‘ମୋ ସ୍କୁଲ’ ନଁାରେ ଫେକ୍‌ ୱେବ୍‌ସାଇଟ୍‌

ଭୁବନେଶ୍ୱର,୨୭ା୮(ସୂର୍ଯ୍ୟକାନ୍ତ ବେହେରା)ଠକେଇ କରିବାକୁ ‘ମୋ ସ୍କୁଲ ଅଭିଯାନ’ ନଁାରେ ଫେକ୍‌ ୱେବ୍‌ସାଇଟ୍‌ ଖୋଲିଥିଲେ। ଚାକିରି ଦେବା ନାଁରେ ବେକାର ଯୁବତୀଯୁବକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଉଥିବା ଏକ ଗ୍ୟାଙ୍ଗକୁ ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଧରିଛି। ଏଥିସହ ଗ୍ୟାଙ୍ଗ୍‌ର ୩ଜଣଙ୍କୁ ଭରତପୁରରୁ ଗିରଫ କରାଯାଇଛି। ସେମାନେ ହେଲେ ମାଷ୍ଟରମାଇଣ୍ଡ୍‌ ଯାଜପୁରର ଅମର ସାମଲ, ଗଞ୍ଜାମର ମଦନ ନାଗ ଓ ରାଇଗୁଲୁ ପାତ୍ର। ସେମାନଙ୍କରଠାରୁ ନଗଦ ୨ଲକ୍ଷ ଟଙ୍କା, ଦୁଇଟି ଲାପ୍‌ଟପ, ୧୩ଟି ମୋବାଇଲ, ବ୍ୟାଙ୍କ ଚେକ୍‌ବୁକ୍‌, ଏଟିଏମ୍‌ କାର୍ଡ, ଫେକ୍‌ ସିଲ୍‌ ଷ୍ଟାମ୍ପ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି। ମୋ ସ୍କୁଲ ଅଭିଯାନରେ କାହାକୁ ଟିଚିଂ ତ ପୁଣି କାହାକୁ ନନ୍‌ ଟିଚିଂ, ଡାଟା ଏଣ୍ଟ୍ରି ଅପରେଟର, ପିଅନ, ଅଫିସ୍‌ ଆସିଷ୍ଟାଣ୍ଟ ଚାକିରି ସହ ଅନ୍ୟ ବିଭାଗରେ ବିଭିନ୍ନ ଚାକିରି ଦେବାକୁ କହି ୫୦ରୁ ଅଧିକ ଚାକିରି ଆଶାୟୀଙ୍କଠାରୁ ୪୦ ଲକ୍ଷ ଟଙ୍କାରୁ ଅଧିକ ଠକିଥିବା ତଦନ୍ତବେଳେ ଜଣାପଡିଛି। ଏପରିକି ଅଭିଯୁକ୍ତମାନେ ବିଶ୍ୱାସ ଜନ୍ମାଇବା ପାଇଁ ମୋ ସ୍କୁଲ୍‌ ଅଭିଯାନର ଅବିକଳ ଓ୍ବେବ୍‌ସାଇଟ୍‌ ତିଆରି କରି ଏହି ଠକେଇ କରୁଥିଲେ ବୋଲି କମିଶନରେଟ ପୋଲିସ୍‌ର ଜୋନ୍‌-୫ ଏସିପି ଗୌତମ କିଶନ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅଭିଯୁକ୍ତମାନେ ‘ମୋ ସ୍କୁଲ୍‌.ଇନ୍‌’ ବଦଳରେ ‘ମୋ ସ୍କୁଲ.ଅନ୍‌ଲାଇନ୍‌’ ନାମରେ ୱେବ୍‌ସାଇଟ ତିଆରି କରିଥିଲେ। ସେଥିରେ ଓଡ଼ିଶା ସରକାରଙ୍କ ଅଫିସିଆଲ ଲୋଗୋ ବ୍ୟବହାର କରି ନିଯୁକ୍ତି ବିଜ୍ଞପ୍ତି ଦେଉଥିଲେ। ଅଭିଯୁକ୍ତ ଅମର ନିଜକୁ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀର ପରିଚୟ ଦେଇ ଆଶାୟୀଙ୍କୁ ଉକ୍ତ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଆବେଦନ ପାଇଁ କହୁଥିଲେ। ପରେ ଆଶାୟୀଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଉଥିଲେ। ପରେ
ସେମାନଙ୍କୁ କେବଳ ସରକାରୀ ଷ୍ଟାମ୍ପ ଥିବା ଲେଟର ଦେଇ ଆଉ ଧରାଛୁଆଁ ଦେଉ ନ ଥିଲେ। ଏନେଇ ଗତ ଜୁଲାଇ ୧୨ରେ ‘ମୋ ସ୍କୁଲ’ ପକ୍ଷରୁ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ କରି ସେମାନଙ୍କୁ ଧରିବାରେ ସଫଳ ହୋଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଶାୟୀଙ୍କଠାରୁ ଟଙ୍କା ନେବା ପାଇଁ ଠକମାନେ ବେନାମୀ ଆକାଉଣ୍ଟ୍‌ ବ୍ୟବହାର କରୁଥିଲେ। ଅଭିଯୁକ୍ତ ଅମର ପୁରୀର ଜଣେ ବୟସ୍କ ମହିଳାଙ୍କୁ ଲୋନ କରାଇ ଦେବାର ଲୋଭ ଦେଖାଇ ତାଙ୍କ ଟିପ ଚିହ୍ନ ଏବଂ ଡକ୍ୟୁମେଣ୍ଟ ଆଧାରରେ ବ୍ୟାଙ୍କରେ ନିଜକୁ ମହିଳାଙ୍କ ସ୍ବାମୀ ପରିଚୟ ଦେଇ ଆକାଉଣ୍ଟ ଖୋଲିଥିଲେ। ସେହି ଆକାଉଣ୍ଟରେ ଠକେଇ ଟଙ୍କା କାରବାର କରୁଥିଲେ। ଉକ୍ତ ଆକାଉଣ୍ଟ ଓ ସେଥିରେ ହୋଇଥିବା ଟଙ୍କା କାରବାର ନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri