Categories: ଖେଳ

ମର୍ମନ୍ତୁଦ ଦୁର୍ଘଟଣାରେ ଓ୍ବେଷ୍ଟଇଣ୍ଡିଜ୍‌ର ଏହି ଲୋକପ୍ରିୟ କ୍ରିକେଟରଙ୍କ ନିଧନ! ଭିଡିଓ ଭାଇରାଲ ପରେ ଜଣାପଡ଼ିଲା…

ନୂଆଦିଲ୍ଲୀ, ୩୦।୧: ସୋସିଆଲ ମିଡିଆରେ ଅନେକ କିଛି ଗୁଜବ ଭାଇରାଲ ହୋଇଥାଏ। ଏହି କ୍ରମରେ ନିକଟରେ ଓ୍ବେଷ୍ଟଇଣ୍ଡିଜ୍‌ର ଅଭିଜ୍ଞ ଅଲ୍‌ରାଉଣ୍ଡର କିରୋନ ପୋଲାର୍ଡଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ଶୁଣିବାକୁ ମିଳିଥିଲା। ଏପରିକି କାର୍‌ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଏହା ସମ୍ପୂର୍ଣ୍ଣ ଗୁଜବ ତଥା ମିଥ୍ୟ ଖବର ବୋଲି ଜଣାପଡ଼ିଛି।

ଓ୍ବେଷ୍ଟଇଣ୍ଡିଜର ସୀମିତ ଓଭରର ଏହି ଅଧିନାୟକ ଏବେ ୟୁଏଇରେ ଟି୧୦ ଲିଗ୍‌ରେ ସାମିଲ ହୋଇଛନ୍ତି। ଆବୁଧାବୀରେ ସେ ଡିକ୍କନ୍‌ ଗ୍ଲେଡିଏଟର୍ସ ତରଫରୁ ପୁନେ ଡେଭିଲ୍ସ ବିପକ୍ଷରେ ମୁକାବିଲା ଖେଳୁଥିବା ସମୟରେ ତାଙ୍କର ଦୁର୍ଘଟଣା ଖବର ସୋସିଆଲ ମିଡିଆରେ ବ୍ୟାପିଥିଲା।

ତେବେ ଖେଳାଳିଙ୍କ ମୃତ୍ୟୁର ମିଥ୍ୟା ଖବର ଭାଇରାଲ ହେବାରେ ଏହା ପ୍ରଥମ ଘଟଣା ନୁହେଁ। ଅନେକ ଥର ଏଭଳି ଘଟିଛି। ହେଲେ ଟି୨୦ ଲିଗ୍‌ରେ ନଜର ଆସୁଥିବା ପୋଲାର୍ଡଙ୍କ ପ୍ରଶଂସକଙ୍କ ତାଲିକା ଲମ୍ବା। ଏଣୁ ହଠାତ୍‌ ତାଙ୍କର ନିଧନ ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା।

Share