‘ମୋ ସ୍କୁଲ’ ନଁାରେ ଫେକ୍‌ ୱେବ୍‌ସାଇଟ୍‌

ଭୁବନେଶ୍ୱର,୨୭ା୮(ସୂର୍ଯ୍ୟକାନ୍ତ ବେହେରା)ଠକେଇ କରିବାକୁ ‘ମୋ ସ୍କୁଲ ଅଭିଯାନ’ ନଁାରେ ଫେକ୍‌ ୱେବ୍‌ସାଇଟ୍‌ ଖୋଲିଥିଲେ। ଚାକିରି ଦେବା ନାଁରେ ବେକାର ଯୁବତୀଯୁବକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଉଥିବା ଏକ ଗ୍ୟାଙ୍ଗକୁ ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଧରିଛି। ଏଥିସହ ଗ୍ୟାଙ୍ଗ୍‌ର ୩ଜଣଙ୍କୁ ଭରତପୁରରୁ ଗିରଫ କରାଯାଇଛି। ସେମାନେ ହେଲେ ମାଷ୍ଟରମାଇଣ୍ଡ୍‌ ଯାଜପୁରର ଅମର ସାମଲ, ଗଞ୍ଜାମର ମଦନ ନାଗ ଓ ରାଇଗୁଲୁ ପାତ୍ର। ସେମାନଙ୍କରଠାରୁ ନଗଦ ୨ଲକ୍ଷ ଟଙ୍କା, ଦୁଇଟି ଲାପ୍‌ଟପ, ୧୩ଟି ମୋବାଇଲ, ବ୍ୟାଙ୍କ ଚେକ୍‌ବୁକ୍‌, ଏଟିଏମ୍‌ କାର୍ଡ, ଫେକ୍‌ ସିଲ୍‌ ଷ୍ଟାମ୍ପ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି। ମୋ ସ୍କୁଲ ଅଭିଯାନରେ କାହାକୁ ଟିଚିଂ ତ ପୁଣି କାହାକୁ ନନ୍‌ ଟିଚିଂ, ଡାଟା ଏଣ୍ଟ୍ରି ଅପରେଟର, ପିଅନ, ଅଫିସ୍‌ ଆସିଷ୍ଟାଣ୍ଟ ଚାକିରି ସହ ଅନ୍ୟ ବିଭାଗରେ ବିଭିନ୍ନ ଚାକିରି ଦେବାକୁ କହି ୫୦ରୁ ଅଧିକ ଚାକିରି ଆଶାୟୀଙ୍କଠାରୁ ୪୦ ଲକ୍ଷ ଟଙ୍କାରୁ ଅଧିକ ଠକିଥିବା ତଦନ୍ତବେଳେ ଜଣାପଡିଛି। ଏପରିକି ଅଭିଯୁକ୍ତମାନେ ବିଶ୍ୱାସ ଜନ୍ମାଇବା ପାଇଁ ମୋ ସ୍କୁଲ୍‌ ଅଭିଯାନର ଅବିକଳ ଓ୍ବେବ୍‌ସାଇଟ୍‌ ତିଆରି କରି ଏହି ଠକେଇ କରୁଥିଲେ ବୋଲି କମିଶନରେଟ ପୋଲିସ୍‌ର ଜୋନ୍‌-୫ ଏସିପି ଗୌତମ କିଶନ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅଭିଯୁକ୍ତମାନେ ‘ମୋ ସ୍କୁଲ୍‌.ଇନ୍‌’ ବଦଳରେ ‘ମୋ ସ୍କୁଲ.ଅନ୍‌ଲାଇନ୍‌’ ନାମରେ ୱେବ୍‌ସାଇଟ ତିଆରି କରିଥିଲେ। ସେଥିରେ ଓଡ଼ିଶା ସରକାରଙ୍କ ଅଫିସିଆଲ ଲୋଗୋ ବ୍ୟବହାର କରି ନିଯୁକ୍ତି ବିଜ୍ଞପ୍ତି ଦେଉଥିଲେ। ଅଭିଯୁକ୍ତ ଅମର ନିଜକୁ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀର ପରିଚୟ ଦେଇ ଆଶାୟୀଙ୍କୁ ଉକ୍ତ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଆବେଦନ ପାଇଁ କହୁଥିଲେ। ପରେ ଆଶାୟୀଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଉଥିଲେ। ପରେ
ସେମାନଙ୍କୁ କେବଳ ସରକାରୀ ଷ୍ଟାମ୍ପ ଥିବା ଲେଟର ଦେଇ ଆଉ ଧରାଛୁଆଁ ଦେଉ ନ ଥିଲେ। ଏନେଇ ଗତ ଜୁଲାଇ ୧୨ରେ ‘ମୋ ସ୍କୁଲ’ ପକ୍ଷରୁ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ କରି ସେମାନଙ୍କୁ ଧରିବାରେ ସଫଳ ହୋଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଶାୟୀଙ୍କଠାରୁ ଟଙ୍କା ନେବା ପାଇଁ ଠକମାନେ ବେନାମୀ ଆକାଉଣ୍ଟ୍‌ ବ୍ୟବହାର କରୁଥିଲେ। ଅଭିଯୁକ୍ତ ଅମର ପୁରୀର ଜଣେ ବୟସ୍କ ମହିଳାଙ୍କୁ ଲୋନ କରାଇ ଦେବାର ଲୋଭ ଦେଖାଇ ତାଙ୍କ ଟିପ ଚିହ୍ନ ଏବଂ ଡକ୍ୟୁମେଣ୍ଟ ଆଧାରରେ ବ୍ୟାଙ୍କରେ ନିଜକୁ ମହିଳାଙ୍କ ସ୍ବାମୀ ପରିଚୟ ଦେଇ ଆକାଉଣ୍ଟ ଖୋଲିଥିଲେ। ସେହି ଆକାଉଣ୍ଟରେ ଠକେଇ ଟଙ୍କା କାରବାର କରୁଥିଲେ। ଉକ୍ତ ଆକାଉଣ୍ଟ ଓ ସେଥିରେ ହୋଇଥିବା ଟଙ୍କା କାରବାର ନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri