୀତ ପ୍ରଶଂସକମାନେ ମଧ୍ୟ ଦଳରେ ପରିବର୍ତ୍ତନ ଦାବି କରୁଛନ୍ତି।

ପ୍ରଶଂସକଙ୍କ ଦାବି ମଧ୍ୟରେ ପାକିସ୍ତାନର କିମ୍ବଦନ୍ତୀ ଓପନର ଫଖର ଜମାନ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ସାମା ଟିଭିର ରିପୋର୍ଟ ଅନୁଯାୟୀ, ୩୪ ବର୍ଷୀୟ ଫଖର ଜମାନ ଏ ବିଷୟରେ ତାଙ୍କର ନିକଟତମ ଲୋକଙ୍କ ସହ କଥା ହୋଇଛନ୍ତି ଏବଂ ସେମାନଙ୍କୁ କହିଛନ୍ତି ଯେ ସେ ଅବସର ନେବାକୁ ଯାଉଛନ୍ତି। ଖବ୍‌ଶୀଘ୍ର ସେ ଏହାକୁ ଆନୁଷ୍ଠାନିକ ଭାବରେ ଘୋଷଣା ମଧ୍ୟ କରିବେ। କେବଳ ଏତିକି ନୁହେଁ, ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଫଖର ଖୁବ ଶୀଘ୍ର ପାକିସ୍ତାନ ଛାଡି ତାଙ୍କ ପରିବାର ସହିତ ଅନ୍ୟ ଦେଶରେ ରହିବାକୁ ଯୋଜନା କରୁଛନ୍ତି। ଚାମ୍ପିଅନ୍ସ ଟ୍ରଫି ପରାଜୟ ପରେ ପାକିସ୍ତାନୀ ଦଳର ଏହା ବିପର୍ଯ୍ୟୟ ସାବ୍ୟସ୍ତ ହେବ।

ଫଖରଙ୍କ ODI କ୍ୟାରିଅର ମଧ୍ୟ ୨୦୧୭ ଚାମ୍ପିଅନ୍ସ ଟ୍ରଫି ସହିତ ଆରମ୍ଭ ହୋଇଥିଲା। ଏହି ଟୁର୍ନାମେଣ୍ଟର ଫାଇନାଲରେ ସେ ଭାରତ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରି ତାଙ୍କ ଦଳକୁ ଚାମ୍ପିଅନ କରିଥିଲେ। ଏବେ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ବିଦାୟ ନେବା ସହିତ ତାଙ୍କ କ୍ୟାରିଅରର ଅନ୍ତ ହେବାକୁ ଯାଉଛି। ଫଖର ୮୬ଟି ଦିନିକିଆ ମ୍ୟାଚ୍‌ରେ ୪୬ ହାରରେ ୩୬୫୧ ରନ କରିଛନ୍ତି, ଯେଉଁଥିରେ ୧୧ ଶତକ ଏବଂ ୧୭ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ସେ ପାକିସ୍ତାନ ପାଇଁ ODIରେ ଦ୍ୱିଶତକ ହାସଲ କରିଥିବା ଏକମାତ୍ର ବ୍ୟାଟସମ୍ୟାନ।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri