କିନ୍ଦିରିଗୁଡ଼ା ନାଚୁରାଲ୍ସ କଫିକୁ ଶ୍ରେଷ୍ଠ ମାନ୍ୟତା

ଭୁବନେଶ୍ୱର,୩।୧୦: ଓଡ଼ିଶାର କିନ୍ଦିରିଗୁଡ଼ା ନାଚୁରାଲ୍ସ କଫି ଭାରତର ଶ୍ରେଷ୍ଠ ନାଚୁରାଲ୍ସ କଫି ଭାବେ ମାନତ୍ୟ ଲାଭ କରିଛି, ଏପରିକି ବେଙ୍ଗାଲୁରୁଠାରେ ଆୟୋଜିତ ୫ମ ବିଶ୍ୱ କଫି ସମ୍ମିଳନୀରେ କିନ୍ଦିରିଗୁଡ଼ା ନାଚୁରାଲ୍ସ କଫି ସମ୍ମାନିତ ହୋଇଛି। ଉଲ୍ଲେଖଯୋଗ୍ୟ, କିନ୍ଦିରିଗୁଡ଼ା ନାଚୁରାଲ୍ସ ହେଉଛି ଏକ କଫି ଏବଂ ଏହା ଭାରତର ସ୍ପେଶାଲିଟି କଫି ବ୍ରାଣ୍ଡ୍‌, ଯାହାକି ଓଡ଼ିଶାର କ୍ରୁତି କଫି ଦ୍ୱାରା ବିକଶିତ ହୋଇଛି। ଏହା ଭାରତର ଏକ ଦ୍ରୁତ ବିକଶିତ କଫି ବ୍ରାଣ୍ଡ୍‌ ବୋଲି ସୋମବାର ଏକ ଖବରଦାତା ସମ୍ମିଳନୀରେ କ୍ରୁତି କଫିର ସହ ପ୍ରତିଷ୍ଠାତା ଡ.କାମାକ୍ଷା ଦାସ ଏବଂ ବିଜ୍‌ନେସ ହେଡ୍‌ ତପନ ବରିଶାଲ୍‌ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ କଫି ପ୍ରକ୍ରିୟାକରଣ ପାଇଁ ନିୟୋଜିତ ବିଭିନ୍ନ ପଦ୍ଧତି ମଧ୍ୟରୁ ନାଚୁରାଲ୍ସ ହେଉଛି ସବୁଠାରୁ ଜଟିଳ ପ୍ରକ୍ରିୟା, ଯାହା ଉଦ୍ଭିଦ ପରିଚାଳନାଠାରୁ ଆରମ୍ଭକରି ଚେରି ତୋଳିବା, ଶଯ୍ୟାରେ ଶୁଖିବା ଏବଂ କଫି ମୂଲ୍ୟ ଧାର୍ଯ୍ୟ ପର୍ଯ୍ୟନ୍ତ ନଜର ରଖିଥାଏ। ଏପରିକି କ୍ରୁତି କଫି ଏକ ଦଶନ୍ଧି ମଧ୍ୟରେ ଭାରତର ସର୍ବୋଚ୍ଚ କଫି ଉପତ୍ାଦନକାରୀ ବ୍ରାଣ୍ଡ୍‌ ଭାବେ ପରିଚିତ ହୋଇଛି। ବିଶେଷକରି କଫି ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ସହ କଫି ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ସଫଳତା ହାସଲ କରିବା ପାଇଁ କ୍ରୁତି କଫି ବିଶ୍ୱସ୍ତରୀୟ କଫି ପରିଚାଳନା ପ୍ରଣାଳୀକୁ ନିୟୋଜିତ କରିଛି, ଉକ୍ତ ସଫଳତାକୁ ପାଳନ କରିବା ଏବଂ କିନ୍ଦିରିଗୁଡ଼ାର କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ରୁତି କଫି ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯିବା ସହ ସେମାନଙ୍କ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ ପରାମର୍ଶ କ୍ରମେ ଜୋର୍‌ ସୋରରେ ଚାଲିଛି ସଫେଇ ଅଭିଯାନ, ସାମିଲ ହେଲେ…

ଗଞ୍ଜାମ,୨୩।୬(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ଓ ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନଙ୍କ ପରାମର୍ଶ କ୍ରମେ ଜିଲାର ବିଭିନ୍ନ ସ୍ଥାନରେ ସଫେଇ ଅଭିଯାନ…

ବିଶ୍ୱକପ୍‌ରେ ମେସିଙ୍କ ରେକର୍ଡ, ନକ୍‌ଆଉଟ୍‌ରେ ପହଞ୍ଚିଲା ଆର୍ଜେଣ୍ଟିନା

ଆର୍ଲିଟନ,୨୩ା୬: ଲିଓନେଲ ମେସିଙ୍କ ରେକର୍ଡ ଡବଲ ଗୋଲ ବଳରେ ଖେଳାଯାଇଥିବା ଗ୍ରୁପ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ ଗୋଲରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଡିଫେଣ୍ଡିଂ…

ହତ୍ୟା ରହସ୍ୟ ଉନ୍ମୋଚିତ: ଏହି କାରଣରୁ ମହିଳାଙ୍କୁ ଜୀବନରୁ ମାରିଦେଇଥିଲେ ରମାକାନ୍ତ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଶମ ପ୍ରଶାଖା ଛକ କେନାଲ ଘାଟ ନିକଟର ରବିବାର ଉଦ୍ଧାର ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇଛି। ମୃତ…

ଚନ୍ଦ୍ରିକା ମୃତ୍ୟୁ ମାମଲା: ୨ ଦିନିଆ ରିମାଣ୍ଡରେ ଗଲେ ବୟଫ୍ରେଣ୍ଡ ଭୀମସେନ

ବାରଙ୍ଗ,୨୩।୬: ବାରଙ୍ଗ ଥାନା ପୋଲିସ ମଙ୍ଗଳବାର ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଗିରଫ OAS ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଛି। ପୋଲିସ ଭୀମସେନଙ୍କୁ ୩…

ଆକ୍ସନ ମୋଡ୍‌ରେ ପୋଲିସ: ବିପୁଳ ଦେଶୀମଦ ଜବତ

ଦାରିଙ୍ଗବାଡି, ୨୩।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ ଓ ତାକୁ…

ଘର କାମ କରୁଥିଲେ ଶୋଭାରାଣୀ, ଲାଗିଲା କରେଣ୍ଟ୍‌: ଆଉ ତା’ପରେ..

ଖଇରା,୨୩।୬(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ମହାତିପୁର ପଞ୍ଚାୟତ ଅଧୀନ ଚକ ଗ୍ରାମର ବୈକୁଣ୍ଠ ସାମଲ (୩୫)ଙ୍କ ପତ୍ନୀ ଶୋଭାରାଣୀ ମଙ୍ଗଳବାର ବିଦ୍ୟୁତ ସଂସ୍ପର୍ଶରେ…

ବେକ କାଟି ବାପାଙ୍କୁ ହତ୍ୟା କଲା ପୁଅ

ଟେନସା, ୨୩।୬ (ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାର ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ବସ୍ତିରେ  ମଙ୍ଗଳବାର ସକାଳେ ଘରୋଇ କଳହକୁ କେନ୍ଦ୍ରକରି ଏକ ହୃଦୟବିଦାରକ ଘଟଣା…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା: ଧାନବିକ୍ରି ଟୋକନ ଦାବିରେ ଗର୍ଜିଲେ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ)- ଖରିଫ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ହେଲେ ବରଗଡ଼ ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ରବିରେ ଅମଳ ଧାନ ବିକ୍ରି କରି ପାରି ନାହାଁନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri