Posted inଖେଳ

ସନ୍ନ୍ୟାସ ନେବେ ପାକିସ୍ତାନର ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍‌, ଚାମ୍ପିଅନ୍ସ ଟ୍ରଫି ପରାଜୟକୁ ନେଇ PCBରେ ହଙ୍ଗାମା

ଇସଲାମାବାଦ,୨୬।୨: ଘରୋଇ ମଇଦାନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଲଜ୍ଜାଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ ଦଳରେ ଅଶାନ୍ତି ଆରମ୍ଭ ହୋଇଛି। ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତଠାରୁ ପରାଜୟ ପରେ ଏବେ ପାକିସ୍ତାନ କ୍ରିକେଟ ଦଳର ଜଣେ ବଡ଼ ଖେଳାଳି ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମରୁ ଆସୁଥିବା ରିପୋର୍ଟ ଅନୁସାରେ, ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଏବଂ ଚାମ୍ପିଅନ୍ସ ଟ୍ରଫି ୨୦୧୭ ଫାଇନାଲ ହିରୋ ଫଖର ଜମାନ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବାମହାତୀ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଖୁବ୍‌ଶୀଘ୍ର ଏହାକୁ ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିବେ।

୨୯ ବର୍ଷ ପରେ ପ୍ରଥମ ଥର ପାଇଁ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରୁଥିବା ପାକିସ୍ତାନକୁ ଦୃଢ଼ ପ୍ରଦର୍ଶନ ଆଶା କରାଯାଉଥିଲା, କିନ୍ତୁ ମହମ୍ମଦ ରିଜୱାନଙ୍କ ନେତୃତ୍ୱାଧୀନ ଦଳ ପ୍ରଶଂସକମାନଙ୍କୁ ବହୁତ ନିରାଶ କରିଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ବିପକ୍ଷରେ ପରାଜୟ ସହିତ ଦଳ ପ୍ରଥମ ରାଉଣ୍ଡରୁ ବାଦ ପଡ଼ିଛି। ସେବେଠାରୁ ସମସ୍ତେ ଦଳର ଖେଳାଳିଙ୍କୁ ଟ୍ରୋଲ୍‌ କରୁଛନ୍ତି। ପୂର୍ବତନ କ୍ରିକେଟର ଏବଂ ଗଣମାଧ୍ୟମ ବ୍ୟତୀତ ପ୍ରଶଂସକମାନେ ମଧ୍ୟ ଦଳରେ ପରିବର୍ତ୍ତନ ଦାବି କରୁଛନ୍ତି।

ପ୍ରଶଂସକଙ୍କ ଦାବି ମଧ୍ୟରେ ପାକିସ୍ତାନର କିମ୍ବଦନ୍ତୀ ଓପନର ଫଖର ଜମାନ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ସାମା ଟିଭିର ରିପୋର୍ଟ ଅନୁଯାୟୀ, ୩୪ ବର୍ଷୀୟ ଫଖର ଜମାନ ଏ ବିଷୟରେ ତାଙ୍କର ନିକଟତମ ଲୋକଙ୍କ ସହ କଥା ହୋଇଛନ୍ତି ଏବଂ ସେମାନଙ୍କୁ କହିଛନ୍ତି ଯେ ସେ ଅବସର ନେବାକୁ ଯାଉଛନ୍ତି। ଖବ୍‌ଶୀଘ୍ର ସେ ଏହାକୁ ଆନୁଷ୍ଠାନିକ ଭାବରେ ଘୋଷଣା ମଧ୍ୟ କରିବେ। କେବଳ ଏତିକି ନୁହେଁ, ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଫଖର ଖୁବ ଶୀଘ୍ର ପାକିସ୍ତାନ ଛାଡି ତାଙ୍କ ପରିବାର ସହିତ ଅନ୍ୟ ଦେଶରେ ରହିବାକୁ ଯୋଜନା କରୁଛନ୍ତି। ଚାମ୍ପିଅନ୍ସ ଟ୍ରଫି ପରାଜୟ ପରେ ପାକିସ୍ତାନୀ ଦଳର ଏହା ବିପର୍ଯ୍ୟୟ ସାବ୍ୟସ୍ତ ହେବ।

ଫଖରଙ୍କ ODI କ୍ୟାରିଅର ମଧ୍ୟ ୨୦୧୭ ଚାମ୍ପିଅନ୍ସ ଟ୍ରଫି ସହିତ ଆରମ୍ଭ ହୋଇଥିଲା। ଏହି ଟୁର୍ନାମେଣ୍ଟର ଫାଇନାଲରେ ସେ ଭାରତ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରି ତାଙ୍କ ଦଳକୁ ଚାମ୍ପିଅନ କରିଥିଲେ। ଏବେ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ବିଦାୟ ନେବା ସହିତ ତାଙ୍କ କ୍ୟାରିଅରର ଅନ୍ତ ହେବାକୁ ଯାଉଛି। ଫଖର ୮୬ଟି ଦିନିକିଆ ମ୍ୟାଚ୍‌ରେ ୪୬ ହାରରେ ୩୬୫୧ ରନ କରିଛନ୍ତି, ଯେଉଁଥିରେ ୧୧ ଶତକ ଏବଂ ୧୭ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ସେ ପାକିସ୍ତାନ ପାଇଁ ODIରେ ଦ୍ୱିଶତକ ହାସଲ କରିଥିବା ଏକମାତ୍ର ବ୍ୟାଟସମ୍ୟାନ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?