ନକଲି ଜେଡ୍‌ ବ୍ଲାକ ସାମଗ୍ରୀ ବିକ୍ରେତାଙ୍କ ପର୍ଦ୍ଦାଫାଶ

ଭୁବନେଶ୍ୱର, ୩।୧୦: ମଧ୍ୟପ୍ରଦେଶର ଅଗ୍ରଣୀ ଧୂପକାଠି ନିର୍ମାତା ତଥା ମହୀଶୂର ଦୀପ୍‌ ପର୍‌ଫ୍ୟୁମେରୀ ହାଉସ୍‌ (ଏମ୍‌ଡିପିଏଚ୍‌)ର ଅଗ୍ରଣୀ ବ୍ରାଣ୍ଡ୍‌ ଜେଡ୍‌ ବ୍ଲାକ ନାମରେ ନକଲି ସାମଗ୍ରୀ କୋଲ୍‌କାତାଠାରେ ବିକ୍ରି କରାଯାଉଥିଲା। ଏପରିକି ଜେଡ୍‌ ବ୍ଲାକ ନାମରେ ବହୁ ଅଭିଯୋଗ ଆସିଲା ପରେ କମ୍ପାନୀ ପକ୍ଷରୁ ବ୍ରାଣ୍ଡ୍‌ର ନକଲ କରୁଥିବା ଏବଂ ନକଲି ସାମଗ୍ରୀ ବିକ୍ରିରେ ନିୟୋଜିତ ଥିବା କୋଲକାତାର ବିଭିନ୍ନ ଗୋଦାମରେ ସଫଳତାପୂର୍ବକ ଚଢ଼ାଉ ସହ ପର୍ଦ୍ଦାଫାଶ କରାଯାଇଛି। ବିଶେଷକରି ପାର୍ବଣ ପୂର୍ବରୁ କମ୍ପାନୀ ପକ୍ଷରୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ସହ ପଶ୍ଚିମବଙ୍ଗର ଆସାନ୍‌ସୋଲ ଦୁର୍ଗାପୁର କମିଶନରେଟ୍‌ ପୋଲିସରେ ଅଭିଯୋଗ ସହ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ସେହିଭଳି ଏଫ୍‌ଆଇଆର୍‌ ପରେ ଆସାନସୋଲ ଉତ୍ତର କୁରେସି ମୋହଲ୍ଲାରେ ରହୁଥିବା ମହମ୍ମଦ ମୁକ୍‌ତାରଙ୍କ ଗୋଦାମରୁ ମହମ୍ମଦ ହିଲାଲ୍‌ ଓ ଶ୍ରୀନଗରର ମହମ୍ମଦ ଅସ୍‌ଲାମଙ୍କଠାରୁ ଜେଡ୍‌ ବ୍ଲାକ ନାମରେ ପ୍ରସ୍ତୁତ ବହୁ ନକଲି ସାମଗ୍ରୀଗୁଡିକୁ ପୋଲିସ ପକ୍ଷରୁ ଜବତ କରାଯାଇଛି। ଅପରପକ୍ଷରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ, ଓଡ଼ିଶା ଓ ଉତ୍ତରପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ କମ୍ପାନୀ ପକ୍ଷରୁ ନକଲି କାରବାରକୁ ରୋକିବା ପାଇଁ ଏକାଧିକ ଆପରାଧିକ ମାମଲା ରୁଜୁ କରାଯାଇଛି। ଏ ସମ୍ପର୍କରେ ଏମ୍‌ଡିପିଏଚ୍‌ର ନିର୍ଦ୍ଦେଶକ ଅଙ୍କିତ ଅଗ୍ରୱାଲ କହିଛନ୍ତି, ନକଲି ଉପତ୍ାଦଗୁଡିକର ବୃଦ୍ଧି ବ୍ରାଣ୍ଡ୍‌ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ସହ ଉପଭୋକ୍ତାଙ୍କ ସୁସ୍ଥତାକୁ ବିପଦରେ ପକାଇଥାଏ। ପାର୍ବଣ ଋତୁ ଆସୁଥିବାରୁ ଉପଭୋକ୍ତାଙ୍କୁ ସେମାନେ ଘରକୁ ଆଣୁଥିବା ଉପତ୍ାଦର ସତ୍ୟତା ଓ ଗୁଣବତ୍ତା ନିଶ୍ଚିତ କରିବା ଲାଗି ପ୍ରାଧିକୃତ ଓ ପ୍ରତିଷ୍ଠିତ ରିଟେଲରଙ୍କଠାରୁ ପୂଜା ସାମଗ୍ରୀ କ୍ରୟ କରିବା ପାଇଁ ପରାମର୍ଶ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri