Categories: ଜାତୀୟ

ସିଜେଆଇଙ୍କ ନାମରେ ଜାଲ୍‌ ଟୁଇଟର ଆକାଉଣ୍ଟ

ନୂଆଦିଲ୍ଲୀ, ୨୭।୪: ଭାରତର ୪୮ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶନିବାର ଶପଥ ଗ୍ରହଣ କରିଥିବା ଜଷ୍ଟିସ୍‌ ଏନ୍‌.ଭି. ରମାନାଙ୍କର ଟୁଇଟର କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆରେ ଆକାଉଣ୍ଟ ନାହିଁ। କେହି ଜଣେ ତାଙ୍କ ନାମରେ ଜାଲ୍‌ ଟୁଇଟର ଆକାଉଣ୍ଟ ଖୋଲି ଭୁଲ୍‌ ବାର୍ତ୍ତା ଛାଡ଼ିଥିଲେ। ଏହା ବିରୋଧରେ ସିଜେଆଇ ସୋମବାର ପୋଲିସରେ ଅଭିଯୋଗ କରିଛନ୍ତି। ଉକ୍ତ ଜାଲ୍‌ ଆକାଉଣ୍ଟରେ ଲେଖାଥିଲା, ଅଜିତ ଡୋଭାଲଙ୍କ କୂଟନୀତି ଯୋଗୁ ଆମେରିକା ଭାରତକୁ ଟିକା ପ୍ରସ୍ତୁତି ନିମନ୍ତେ କଞ୍ଚାମାଲ ଯୋଗାଇବାକୁ ନିଷ୍ପତ୍ତି ନେଲା। କିଛି ସମୟ ପରେ ଉକ୍ତ ବାର୍ତ୍ତାକୁ ଲିଭାଇ ଦିଆଯିବା ସହ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିଲା।

Share